26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଖାଉଟିଙ୍କ ଉପରେ ମହଙ୍ଗା ମାଡ଼, ରନ୍ଧନ ଗ୍ୟାସ୍ ସିଲିଣ୍ଡର ୫୦ଟଙ୍କା ବୃଦ୍ଧି, ଏହା କ’ଣ ଆଚ୍ଛେଦିନ...

ଖାଉଟିଙ୍କ ଉପରେ ମହଙ୍ଗା ମାଡ଼, ରନ୍ଧନ ଗ୍ୟାସ୍ ସିଲିଣ୍ଡର ୫୦ଟଙ୍କା ବୃଦ୍ଧି, ଏହା କ’ଣ ଆଚ୍ଛେଦିନ ? – ସମାଜବାଦୀ ପାର୍ଟି

ଭୁବନେଶ୍ୱର, ତା ୩ା୧୨ : ଖାଇବା ତେଲ, ପିଆଜ ଓ ଆଳୁ ପରେ ରନ୍ଧନ ଗ୍ୟାସର ମୂଲ୍ୟବୃଦ୍ଧି ଆଶାତୀତ ଭାବେ ବଢିଚାଲିଛି । ଡିସେମ୍ବର ପହିଲା ଦିନ୧୯ କିଲୋ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ପ୍ରତି ତୈଳ କମ୍ପାନୀମାନେ ୫୬ଟଙ୍କା ୫୦ପଇସା ବୃଦ୍ଧି କରିଥିଲେ । ଆଜି ୧୪.୨ କି.ଗ୍ରା. ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଧି କରିଛନ୍ତି । ଫଳରେ ଭୁବନେଶ୍ୱରରେ ୬୨୦ଟଙ୍କାରେ ମିଳୁଥିବା ଗ୍ୟାସ୍ ସିଲିଣ୍ଡର ଦାମ୍ ଆଜି ୬୭୦ ଟଙ୍କାରେ ପହଞ୍ଚିଛି । ଯେତେବେଳେ ବଜାରରେ ଆଳୁ କିଲୋ ୪୫ ରୁ ୫୦ ଟଙ୍କା, ପିଆଜ କିଲୋ ୬୦ ରୁ ୭୦ ଟଙ୍କା ଏବଂ ଖାଇବା ତେଲ ୧୩୦ ରୁ ୧୪୫ ଟଙ୍କା ଥିବା ସହିତ ଦିନକୁ ଦିନ ବଢିବାରେ ଲାଗିଛି । ଆଜି ଜାଳେଣୀ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ଦର ବୃଦ୍ଧି ଖାଉଟିଙ୍କ ପାଇଁ “ବେଡ଼ି ଉପରେ କରୋଡ଼ା ମାଡ” ସଦୃଶ ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛି । ପାର୍ଟିର ରାଜ୍ୟସଭାପତି ରବି ବେହେରା ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, କ୍ଷମତାକୁ ଆସିବା ପୂର୍ବରୁ ବିଜେପି ନେତୃତ୍ୱରେ ପରିଚାଳିତ ଏନ୍‌ଡିଏ ସରକାର ଭାରତୀୟ ଖାଉଟିଙ୍କୁ ଆଚ୍ଛେଦିନ ପ୍ରତିଶ୍ରୁତି ଦେଇଥିଲା । କ୍ଷମତାସୀନ ହେବାପରେ ପେଟ୍ରୋଲ, ଡିଜେଲ୍‌, ରନ୍ଧନଗ୍ୟାସ ସମେତ ତେଲ, ଡାଲି, ପିଆଜ, ଆଳୁ ପ୍ରଭୃତି ଅତ୍ୟାବଶ୍ୟକୀୟ ଜିନିଷର ଦରଦାମ୍ ଦିନକୁ ଦିନ ହୁ ହୁ ହୋଇ ବଢିଚାଲିଛି । ଗୋଟାଏ ଦିଗରେ କରୋନା ଯୋଗୁଁ ଲକ୍ଷଲକ୍ଷ ଲୋକ ଚାକିରୀ ହରାଇ ଥିଲାବେଳେ ଖାଉଟି ଜିନିଷର ଦରବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତବିଡା ସଦୃଶ ହୋଇଛି । ସରକାର ତୁରନ୍ତ ଜାଳେଣୀ ଗ୍ୟାସ ଦରବୃଦ୍ଧିକୁ ପ୍ରତ୍ୟାହାର କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking