34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗ୬୫ ହଜାର ଫୁଟ ଉଚ୍ଚରୁ ୯୦ ଦିନ ଯାଏଁ ଉଡିପାରିବ ଏହି ଡ୍ରୋନ

୬୫ ହଜାର ଫୁଟ ଉଚ୍ଚରୁ ୯୦ ଦିନ ଯାଏଁ ଉଡିପାରିବ ଏହି ଡ୍ରୋନ

ନୂଆଦିଲ୍ଲୀ: ଭାରତର ସୈନ୍ୟ କ୍ଷମତାରେ ଆଗାମୀ କିଛି ବର୍ଷରେ ଏକ ଏମିତି ସ୍ୱଦେଶୀ ଡ୍ରୋନ ଯୋଡି ହେବାକୁ ଯାଉଛି, ଯାହା ଅଲଟ୍ରା ହାଇ ଏଲଟିଚ୍ୟୁଡ ଅର୍ଥାତ ଅଧିକ ଉଚ୍ଚରେ ଥାଇ ବି ଉଡିପାରିବ । ଆଗାମୀ ୩ରୁ ୫ ବର୍ଷ ଭିତରେ ସେହି ଡ୍ରୋନ ଭାରତୀୟ ସେନାରେ ସାମିଲ ହେବ । ଏହାର ନାମ ‘ଇନଫିନିଟି’ ରଖାଯାଇଥିବା ବେଳେ ଏହା ସୌର ଶକ୍ତିରେ ହିଁ କାର୍ଯ୍ୟକ୍ଷମ ହୋଇପାରିବ । ଏହାକୁ ଏମିତି ଭାବରେ ପ୍ରସ୍ତୁତ କରାଯାଇଛି ଯେ, ୬୫ ହଜାର ଫୁଟ ଉଚ୍ଚରେ ଥାଇ ଲଗାତର ୯୦ ଦିନ ପର୍ଯ୍ୟନ୍ତ ଏହା ଉଡି ପାରିବ । ଏହି ଡ୍ରୋନ ଭାରତର ଡ୍ରୋନ ୱାରଫେୟାର ପ୍ରୋଗ୍ରାମ କ୍ୟାଟ୍ସ ଅର୍ଥାତ କମବାଟ୍ ଏୟାର ଟିମିଂ ସିଷ୍ଟମର ଏକ ମହତ୍ୱପୂର୍ଣ୍ଣ ଅଂଶ ହୋଇପାରିବ । ଏହି ଡ୍ରୋନର ନିର୍ମାଣ ହିନ୍ଦୁସ୍ଥାନ ଏୟରୋନୋଟିକ୍ସ ଲିମିଟେଡ, ବେଙ୍ଗାଲୁରୁର ଷ୍ଟାର୍ଟଅପ ନ୍ୟୁ ସ୍ପେସ ସହିତ ମିଶି ପ୍ରସ୍ତୁତ କରୁଛନ୍ତି । ଏହି ଷ୍ଟାର୍ଟଅପ କମ୍ପାନୀ କଟିଙ୍ଗ ଏଜ ଜୋନ ଟେକନିକ ଉପରେ କାମ କରିଥାଏ । ଏହି ଡ୍ରୋନରେ ଭିନ୍ନ ଭିନ୍ନ ଧରଣର ସେନ୍ସର ଲାଗିଛି । ଯେଉଁଥିରେ ଏକ ଉତ୍କୃଷ୍ଟ ସିନ୍ଥେଟିକ ଉପର୍ଚର ରଡାର ମଧ୍ୟ ସାମିଲ ରହିଛି । ‘ଇନଫିନିଟି’ ଉଡିବା ସମୟରେ ଶତ୍ରୁଙ୍କ ଉପରେ ନଜର ରଖିପାରିବ ଏବଂ ଆଟାକ ମିଶନକୁ ସଫଳ କରିବା ପାଇଁ ଦ୍ୱିତୀୟ ଭାରତୀୟ ଡ୍ରୋନ ସିଷ୍ଟମ ସହିତ ସହଯୋଗ କରିବ । ଖାଲି ଏତିକି ନୁହେଁ, ‘ଇନଫିନିଟି’ ଆଟାକ କରିବାକୁ ଥିବା ଡ୍ରୋନରୁ ଏକ ଲାଇଭ ଭିଡିଓର ଫିଡ୍ ରୁ ଆରମ୍ଭ କରି ତଳେ ଗ୍ରାଉଣ୍ଡରେ ମନିଟରିଂ ଷ୍ଟେସନ ପର୍ଯ୍ୟନ୍ତ ରିଲେ କରିବାର କ୍ଷମତା ମଧ୍ୟ ରଖିଛି । ତେବେ ୨୦୧୯ ବାଲାକୋଟ ଷ୍ଟ୍ରାଇକରେ ଭାରତ ପାଖରେ ଏମିତି କିଛି ଭିଡିଓ ନଥିଲା, ଯେଉଁଥିରେ ଏହି ମିଶନର ସଫଳତା ନେଇ ଅନେକ ପ୍ରଶ୍ନ ଉଠିଥିଲା । ହିନ୍ଦୁସ୍ଥାନ ଏୟରୋନୋଟିକ୍ସ ମଧ୍ୟ କହିଛି ଯେ, ଇନିଫିନିଟି ଡ୍ରୋନ କେବଳ ମିଲିଟ୍ରି ଅପରେସନରେ ସହାୟକ ହେବନାହିଁ, ବରଂ ବିପର୍ଯ୍ୟୟ ପରିଚାଳନା, ସ୍ମାର୍ଟ ସିଟି ଏବଂ ପ୍ରାକୃତିକ ଉତ୍ସ ପରିଚାଳନା ସହ ଜଡିତ ସେବା ଯୋଗାଇବା ପାଇଁ ନିଜ ଇନଫ୍ରା ରେଡ ଏବଂ ଇମେଜିଂ ପେଲୋଡ ଟେକ୍ନୋଲୋଜୀ ମଧ୍ୟ ବ୍ୟବହାର କରିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking