28.1 C
Bhubaneswar
Friday, March 29, 2024
Homeଅପରାଧପତ୍ନୀଙ୍କ ସହ ୩ ଶିଶୁଙ୍କୁ ଜିଅନ୍ତା ପୋଡ଼ିବା ପରେ ନିଜେ ଆତ୍ମହତ୍ୟା କଲେ ଖେଳାଳି

ପତ୍ନୀଙ୍କ ସହ ୩ ଶିଶୁଙ୍କୁ ଜିଅନ୍ତା ପୋଡ଼ିବା ପରେ ନିଜେ ଆତ୍ମହତ୍ୟା କଲେ ଖେଳାଳି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଜଣେ ପୂର୍ବତନ ଖେଳାଳି ନିଜର ପତ୍ନୀଙ୍କ ସମେତ ତିନିଜଣ ସନ୍ତାନଙ୍କୁ ଜିଅନ୍ତା ଜାଳି ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି ।ମିଳିଥିବା ସୂଚନା ମୁତାବକ ଅଷ୍ଟ୍ରେଲିଆର ପୂର୍ବତନ ରଗବି ଖେଳାଳି ରୋବେନ ବେକସଟର ୩୧ ବର୍ଷୀୟ ପତ୍ନୀ ହେନାଙ୍କ ସହ ତିନିଜଣ ସନ୍ତାନଙ୍କୁ କାରରେ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ । ସେମାନଙ୍କ ମୃତ୍ୟୁ ପରେ ରୋବେନ ଆତ୍ମହତ୍ୟା କରିଥିଲେ ।

ନିଆଁ ଲିଭାଜିବା ପରେ କାରରେ ହେନାଙ୍କ ସମେତ ୩ ସନ୍ତାନଙ୍କ ଜୀବନ୍ତ ଦଗ୍ଧ ମୃତ ଦେହ ଦେଖିବାକୁ ମିଳିଥିବା ବେଳେ ରୋବେନଙ୍କୁ ତାଙ୍କ ଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା | କିନ୍ତୁ ମୃତ୍ୟୁ ପୂର୍ବରୁ ସେ ନିଜେ କାରରେ ନିଆଁ ଲଗାଇଦେଇଥିବା ସ୍ୱୀକାର କରିଥିଲେ ।ତେବେ ଏଭଳି କାଣ୍ଡ ପଛରେ ପାରିବାରିକ କଳହ ହିଁ ମୁଖ୍ୟ ଥିଲା ବୋଲି ପୁଲିସ କହିଛି । କାରଣ ରୋବେନ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କଳହକୁ ନେଇ କୋର୍ଟରେ କେସ ଚାଲିଥିଲା ।ଏ ନେଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ କହିଛନ୍ତି ଯେ ଏହି ଘଟଣାକୁ ନେଇ ସମ୍ପୂର୍ଣ୍ଣ ଅଷ୍ଟ୍ରେଲିଆ ଶୋକରେ ଅଛି ।
https://onakhabar.com/2020/02/20/nirbhaya-case-9/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking