28.1 C
Bhubaneswar
Saturday, April 20, 2024
Homeଅପରାଧପୂର୍ବତନ ଆଇପିଏସ ଅମିତାଭ ଠାକୁରଙ୍କୁ ଗିରଫ କଲା ପୁଲିସ

ପୂର୍ବତନ ଆଇପିଏସ ଅମିତାଭ ଠାକୁରଙ୍କୁ ଗିରଫ କଲା ପୁଲିସ

ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ ଅଫିସର ଅମିତାଭ ଠାକୁରଙ୍କୁ ଶୁକ୍ରବାର ଗିରଫ କରାଯାଇଛି । ଅମିତାଭଙ୍କ ଉପରେ ମୁଖତାର ଅଂସାରୀଙ୍କ କରିବା ହିସାବରେ ଦୁଷ୍କର୍ମ ଆରୋପୀ ସାଂସଦ ଅତୁଲ ରାୟଙ୍କୁ ରକ୍ଷା କରିବା ପାଇଁ ଅପରାଧିକ ଷଡଯନ୍ତ୍ର ରଚିବା ଆରୋପ ରହିଛି । ଅତୁଲ ରାୟଙ୍କ ଉପରେ ଆରୋପ ଆଣିଥିବା ପିଡୀତା ୧୬ ଅଗଷ୍ଟରେ ସୁପ୍ରିମକୋର୍ଟ ବାହାରେ ନିଜ ବନ୍ଧୁଙ୍କ ସହିତ ନିଜୁ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଦୁହେଁ ମୃତ୍ୟୁ ପୂର୍ବରୁ କୋର୍ଟ ବାହାରେ ଆତ୍ମହତ୍ୟା କରିବା ପୂର୍ବରୁ ଫେସବୁକ ଲାଇଭ ବି କରିଥିଲେ । ଫେସବୁକ ଲାଇଭରେ ପୀଡିତା ଓ ତାଙ୍କ ବନ୍ଧଉ ଏସଏସପି ଅମିତ ପାଠଖ, ସିଓ ଅମରେଶ ସିଂହ, ଦରେଗା ସଂଜୟ ରାୟ ଓ ତାଙ୍କ ପୁଅ ବିବେକ ରାଏ, ପୂର୍ବ ଆଇଜିଙ୍କ ଉପରେ ବି ଉତ୍ପୀଡନ ଆରୋପ ଲଗାଇଥିଲେ । ପୀଡିତା ଅମିତାଭ ଠାକୁରଙ୍କ ଉପରେ ବି ଆରୋପ ଲଗାଇଥିଲେ ।  କୁହାଯାଉଛି ଯେ, ଅମିତାଭ ଠାକୁରଙ୍କୁ ଏସଆଇଟି ଯାଂଚ ରିପୋର୍ଟ ଆଧାରରେ ଗିରଫ କରାଯାଇଛି । ତାଙ୍କୁ ଗିରଫ କରିବା ସମୟରେ ସେ ଗାଡିରେ ବସିବାକୁ ମନା କରୁଥିଲେ । ପୁଲିସ ତାଙ୍କୁ ଜୋର ଜବରଦସ୍ତ ଗାଡିରେ ବସାଇଥିଲେ । ସେ ପୁଲିସଙ୍କୁ ଏଫଆଇଆର ଦେଖାଇବାକୁ ଦାବି କରୁଥିଲେ । ଏହା ମଧ୍ୟରେ ସେ ଜଣେ ପୁଲିସ କର୍ମୀଙ୍କ ଉପରେ ହାତ ବି ଉଠାଇଥିବା କୁହାଯାଉଛି । ଏହାର ଭିଡିଓ ବି ଭାଇରାଲ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking