19.1 C
Bhubaneswar
Saturday, November 23, 2024
Homeଓଡିଶା୨୧ରୁ ଆରମ୍ଭ ହେବନି ମାଟ୍ରିକ ଖାତା ଦେଖା

୨୧ରୁ ଆରମ୍ଭ ହେବନି ମାଟ୍ରିକ ଖାତା ଦେଖା

ଭୁବନେଶ୍ୱର: ମହାବାତ୍ୟା ଅମ୍ପନକୁ ନେଇ ମାଟ୍ରିକ ଖାତା ଦେଖା ମୂଲ୍ୟାୟନକୁ ସ୍ଥଗିତ କରାଯାଇଛି । ୨୧ ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷା ଖାତା ଦେଖାକୁ ଏବେ ସ୍ଥଗିତ ରଖାଯାଇଛି । ତେବେ  ପୂର୍ବରୁ ମେ ୨୦ ରୁ ମାଟ୍ରିକ ମୂଲ୍ୟାୟନ ଆରମ୍ଭ ହେବାକୁ ନିଷ୍ପତି ହୋଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଥିଲେ । କିନ୍ତୁ ବାତ୍ୟା ଯୋଗୁଁ ୨୦ ବଦଳରେ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ ବୋଲି ଗତକାଲି କହିଥିଲେ । ତେବେ ବାତ୍ୟା ର ପ୍ରଭାବ ଅଧିକ ରହିବା ଯୋଗୁଁ ଏହି ମାଟ୍ରିକ ପରୀକ୍ଷା ମୂଲ୍ୟାୟନ କୁ ସ୍ଥଗିତ ରଖାଯାଇଛି ।
ପରବର୍ତ୍ତୀ ସମୟରେ କେବେ ଖାତା ଦେଖା ହେବ ସେ ନେଇ ନିଷ୍ପତି ନିଆଯିବ। ପୂର୍ବ ନିର୍ଦ୍ଧାରିତ ୬୦ଟି କେନ୍ଦ୍ର ରେ  ମୂଲ୍ୟାୟନ ହେବା ସହ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୧୦ କିଲୋମିଟର ପରିଧି ଭିତରେ ଥିବା ମୂଲ୍ୟାୟନ କେନ୍ଦ୍ରରେ ହିଁ ଶିକ୍ଷକ ଖାତା ଦେଖିବେ ବୋଲି ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking