40.1 C
Bhubaneswar
Thursday, April 25, 2024
Homeଓଡିଶାକରୋନାରେ ମୃତ୍ୟୁ ହେଲେ ପ୍ରଶାସନ କରିବ ସଂସ୍କାର

କରୋନାରେ ମୃତ୍ୟୁ ହେଲେ ପ୍ରଶାସନ କରିବ ସଂସ୍କାର

ଭୁବନେଶ୍ୱର: କରୋନା କବଳରେ ଏବା ସାରା ଦେଶ ରହିଥିବା ବେଳେ ଭାରତରେ କରୋନା ମୃତକଙ୍କ ଶବ ସତ୍କାର ପରିବାର ନୁହେଁ ବରଂ ପ୍ରଶାସନ କରିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ତେବେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଲେ ସେମାନଙ୍କର ଶବ ସତ୍କାର କିଭଳି କରାଯିବ ତାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯେଉଁ ନିର୍ଦ୍ଦେଶନାମା ଜାରି ହୋଇଛି, ସେଥିରେ ଅନେକ କଟକଣା ରହିଛି। ଶବକୁ ୱାର୍ଡ ଅବା ଆଇସିୟୁରୁ ସ୍ଥାନାନ୍ତର କରିବାଠୁ ଅନ୍ତିମ ସଂସ୍କାର କରାଯିବ ପର‌୍ୟ୍ୟନ୍ତ ସବୁ କାର‌୍ୟ୍ୟ ଅତ୍ୟନ୍ତ ସତର୍କତାର ସହ ସାମାଜିକ ଦୂରତ୍ୱ ଓ ପରିଚ୍ଛନ୍ନତା ରଖି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୃତ ବ୍ୟକ୍ତିଙ୍କର ଯେଭଳି କୌଣସି ଅଙ୍ଗପ୍ରତ୍ୟଙ୍ଗ ଦେଖାନଯିବ ସେଥିପାଇଁ ସେହି ଶବକୁ ଲିକ୍ ହେଉନଥିବା ପ୍ଲାଷ୍ଟିକ୍ ବ୍ୟାଗରେ ସିଲ୍ କରାଯିବ। ଯେଉଁ ଗାଡ଼ିରେ ଏହି ଶବକୁ ଅନ୍ତିମ ସଂସ୍କାର ସ୍ଥଳକୁ ନିଆଯିବ ସେହି ଗାଡ଼ିକୁ ସମ୍ପୂର୍ଣ୍ଣ ଭାବେ ସୋଡ଼ିୟମ ହାଇପୋକ୍ଲୋରାଇଟରେ ବିଶୋଧନ କରାଯିବ। ଶବକୁ ପରିବହନବେଳେ କର୍ମଚାରୀମାନେ ହାତରେ ଗ୍ଲୋଭସ୍, ଫୁଲ୍ ଆପ୍ରନ୍ , ମାସ୍କ ଓ ଆଖିରେ ଚଷମା ଆଦି ପିନ୍ଧିବା ବାଧ୍ୟତାମୂଳକ। ଶବକୁ ମୃତକଙ୍କ ସମ୍ପର୍କୀୟମାନେ ନିଜ ଘରକୁ ନେବାକୁ ଅନୁମତି ମିଳିବ ନାହିଁ। ଯେଉଁଠି ଶବ ସଂସ୍କାର କରାଯିବ ସେଠାରେ ଖୁବ୍ କମ ସଂଖ୍ୟକ ପରିବାର ସଦସ୍ୟଙ୍କୁ ରହିବାକୁ ଅନୁମତି ମିଳିବ। ସାମାଜିକ ଦୂରତ୍ୱ ବଜାୟ ରଖାଯିବ। ଶଶ୍ମାନ ଅବା ଯେଉଁ ସ୍ଥାନରେ ଶବ ସଂସ୍କାର କରାଯିବ ସେଠାରେ ଯେଭଳି ସଂକ୍ରମଣ ବ୍ୟାପିବାର ଆଶଙ୍କା ନଥିବ ତାହା ପ୍ରଶାସନ ସୁନିଶ୍ଚିତ କରାଇବ। ଶବ ସଂସ୍କାର ପୂର୍ବରୁ ପ୍ରଶାସନ ସେହି ସ୍ଥାନରେ ସୋଡ଼ିୟମ ହାଇପୋକ୍ଲୋରଇଟ ସିଞ୍ଚନ କରାଇବେ। ଅବଶ୍ୟ ପରିବାର ସଦସ୍ୟମାନେ ଚାହିଁଲେ ମୃତ ବ୍ୟକ୍ତିଙ୍କ ମୁହଁକୁ ଶେଷଥର ପାଇଁ ଦେଖିପାରିବେ। ପ୍ରଶାସନର ଅନୁମତି ଆଧାରରେ ସ୍ୱାସ୍ଥ୍ୟକର୍ମୀ ସେଠାରେ କେବଳ ମୁହଁ ଖୋଲି ଦେଖାଇ ପାରିବେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking