29.4 C
Bhubaneswar
Thursday, April 18, 2024
Homeଦେଶ ବିଦେଶପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଭାଇଙ୍କୁ ହତ୍ୟା କଲା ତାଲିବାନ

ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଭାଇଙ୍କୁ ହତ୍ୟା କଲା ତାଲିବାନ

କାବୁଲ: ତାଲିବାନ ସହ ଲଢ଼ି ହାରିଗଲେ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଭାଇ । ପଞ୍ଜଶୀର ଉପତ୍ୟକାରେ ତାଲିବାନ ସହ ଲଢ଼ୁଥିବା ଅମରୁଲ୍ଲା ସାଲେହଙ୍କ ଭାଇ ରୋହୁଲ୍ଲା ସାଲେହଙ୍କୁ ହତ୍ୟା କରିଛି ତାଲିବାନ । ତାଲିବାନ ଆଫଗାନିସ୍ତାନର ଅନେକ ପ୍ରଦେଶକୁ ଦଖଲକୁ ନେଇଥିଲେ ବି ଏପର୍ଯ୍ୟନ୍ତ ପଞ୍ଜଶୀରକୁ ସମ୍ପୂର୍ଣ୍ଣ ଦଖଲ କରିପାରି ନାହିଁ । ଏବେ ବି ୬୦ପ୍ରତିଶତ ପଞ୍ଜଶୀରକୁ ଅକ୍ତିଆର କରି ରଖିଛନ୍ତି ଅହମ୍ମଦ ମାସୁଦଙ୍କ ନେତୃତ୍ୱଧୀନ ପଞ୍ଜଶୀର ରେଜିଷ୍ଟାନ୍ସ ଫୋର୍ସ । ତେବେ ତାଲିବାନ କାମଚଳା ସରକାର ଗଠନ କରିଥିଲେ ମଧ୍ୟ ପଞ୍ଜଶୀରରେ ଏବେ ବି ତାଲିବାନକୁ କଡ୍ଡା ଟକ୍କର ଦେଉଛି ରେଜିଷ୍ଟାନ୍ସ ଫୋର୍ସ । ଏହି ଲଢ଼େଇରେ କିଛି ଦିନ ତଳେ ‘ଆଫଗାନିସ୍ତାନ ରୋଜିଷ୍ଟାନ୍‌ସ୍ ଫ୍ରଣ୍ଟ୍‌’ର ମୁଖପାତ୍ର ଫହୀମ ଦସ୍ତୀ ନିହତ ହୋଇଥିଲେ । ପାକିସ୍ତାନ କରିଥିବା ଡ୍ରୋନ ଆକ୍ରମଣରେ ତାଙ୍କର ଜୀବନ ଯାଇଥିଲା । ଆଉ ଏବେ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ନିଜ ଭାଇଙ୍କୁ ହରାଇଛନ୍ତି । ତାଲିବାନମାନେ ପ୍ରଥମେ ନିର୍ଯାତନା ଦେବା ପରେ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି ।

୨୦ ବର୍ଷ ତଳେ ସରିଆ ନିୟମ ଆଧାରରେ ଅତି ରକ୍ଷଣଶୀଳ ତାଲିବାନୀ ଶାସନକୁ ଭୋଗି ସାରିଛନ୍ତି ଆଫଗାନୀ ମହିଳା । ସେତେବେଳେ ପାଠ ପଢିବାକୁ, ଚାକିରି କରିବାକୁ, ଏକୁଟିଆ ଘରୁ ବାହାରିବାକୁ, ହିଲ୍ ପିନ୍ଧିବାକୁ, ବାଲକୋନିକୁ ବାହାରିବାକୁ, ଫଟୋ ଉଠାଇବାକୁ ଦିଆଯାଉନଥିଲା । ପୁରା ଶରୀରରୁ ବୁର୍ଖାରେ ଢାଙ୍କିବାକୁ ପଡୁଥିଲା । ନଚେତ୍ ଚାବୁକ୍ ମାଡ଼, ପଥର ମାଡ଼ ଓ ମୃତ୍ୟୁଦଣ୍ଡ ସହିବାକୁ ପଡ଼ୁଥିଲା । ତେବେ ୨୦ ବର୍ଷ ପରେ ପୁଣି ଆଫଗାନିସ୍ତାନରେ ସରକାର ଗଢ଼ିବାକୁ ଯାଉଥିବା ତାଲିବାନ ମହିଳାଙ୍କୁ ପାଠ ପଢ଼ିବାର ଓ କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଚାକିରି କରିବାର ଅଧିକାରୀ ଦେଇଛି । ହେଲେ ପୁଅ-ଝିଅଙ୍କୁ ଏକାଠି ପଢିବା ନିଷିଦ୍ଧ କରାଯାଇଛି । ତେବେ କିଛି କ୍ଷେତ୍ରରେ କ୍ଲାସରୁମ୍‌ରେ ପରଦା ଟାଙ୍ଗି ପୁଅ-ଝିଅଙ୍କୁ ଅଲଗା ବସିବା ବ୍ୟବସ୍ଥା କରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking