30.1 C
Bhubaneswar
Wednesday, April 24, 2024
Homeଅପରାଧଅବକାରୀ ଚଢ଼ଉ, ୪ ଗିରଫ

ଅବକାରୀ ଚଢ଼ଉ, ୪ ଗିରଫ

ବାଙ୍କୀ : କଟକ ଜିଲ୍ଲାପାଳ ଭବାନୀଶଙ୍କର ଚଇନୀଙ୍କ ନିର୍ଦ୍ଦେଶକ୍ରମେ କଟକ ଭ୍ରାମ୍ୟମାଣ ନିରୀକ୍ଷକ ପ୍ରବୀର ସାମଲଙ୍କ ନେତୃତ୍ୱରେ ଶୁକ୍ରବାର ଏକ ଟିମ୍ ବାଙ୍କୀର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩୩ଲିଟର ଦେଶୀ ଚୋରା ମଦ ଜବତ କରିଛି । ଏଥିସହ କଢ଼ାମଲ ଗ୍ରାମର ସୁକାନ୍ତି ସାହୁ, କଳାପଥରର ହାଡିବନ୍ଧୁ ସାହୁ ଓ ସୂର୍ଯ୍ୟକାନ୍ତ ସାହୁ, ରଗଡିର ସୌମେନ୍ଦ୍ର ମାଝୀଙ୍କୁ ଗିରଫ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆଠଗଡ଼ ଅବକାରୀ ନିରୀକ୍ଷକ ସଞ୍ଜୀବ ବାର୍ଲା, ବାଙ୍କୀ ଉପଅବକାରୀ ନିରୀକ୍ଷକ ଦୀପକ ସାମଲ, କଟକ ଭ୍ରାମ୍ୟମାଣ ଉପ ସହନିରୀକ୍ଷକ ପ୍ରମୋଦ ମହାନ୍ତି ଏବଂ ଅନ୍ୟ ଅବକାରୀ କର୍ମଚାରୀ ସାମିଲ ହୋଇଥିଲେ । ଆଠଗଡ଼ ଅବକାରୀ ନିରୀକ୍ଷକ ସଞ୍ଜିବ ବାରଲା କହିଛନ୍ତି ଯେ ବାଙ୍କୀରେ ଆଗକୁ ଆହୁରି ଚୋରାମଦ ଚାଲାଣ, ବେଆଇନ୍ ଦେଶୀମଦ ଭାଟି, ବ୍ରାଉନସୁଗାର ଓ ଡ୍ରଗ୍ସ କାରବାର , ଗଞ୍ଜେଇ ଓ ଅଫିମ ଭଳି ନିଶା ସାମଗ୍ରୀ ବେପାର କରୁଥିବା ବ୍ୟକ୍ତିମାନଙ୍କୁ ଏକ ଗୁଇନ୍ଦା ଟିମ୍ ମାଧ୍ୟମରେ ଚିହ୍ନଟ କରାଯାଇ ଖୁବ୍ ଶ୍ରୀଘ୍ର ଗିରଫ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking