26.1 C
Bhubaneswar
Friday, March 29, 2024
Homeଓଡିଶାପ୍ରତ୍ୟେକ ସୋମବାର ସମ୍ବଲପୁରୀ ବସ୍ତ୍ର ପରିଧାନ କରିବେ ସରକାରୀ ଅଧିକାରୀ

ପ୍ରତ୍ୟେକ ସୋମବାର ସମ୍ବଲପୁରୀ ବସ୍ତ୍ର ପରିଧାନ କରିବେ ସରକାରୀ ଅଧିକାରୀ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆରା ପଦକ୍ଷେପ । ସମସ୍ତ ଅଧିକାରୀ ସମ୍ବଲପୁରୀ ବସ୍ତ୍ର ପରିଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ । ସମ୍ବଲପୁରୀ ବସ୍ତ୍ର କୁ ପରିଚିତ କରାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ନିଆଯାଇଛି । ପ୍ରତ୍ୟେକ ସୋମବାର ଦିନ ଜିଲ୍ଲାର ବିଭିନ୍ନ ବ୍ଲକରେ ହେଉଥିବା ଜନଶୁଣାଣିରେ ସମସ୍ତ ଅଧିକାରୀ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାକୁ କୁହାଯାଇଛି । ଆସନ୍ତାକାଲି ଠାରୁ ହେବାକୁ ଥିବା ଜନଶୁଣାଣୀରେ ସମସ୍ତ ଅଧିକାରୀ ଏହା ପାଳନ କରିବାକୁ କୁହାଯାଇଛି ।

ଫଳରେ ହସ୍ତତନ୍ତ ବସ୍ତ୍ରର ଚାହିଦା ଆହୁରି ବୃଦ୍ଧି ପାଇବ । ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଜିଲ୍ଲାର ପ୍ରତି ସୋମବାର ରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାର ପ୍ରତ୍ୟେକ ଜିଲ୍ଲା ସ୍ତରୀୟ ଅଧିକାରୀ ସୋନପୁରର ବୁଣାକାର ମାନଙ୍କ ଦ୍ୱାରା ନିର୍ମିତ ହସ୍ତତନ୍ତ ଲୁଗା ପରିଧାନ କରିବାପାଇଁ ନିଷ୍ପତ୍ତି ନିଆଯାଇଛି । ଯାହାକି ବୁଣାକାର ମାନଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବାସହ ହସ୍ତତନ୍ତ ବସ୍ତ୍ରର ପ୍ରୋତ୍ସାହନ ହୋଇପାରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking