ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ନୂଆଦିଲ୍ଲୀ : ପରଲୋକରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜସୱନ୍ତ ସିଂ । ୮୨ବର୍ଷ ବୟସରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ଜସୱନ୍ତ ସିଂ ପ୍ରଥମେ ଦେଶର ସେନା ଭାବରେ ଯୋଗ ଦେଇଥିଲେ ପରେ ରାଜନୀତିରେ ସକ୍ରିୟ ରହିଥିଲେ । ଅଟଳ ବିହାରୀ ବାଜପେୟୀ ସରକାରରେ ସେ ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ଭଳି ମନ୍ତ୍ରୀ ପଦରେ ଥିଲେ । ରାଜ୍ୟସଭାରୁ ୫ ଓ ଲୋକସଭାରୁ ୪ଥର ନିର୍ବାଚିତ ହୋଇଥିଲେ । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୋକ ପ୍ରକାଶ କରିଛନ୍ତି । ଦେଶପାଇଁ ନିଷ୍ଠାପର ଭାବେ କାମ କରିଥିଲେ । ଦେଶ ପାଇଁ ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି ରାଜନାଥ ସିଂ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here