ଚୋରା ଦେଶୀମଦ ତିଆରି କାରଖାନା ଉପରେ ଅବକାରୀ ବିଭାଗର ଚଢ଼ାଉ

mayurbhanj excise raid

ମୟୂରଭଞ୍ଜ : ଚୋରା ଦେଶୀମଦ ତିଆରି କାରଖାନା ଉପରେ ଅବକାରୀ ବିଭାଗର ଅଚାନକ ଚଢ଼ାଉ। ମୋରଡ଼ା ବ୍ଲକ ଅନ୍ତର୍ଗତ ଡାଙ୍ଗରବିଲା ଓ ଶୁଖିଲାଖାଳି ଜଙ୍ଗଲ ଭିତରେ ଚାଲିଥିଲା ବେଆଇନ ମହୁଲି ମଦ ତିଆରି କାରଖାନା। କୌଣସି ସୂତ୍ରରୁ ଖବରପାଇ ମୋରଡ଼ା ଅବକାରୀ ବିଭାଗ ଏସଆଇ ମଧୁସୂଦନ ସାହୁଙ୍କ ନେତୃତ୍ବରେ ବାରିପଦା ଅବକାରୀ ସ୍କ୍ବାର୍ଡ ଚଢ଼ାଉ କରିଥିଲା। ତେବେ ଅବକାରୀ ସ୍କ୍ବାର୍ଡର ଇନ୍ସପେକ୍ଟର ବିକାଶ ଟୋପୋଙ୍କ ମଧ୍ୟ ସାମିଲ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ଏହି ଅତର୍କିତ ଚଢ଼ାଉରେ ବେଆଇନ ମଦ ତିଆରି କାରଖାନାର ମାଲିକ ଏବଂ କାର୍ଯ୍ୟରତ ଶ୍ରମିକମାନେ ଜଙ୍ଗଲ ଭିତରେ ଖସିଯାଇ ଥିବାବେଳେ ମଦ ତିଆରି ପାଇଁ ଥିବା ୨ହଜାର ଲିଟରରୁ ଅଧିକ ମହୁଲପୋଚ ନଷ୍ଟ କରିଥିବା ବେଳେ ୧୫୦ଲିଟରରୁ ଅଧିକ ମହୁଲି ମଦ ସହିତ ମଦ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ସରଞ୍ଜାମ ଜବତ କରିଥିବା ବିଭାଗ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here