37.2 C
Bhubaneswar
Friday, April 19, 2024
Homeଓଡିଶାଓଏଏସ ସ୍ତରରେ ଅଦଳବଦଳ

ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଗୁରୁବାର ଓଏଏସସ୍ତରରେ ଅଦଳବଦଳ ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଗୃହ ବିଭାଗର ଅତିରିକ୍ତ ସଚିବ ବିଭୂତିଭୂଷଣ ମିଶ୍ରଙ୍କୁ କଟକ ଆରଡିସି କାର୍ଯ୍ୟାଳୟରେ ଅତିରିକ୍ତ ବନ୍ଦୋବସ୍ତ କମିଶନର ଭାବେ ବଦଳି କରାଯାଇଛି । ସେହିପରି ଗଜପତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ(ଡିଆରଡିଏ) ମହେଶ୍ୱର ଚନ୍ଦ୍ର ନାଏକଙ୍କୁ ମାଲକାନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଥିବାବେଳେ ବରିଷ୍ଠ ଓଏଏସ୍ ରୋମାଞ୍ଚଳ ଖମାରୀଙ୍କୁ ଗଜପତି ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି କେନ୍ଦୁଝର ଡେପୁଟି ଜିଲ୍ଲାପାଳ ସୋନା ଟୁଡ଼ୁଙ୍କୁ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ଆନନ୍ଦପୁର ଉପଜିଲ୍ଲାପାଳ ଗୋପିନାଥ କୁଅଁରଙ୍କୁ ଯାଜପୁର ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି । ଓଏଏସ୍ ଅନୀଲ କୁମାର ସେଠୀଙ୍କୁ ଆନନ୍ଦପୁର ଉପଜିଲ୍ଲାପାଳ, ସଞ୍ଜୟ କୁମାର ମିଶ୍ରଙ୍କୁ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଉପସଚିବ, ପ୍ରଭାତ କୁମାର ସାହୁଙ୍କୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ସଚିବ ଭାବେ ବଦଳି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking