39.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶ୫୦ ଫୁଟ ତଳକୁ ଖସିଲା କାର, ଶିଶୁ ସମେତ ବଞ୍ଚିଗଲା ୭ ଜୀବନ

୫୦ ଫୁଟ ତଳକୁ ଖସିଲା କାର, ଶିଶୁ ସମେତ ବଞ୍ଚିଗଲା ୭ ଜୀବନ

ରାଜସ୍ଥାନ : ଦୁର୍ଘଟଣାକୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ । ଏକ କାର ୫୦ ଫୁଟ ତଳକୁ ଖସି ୩ ବର୍ଷର ଶିଶୁ ସମେତ ୭ ଜଣଙ୍କ ଜୀବନ ବଞ୍ଚି ଯାଇଛି । ଏହି ଘଟଣା ଘଟିଛି ରାଜସ୍ଥାନର ଅଜମେରର ତାରାଗଡ ପାହାଡିଆ ଅଞ୍ଚଳରେ । ଦୁର୍ଗମ ମାର୍ଗରୁ ତଳକୁ ଯାଉଥିବା କାର ଦୁର୍ଘଟଣାଗ୍ରସ୍ତ ହୋଇଛି । କାରରେ ଗୁଜରାଟର ବାସିନ୍ଦା ଗୋଟିଏ ପରିବାର ଯାତ୍ରା କରୁଥିଲେ । କାରଟି ପ୍ରାୟ ୫୦ ଫୁଟ୍ ଗଭୀର ଖାଇକୁ ଖସିବା ପରେ ଓଲଟି ଯାଇଥିଲା । କାରରେ ଗୋଟିଏ ପରିବାରର ୭ ଜଣଙ୍କ ସମେତ ଏକ ଶିଶୁ ମଧ୍ୟ ଥିଲା । କାରଟି ଖାଇକୁ ଖସିଥିଲେ ମଧ୍ୟ ଏହା ବୁଦା ମଧ୍ୟରେ ରହିଯାଇଥିଲା । ଦୁର୍ଘଟଣାରେ ୭ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଅହମଦାବାଦ (ଗୁଜରାଟ)ର ଜାୟରିନ ତାରାଗଡ ଯାଇ କାରରେ ଫେରୁଥିଲେ । ପାହାଡ ରାସ୍ତାରେ କାରଟି ତଳକୁ ଖସିବା ସମୟରେ ବ୍ରେକ୍ କାମ ନକରିବା ଫଳରେ ୫୦ ଫୁଟ ତଳକୁ ଖସି ପଡିଥିଲା । ବୁଦାରେ ଲାଖି ରହିବାରୁ କେହି ଅଧିକ ଗୁରୁତର ହୋଇ ନାହାଁନ୍ତି । ଅଞ୍ଚଳରେ ଥିବା ସ୍ଥାନୀୟଲୋକେ ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କ୍ରେନ ଯୋଗେ କାରଟିକୁ ଉପରକୁ ଉଠା ଯାଇଥିଲା । କାରରେ ଭିତରୁ ମହିଳା ବାହାରିବା ପରେ ନିଜ ୩ ବର୍ଷରୁ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ସଭିଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking