30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶକେମିତି କାମ କରିଥାଏ ଡ୍ରୋନ

କେମିତି କାମ କରିଥାଏ ଡ୍ରୋନ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରରେ ଜମ୍ମୁ ଏୟାରଫୋର୍ସ ଷ୍ଟେସନରେ ଦୁଇ ଡ୍ରୋନସ ଜରିଆରେ ବିସ୍ଫୋରଣ କରାଯାଇଛି । ଭାରତରେ ଡ୍ରୋନ ଜରିଆରେ ଏମିତି ଧମାକା କରାଇବା ହେଉଛି ପ୍ରଥମ । ଏହାପୂର୍ବରୁ ଅନେକ ଥର ପାକିସ୍ତାନରୁ ସଟେ ବର୍ଡରସରେ ଡ୍ରୋନ ଦେଖାଯାଇଛି । ଏମିତିକି ପଂଜାବରେ ସୀମା ଉପରେ ଡ୍ରୋନ ମାଧ୍ୟମରେ ନିଶାଦ୍ରବ୍ୟ ଆସୁଥିବା ମାମଲା ବି ସାମ୍ନାକୁ ଆସିଛି । ହେଲେ ଜମ୍ମୁ ଘଟଣା ସରକାରଙ୍କ ଚିନ୍ତା ବଢାଇଛି । ତେବେ ଡ୍ରୋନ କିପରି ପରିଚାଳିତ ହୁଏ । ଏହାଦ୍ୱାରା କଣ କ୍ଷତି ହୋଇପାରେ ଏବଂ ଦେଶରେ ଡ୍ରୋନ୍ସକୁ ନେଇ ସରକାରଙ୍କ କଣ ଗାଇଡଲାଇନ ଅଛି ।
ଡ୍ରୋନ୍ସକୁ ୟୁଏଭି କିମ୍ବା ଆରପିଏଏସ କୁହାଯାଏ । ଏହା ଏକ ଏମିତି ଉପକରଣ, ଯେଉଁଥିରେ ଏଚଡି କ୍ୟାମେରା ଲାଗିଥାଏ । ଏତିରେ ଅନବୋର୍ଡ ସେନ୍ସର ଓ ଜିପିଏସ ରହିଥାଏ । ଏକ ସଫ୍ଟଓୟାର ଦ୍ୱାରା ଏହାକୁ ନିୟନ୍ତ୍ରିତ କରାଯାଏ । ଏହାକୁ ମିନି ହେଲିକପ୍ଟର ବି କୁହାଯାଏ ।
ଡ୍ରୋନ୍ସ ଉଡିବା ପାଇଁ ସଫ୍ଟଓୟାର, ଜିପିଏସ ଓ ରିମୋଟ ସବୁଠୁ ଅଧିକ ଜରୁରୀ  ହୋଇଥାଏ । ରିମୋଟ ଜରିଆରେ, ଡ୍ରୋନ ଅପରେଟ ହୋିଥାଏ ଓ ଏହାକୁ କଣ୍ଟ୍ରୋଲ କରାଯାଏ । ଡ୍ରୋନରେ ଲାଗିଥିବା ରୋଟର୍ସର ଗତିକୁ ଜୟଷ୍ଟିକ ଜରିଆରେ ନିୟ୍‌ନ୍‌ତ୍ରଣ କରାଯାଏ । ସେହିଭଳି ଜିପିଏସ ଏକ ପ୍ରକାର ଡ୍ରୋନର ସୁରକ୍ଷା କବଚ ହୋଇଥାଏ । ଯିଏ ଦୁର୍ଘଟଣା ହେବା ପୂର୍ବରୁ ଅପରେଟରକୁ ସଂକେତ ଦେଇଥାଏ । ଜିପିଏସ ସାହାଯ୍ୟରେ ଡ୍ରୋନ ଉଡିଥାଏ ।
୧୯୯୧ ମସିହାରେ ଖାଡି ଯୁଦ୍ଧରେ ଆମେରିକା ସେନା ନିଜ ଶତ୍ରୁଙ୍କୁ ଟାର୍ଗେଟ କରିବା ପାଇଁ ପ୍ରଥମଥର ଡ୍ରୋନର ବ୍ୟବହାର କରିଥିଲା । ବର୍ତମାନ ଏହାର ବ୍ୟବହାର ଇକମର୍ସ ଜିନିଷ ଡେଲିଭରି, ଫଟୋ ଉଠାଇବା, ଭିଡିଓ ସୁଟ୍ କରିବା, ଜାତୀୟ ରାଜପଥ ମ୍ୟାପିଂ କରିବା, ରେଳ ଟ୍ରାକ ମ୍ୟାପିଂ କରିବା, କୃଷି କାଯର୍ଲ୍ୟ ସହ ଜଡିତ କାମ ଓ ଅନ୍ୟ କାମ ପାଇଁ ବ୍ୟବହାର କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking