27.8 C
Bhubaneswar
Friday, April 19, 2024
Homeଓଡିଶାପରଲୋକରେ ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରା

ପରଲୋକରେ ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରା

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ଆଜି ପରଲୋକ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶ୍ରୀ ଦୋରାଙ୍କ ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଗତ ଏକ ମାସ ତଳେ ତାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଥିବା ବେଳେ ଆଜି ସନ୍ଧ୍ୟା ୫ଟା ସମୟରେ ଶ୍ରୀ ଦୋରାଙ୍କର ମୃତ୍ୟୁ ହୋଇଥିବା ନେଇ ହିସ୍ପିଟାଲ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେ ବିଜେପିର ଜଣେ ବରିଷ୍ଠ ନେତା ଥିଲେ । ସ୍ୱର୍ଗତ ପ୍ରହ୍ଲାଦ ଦୋରା ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ପାଙ୍ଗାମ ଗ୍ରାମରେ ୧୮ ସେପ୍ଟେମ୍ବର ୧୯୪୬ ମସିହାରେ ଏକ ଆଦିବାସୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ବିଏ ଏଲଏଲବି ପାସ୍ କଲା ପରେ ଓକିଲାତି ପେଶାକୁ ଆପଣେଇଥିଲେ । ୧୯୭୧ ମସିହାରେ ଶ୍ରୀ ଦୋରା ଉତ୍କଳ କଂଗ୍ରେସରେ ଯୋଗ ଦେଇ ମାଲକାନଗିରି ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ôଥ ଭାବେ ନିର୍ବାଚନ ଲଢିଥିଲେ । ୧୯୭୭ ମସିହାରେ ଚିତ୍ରକୋଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁପଟ୍ଟନାୟକଙ୍କ ଜନତା ଦଳରୁ ଟିକେଟ ପାଇ ବିଜୟ ଲାଭ କରିଥିଲେ । ସେ ୧୯୯୦ରେ ପୁନଶ୍ଚ ଜନତା ଦଳରୁ ବିଜୟ ଲାଭ କରିଥିଲା ବେଳେ ୨୦୦୪ରେ ବିଡେଡି ଟିକେଟରେ ଚିତ୍ରକୋଣ୍ଡାରୁ ବିଧାୟକ ଭାବେ ଜୟଯୁକ୍ତ ହୋଇଥିଲେ । ଉପ-ବାଚସ୍ପତି ଭାବେ ୨୦ ।୦୩ ।୧୯୯୦ ରୁ ୧୫ ।୦୩ ।୧୯୯୫ ଏବଂ ୩ ।୭ ।୨୦୦୪ ରୁ ୩ ।୭ ।୨୦୦୯ ପର୍ଯ୍ୟନ୍ତ ରହିଥିଲେ । ତାଙ୍କର ବିୟୋଗରେ ଦଳର ଅପୂରଣୀୟ କ୍ଷତି ହୋଇଥିବା କୁହାଯାଇଛି । ସ୍ୱର୍ଗତ ଦୋରା ଜଣେ ଦକ୍ଷ, ସଚ୍ଚୋଟ, ପରୋପକାରୀ ମଣିଷ ଥିଲେ ।ତାଙ୍କର ବିୟୋଗରେ ସାରା ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking