31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୩ରେ ମମତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ

୩ରେ ମମତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ

କୋଲକାତା : ଆସନ୍ତା ବୁଧବାର ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରାଯିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୂଚନା ଦେଇଛନ୍ତି। ସୋମବାର ସାମ୍ବାଦିକଙ୍କୁ ସୂଚନା ଦେଇ ମମତା କହିଛନ୍ତି ଯେ ସଂପ୍ରସାରଣ ପ୍ରକ୍ରିୟାରେ ଚାରି ପାଞ୍ଚଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ । ତେବେ ମନ୍ତ୍ରିମଣ୍ଡଳକୁ ସମ୍ପୂର୍ଣ୍ଣ ବରଖାସ୍ତ କରି ନୂତନ ମନ୍ତ୍ରିମଣ୍ଡଳ ଗଠନ କରାଯିବ ନାହିଁ ବୋଲି ମମତା ସ୍ପଷ୍ଟ କରିଛନ୍ତି । ସୂଚନାଯୋଗ୍ୟ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଅଭିଯୁକ୍ତ ହେବାପରେ ମମତାଙ୍କ କ୍ୟାବିନେଟ୍‌ର ଅନ୍ୟତମ ବରିଷ୍ଠ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗତ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ଜେଲ୍‌ରେ ଅଛନ୍ତି ।  ପୂର୍ବରୁ ସୁବ୍ରତ ମୁଖାର୍ଜୀ ଏବଂ ସାଧନ ପାଣ୍ଡେଙ୍କ ଭଳି ମନ୍ତ୍ରୀଙ୍କର ପରଲୋକ ମଧ୍ୟ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଖାଲିପଡିଥିବା ଏହି ପଦଗୁଡିିକ ପୂରଣ କରିବା ଜରୁରୀ ହୋଇପଡିଛି ବୋଲି ମମତା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking