ସ୍ୱାଧୀନତାର ୭୪ ବର୍ଷ ପରେ ବି ବାଉଁଶ ପୋଲ ସାଜିଛି ଏକମାତ୍ର ଭରସା

ବାଉଁଶ ପୋଲ

ମୟୁରଭଞ୍ଜ: ସ୍ବାଧୀନତାର ୭୪ବର୍ଷ ପରେ ବି ଗାଁକୁ ଯାତାୟାତ ପାଇଁ ବାଉଁଶ ପୋଲ ଏକମାତ୍ର ଭରସା। ଯାତାୟାତ ପାଇଁ ରାସ୍ତା ଭଳି ଗୁରୁତ୍ୱପୂର୍ଣ୍ଣ ତଥା ସର୍ବନିମ୍ନ ମୌଳିକ ଅଧିକାରର ସୁବିଧା ଉପଭୋଗରୁ ବଞ୍ଚିତ ରହିଆସିଛନ୍ତି ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ଲୋକମାନେ। ଅନ୍ୟପଟେ ମୁଖ୍ୟରାସ୍ତା ସହ ସଂଯୋଗ ପାଇଁ ପ୍ରତିବନ୍ଧକ ସାଜୁଥିବା ନଦୀନାଳ ଉପରେ ପୋଲନିର୍ମାଣ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ବିଜୁସେତୁ ଯୋଜନା। ହେଲେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ଆସ୍ଥାପ୍ରକଟ କରି ଭୋଟଦେଇ ଆସୁଥିବା ସ୍ଥାନୀୟ ଅଞ୍ଚଳବାସୀଙ୍କ ବିଶ୍ୱାସ ନିଶ୍ଚିତ ପୋଲନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ କିନ୍ତୁ ଆଜିପର୍ଯ୍ୟନ୍ତ ସମ୍ଭବ ହେଉନାହିଁ। ତେବେ ସ୍ଥାନୀୟ ଅଞ୍ଚଳର ଏହା ଏକ ବଡ଼ ସମସ୍ୟା ହୋଇଥିଲା ବେଳେ ସ୍ଥାନୀୟ ବିଧାୟକ କିମ୍ବା ପ୍ରଶାସନ ସରକାରଙ୍କ ନଜରକୁ ଆଣି ନାହାନ୍ତି ନା ସରକାର ଏହି ସମସ୍ୟାକୁ ଏଡ଼ାଇ ଯିବାକୁ ଚେଷ୍ଟା କରୁଛନ୍ତି ତାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଡ଼ଙ୍ଗାଡିହା ଠାରେ। ଏଠାକାର ଦୁଇଟି ଗ୍ରାମର ବାସିନ୍ଦାମାନେ ସ୍ଵାଧୀନତାର ୭୩ ବର୍ଷ ପରେବି ଗମନାଗମନ ପାଇଁ ଆବଶ୍ୟକ ରାସ୍ତା ଭଳି ଗୁରୁତ୍ତ୍ୱପୂର୍ଣ୍ଣ ସର୍ବନିମ୍ନ ମୌଳିକ ଅଧିକାରରୁ ବଞ୍ଚିତ l ଉକ୍ତ ଗାଁ ଲୋକଙ୍କର ଦୀର୍ଘଦିନର ଏହି ସମସ୍ୟା ନେଇ ବାରମ୍ବାର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ପ୍ରଶାସନ ଏବଂ ବିଧାୟକ, ସାଂସଦଙ୍କ ସମେତ ମନ୍ତ୍ରୀ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଲୋକେ ନୟାନ୍ତ ହେଲେଣି ସିନା କିନ୍ତୁ କେହି କର୍ଣ୍ଣପାତ କରିନାହାନ୍ତି। ବରଂ ତାଙ୍କୁ ମୌଳିକ ଅଧିକାରରୁ ଆଜି ପର୍ଯ୍ୟନ୍ତ ବଞ୍ଚିତ କରିଛନ୍ତି ସରକାର ତେବେ ଆସନ୍ତୁ ଦେଖିବା ଏହାର ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

ସ୍ୱାଧୀନତାର ୭୪ ବର୍ଷ ଆମ୍ଭେ ପାଳନ କରିଥିଲେ ବି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଏବେ ବି ଏମିତି ଗାଁ ଅଛି ଯୋଉଠି ବିକାଶ ଆଜି ସାତ ସପନ । ସାମାନ୍ୟ ଯିବା ଆସିବା ପାଇଁ ଗୋଟିଏ ଭଲ ରାସ୍ତା ନ ଥିବା ବେଳେ ନଦୀ ପାର ହବା ପାଇଁ ବାଉଁଶ ପୋଲ ହିଁ ଏକମାତ୍ର ଭରସା । ଯାହା ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବିକାଶର ନଗ୍ନ ଚିତ୍ରକୁ ବଖାଣୁଛି । ତେବେ ଏହି ଗ୍ରାମରେ କେହି ଗୁରୁତର ଅସୁସ୍ଥ ହେଉକି ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ଆସି ପାରୁନଥିବା ବେଳେ ଏହି ବାଉଁଶପୋଲ ଉପରେ ପାରିକରିବାକୁ ନାକେଦମ ହେବାକୁ ପଡିଥାଏ ବୋଲି ଲୋକମାନେ ଅଭିଯୋଗ କରି କହୁଥିବା ବେଳେ ସରକାର ଏବଂ ସରକାରୀ ଯୋଜନା ଗୁଡିକ ଉପହାସିତ ହେଉଥିବା ଘଟଣା ଏକ ସଭ୍ୟ ସମାଜ ପାଇଁ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରୁଛି।

ଚମ୍ପାଝର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗାଡିହା ଗ୍ରାମର ଘୁଟୁସାହି ଓ ବଙ୍ଗାଳିସାହିରେ ରହିଛନ୍ତି ପାଖାପାଖି ୧୨ ଶହ ପରିବାର ହେଲେ ଏମାନଙ୍କୁ ଶାଳନ୍ଦୀ ନଦୀ ଭାଗ କରିଦେଇଛି । ଗାଁ ଅପର ପାର୍ଶ୍ଵରେ ଉକ୍ତ ଗାଁ ଦୁଇଟି ରହିଥିବା ବେଳେ ପ୍ରତ୍ୟେକ ଦିନ ଜାଆସ ପାଇଁ ସାଳନ୍ଦୀନଦୀ ପାର ହୋଇ ଦୈନଦିନର ରାସନ ଠୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ଆବଶ୍ୟକତା ପୂରଣ କରିବାକୁ ଏଇ ବାଉଁଶପୋଲ ଉପରେ ନିର୍ଭର କରିବାକୁ ପଡିଥାଏ ଶହ ଶହ ଗ୍ରାମବାସୀଙ୍କୁ ତଥାପି କାହାରି ଦୃଷ୍ଟି ପଡୁନି ନା ଜିଲ୍ଲା ପ୍ରଶାସନ ନା ସ୍ଥାନୀୟ ଲୋକ ପ୍ରତିନିଧିଙ୍କ, ସ୍ୱାଧୀନତାର ୭୪ବର୍ଷ ପରେ ବି ଲୋକେ ନଦୀ ପାରହବା ପାଇଁ ଏଇ ବିପଦ ସଂକୁଳ ବାଉଁଶ ପୋଲକୁ ଭରସା କରି ଆଜି ନିଜର ଭାଗ୍ୟ କୁ ଆଦରି ପଡି ରହିଛନ୍ତି ।

ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ବିକାଶ ର ଡିମ ଡିମ ପିଟୁଥିବା ବେଳେ ଏଇ ଦୁଇଟି ଗାଁ ଆଜି ପର୍ଯ୍ୟନ୍ତ ବିକାଶ କଣ ଜାଣି ପାରିଲେ ନାହିଁ । ବର୍ଷା ଦିନ ଆସିଲେ ଏଇ ଦୁଇଟି ଗାଁ ନାହିଁ ନ ଥିବା ଦୁର୍ଦଶା ଭୋଗୁଛନ୍ତି । ନଦୀ ଉପରେ ପୋଲ ନାହିଁ । ପାଣି ସ୍ରୋତ କମିଲେ ନିଜ ଉଦ୍ୟମରେ ଲୋକେ କରୁଛନ୍ତି ବାଉଁଶ ପୋଲ । ତାହା ମଧ୍ୟ ବିପଦଜନକ ଅବସ୍ତା ରେ ଚାଉଳ, ଭତ୍ତା, ସ୍ୱାସ୍ଥ୍ୟ ,ଶିକ୍ଷା ତଥା ଅନ୍ୟାନ୍ୟ ସେବା ସୁବିଧା ପାଇଁ ବାଉଁଶ ପୋଲ ହିଁବ ଏକମାତ୍ର ଭରସା । ଅତି ସନ୍ତର୍ପଣରେ ଆସିବା ବେଳେ ମଧ୍ୟ ଖସି ପଡୁଛନ୍ତି ସାନ, ବଡ଼ ସମସ୍ତେ । ସେହିପରି ୧୨ ଶହରୁ ଉର୍ଦ୍ଧ ଲୋକ ବସବାସ କରୁଥିଲେ ସୁଦ୍ଧା ସ୍କୁଲ କିମ୍ବା ଅଙ୍ଗନୱାଡି ଟିଏ ବି ନାହିଁ ସେଠାରେ । ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧା ପହଂଚାଇବା ମଧ୍ୟ ବ୍ୟବସ୍ଥା ହୋଇ ପାରିନାହିଁ ଏଯାବତ ଯାହାକୁ ନେଇ ଏବେ ଜନ ଅସନ୍ତୋଷ ତେଜିବାରେ ଲାଗିଛି । ତେବେ ଏ ସମ୍ପର୍କରେ ଆମେ ସ୍ଥାନୀୟ ପ୍ରଶାସନ ପାଖରୁ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ବି ସରକାରଙ୍କ ନୂଆଁ ଆଇନ ପାଇଁ ସେ କୌଣସି ପ୍ରତିକ୍ରିୟା ମିଡ଼ିଆ ସାମ୍ନାରେ ରଖିପାରିବେ ନାହିଁ ବୋଲି ସିଧାସଳଖ ମନା କରିଛନ୍ତି । ତେବେ ନିକଟରେ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା ବେଳେ ଏଇ ଗାଁର ସମାସ୍ୟା ଭିଡିଓ ଚିତ୍ର ମାଧ୍ୟମରେ ଦେଖିବା ପରେ ସମାଧାନ ନିମନ୍ତେ ଆଲୋଚନା ଜରିଆରେ ସରକାରଙ୍କ ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ କରିବା ପାଇଁ ଗ୍ରାମବାସୀ ଦାବି କରିଥିବା ବେଳେ ଏମାନଙ୍କ ଦାବି ସଦନରେ ଅଂଶଗ୍ରହଣ କରୁଥିବା ବିଧାୟକ ଏବଂ ସରକାର କେବେ ଶୁଣୁଛନ୍ତି ତାହା ଦେଖିବା ପାଇଁ ବାକି ରହିଲା

LEAVE A REPLY

Please enter your comment!
Please enter your name here