28.1 C
Bhubaneswar
Wednesday, April 24, 2024
Homeଓଡିଶାମେ’ ୨୦ ରୁ ମାଟ୍ରିକ ଖାତାଦେଖା, ଜୁଲାଇ ଶେଷ ସୁଦ୍ଧା ଫଳ ପ୍ରକାଶ

ମେ’ ୨୦ ରୁ ମାଟ୍ରିକ ଖାତାଦେଖା, ଜୁଲାଇ ଶେଷ ସୁଦ୍ଧା ଫଳ ପ୍ରକାଶ

ଭୁବନେଶ୍ୱର: ମାଟ୍ରିକ ଖାତା ମୂଲ୍ୟାୟନ ନେଇ ଆଜି ଅନୁଷ୍ଠିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ମେ’ ୨୦ ତାରିଖରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ ବୋଲି ସୂଚନା ପ୍ରଦାନ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ । ମେ’୨୦ ତାରିଖରୁ ଖାତା ଦେଖା ଆରମ୍ଭ ହୋଇ ଜୁଲାଇ ମାସ ଶେଷ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିପାଇଁ ମେ’ ୧୯ ତାରିଖ ସୁଦ୍ଧା ସବୁ କେନ୍ଦ୍ରରେ ପରୀକ୍ଷା ନିରୀକ୍ଷକ ପହଂଚିବେ । ତେବେ ରାଜ୍ୟର ୬୦ଟି କେନ୍ଦ୍ରରେ ମାଟ୍ରିକ ଖାତାଦେଖା ହେବ । ଏହାଛଡା ମାଟ୍ରିକ ଖାତା ଦେଖା ବେଳେ ସାମାଜିକ ଦୂରତ୍ୱ ମଧ୍ୟ ଅବଲମ୍ବନ ହେବ । ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହାକୁ କଡାକଡି ଭାବେ ପାଳନ କରିବେ । ମୂଲ୍ୟାୟନ କେନ୍ଦ୍ରରେ କୋଭିଡ ୧୯ର ଯାହା ଗାଇଡଲାଇନ ରହିଛି ତାର ଅନୁପାଳନ ମଧ୍ୟ କରାଯିବ ବୋଲି ସେ କହିଛନ୍ତି । ଏହାବାଦ୍ ଖାତାଦେଖାରେ ନିୟୋଜିତ ରହିଥିବା ଶିକ୍ଷକମାନଙ୍କୁ ମଧ୍ୟ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ତେବେ କଣ୍ଟେନମେଣ୍ଟ ଜୋନରେ ଖାତା ଦେଖା ନେଇ ମନ୍ତ୍ରୀ କହିଛନ୍ତି ଯେ, ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ଏନେଇ ନିଷ୍ପତ୍ତି ନିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking