26.1 C
Bhubaneswar
Friday, March 29, 2024
Homeଓଡିଶାକୋଭିଡ୍ ମୁକାବିଲା ନେଇ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଗଠନ

କୋଭିଡ୍ ମୁକାବିଲା ନେଇ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଗଠନ

ଭୁବନେଶ୍ୱର : ଜାତୀୟସ୍ତରରେ କେତେକ ରାଜ୍ୟରେ ତୃତୀୟ ଲହର ଆଗମନର ସଙ୍କେତ ମିଳିଛି । ଫଳରେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇବାରେ ଲାଗିଛି । ବିଶେଷ ଭାବରେ ଶିଶୁ ବର୍ଗଙ୍କ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପେଟ ରାଜ୍ୟରେ ସ୍କୁଲ ଖୋଲିବା ପରେ ରାଜ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି । ତିନି ଦିନ ଭିତରେ ଦାରିଙ୍ଗବାଡ଼ିରେ ୨ଛାତ୍ରୀ ସଂକ୍ରମିତ ହୋଇଛନ୍ତି । ରାଜ୍ୟ ସରକାର ବିଦ୍ୟାଳୟକୁ ବନ୍ଦ କରି କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ଆଗକୁ ମଧ୍ୟ ଛାତ୍ରଛାତ୍ରୀ ସଂକ୍ରମିତ ହେବାର ସମ୍ଭାବନା ବଢ଼ିଯାଇଛି । ଶିଶୁ ବର୍ଗଙ୍କ ସଂକ୍ରମଣରୁ ମୁକ୍ତ ରଖିବା ଲାଗି ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି । ଏନେଇ ରାଜ୍ୟ ସରକାର କଟକ, ଭୁବନେଶ୍ୱର ଓ ରାଉରକେଲା ଆଦି ବଡ଼ ବଡ଼ ସହରରେ ଶିଶୁ କୋଭିଡ୍ ହସ୍ପିଟାଲ ଖୋଲିବା ଲାଗି ପଦକ୍ଷେପ ଗ୍ରହଣ କରିଥିବା ସୂଚନା ମିଳିଛି । ଏନେଇ ଡିଏମ୍‌ଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । କେନ୍ଦ୍ର ଗାଇଡ୍‌ଲାଇନ୍ ଅନୁସାରେ ସଂକ୍ରମିତ ଶିଶୁଙ୍କ ଲାଗି ୬୦୦ ବେଡ୍ ଆବଶ୍ୟକ ପଡ଼ିପାରେ । କିନ୍ତୁ ୩ ହଜାର ବେଡ୍ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । କେବଳ ୬୧୦ ରହିଛି ଆଇସିୟୁ ଓ ଏଚଡିୟୁ ବେଡ୍ । କୋଭିଡ୍ ମୁକାବିଲା ନେଇ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଥିବା ବେଳେ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି । ଯଦି କୌଣସି ଲକ୍ଷଣ ଥିବା ଶିଶୁ ହସ୍ପିଟାଲରେ ଆଡମିଟ୍ ହୁଅନ୍ତି ସେମାନଙ୍କ ଆରଟିପିସିଆର ଟେଷ୍ଟ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking