30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗବିକ୍ରମଦେବ୍ କଲେଜରେ ଆରମ୍ଭ ପରୀକ୍ଷା

ବିକ୍ରମଦେବ୍ କଲେଜରେ ଆରମ୍ଭ ପରୀକ୍ଷା

ଜୟପୁର: ଜୟପୁର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ପିଜି ଓ ବିଇଡି ର ଶେଷ ବର୍ଷର ପରୀକ୍ଷା ଅଫ୍ ଲାଇନରେ କରିବା ପାଇଁ କଲେଜ କତ୍ତୃପକ୍ଷ ନିଷ୍ପତି ନେଇ ନୋଟିସ୍ ବାହାର କରିଥିଲେ । ଯାହାକୁ ନେଇ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗତ 11 ତାରିଖରେ ସମସ୍ତ ଛାତ୍ର ଛାତ୍ରୀ ଏକତ୍ରିତ୍ ହୋଇ କଲେଜ୍ ର ଅଧକ୍ଷ ଗୋପାଳ ହାଳଧର ଙ୍କ ନିକଟରେ ପହଞ୍ଚି ଶେଷ ବର୍ଷର ପରୀକ୍ଷା ଅନ୍ୟ କଲେଜ୍ ଭଳି ଅଫଲାଇନ ବଦଳରେ ଅନଲାଇନ୍ କରିବାପାଇଁ ଦାବି କରିଥିଲେ । କାରଣ କୋରାପୁଟ ଜିଲ୍ଲା ଏକ ହଟସ୍ପଟ ଅଞ୍ଚଳ ହୋଇଛି,ଏହା ସହ ପରୀକ୍ଷା ଦେବାପାଇଁ ବାହାର ଜିଲ୍ଲାର ପରୀକ୍ଷାର୍ଥୀ ମଧ୍ୟ ଏଠାକୁ ପହଞ୍ଚୁଛନ୍ତି । ଫଳରେ ସଂକ୍ରମଣ ବ୍ୟାପିବାର ଆଶଂକା ରହିଥିଲା। ଯଦି କୌଣସି ପରୀକ୍ଷାର୍ଥୀ ଙ୍କୁ ସଂକ୍ରମଣ ବ୍ୟାପିବ ତାହା ପାଇଁଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ କରିଥିଲେ । ଏ ନେଇ କଲେଜ୍ ଅଧକ୍ଷ କହିଛନ୍ତି, ଅଭିଭକ୍ତ କୋରାପୁଟ ଜିଲ୍ଲାରେ ନେଟ୍ ର ସମସ୍ୟା ରହିବା ସହ ବହୁ ଛାତ୍ର ଛାତ୍ରୀ ଙ୍କ ପାଖରେ ଆଣ୍ଡ୍ରଏଡ଼ ମୋବାଇଲ ନାହିଁ। କୋଭିଡ୍ ନିୟମ ଅନୁଯାୟୀ ଆସନ୍ତା ୨୨ ସେପ୍ଟେମ୍ବର ଠାରୁ ୭ ଅକ୍ଟୋବର ମଧ୍ୟରେ ଛାତ୍ର ଛାତ୍ରୀଙ୍କର UG,PG,BED,BBA,BCA ଶେଷ ବର୍ଷର ପରୀକ୍ଷା ହେବ ବୋଲି କହିଥିଲେ । ଛାତ୍ର ଛାତ୍ରୀ ମାନେ ଲେଖିକି ଉଚ୍ଚ କତୃପକ୍ଷଙ୍କୁ ଜଣାଇବା ପରେ ଛାତ୍ର ଛାତ୍ରୀ ଙ୍କର ପରୀକ୍ଷା ଆଜି ofline କୋରୁନା ନିୟମ ଅନୁଯାୟୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆଜି 300 ଛାତ୍ର ଛାତ୍ରୀ କରନା କଟକଣା ଭିତରେ ପରୀକ୍ଷା ଦେବାପାଇଁ କଲେଜ୍ କତୃପକ୍ଷ ସମସ୍ତ ବ୍ୟବସ୍ଥା କରିଛନ୍ତି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking