ଗ୍ରାହକଙ୍କ ପାଇଁ ଇପିଏଫଓ ଆଣିଲା ଖୁସି ଖବର ; ଦୀପାବଳି ସୁଦ୍ଧା କରିପାରେ ପ୍ରଥମ କିସ୍ତି ସୁଧର ୮.୫% କ୍ରେଡିଟ୍

EPFO may credit first instalment of 8.5% interest by Diwali

ମୁମ୍ବାଇ : ଇପିଏଫଓ ତାର ଗ୍ରାହକମାନଙ୍କ ପାଇଁ ଆଣି ଦେଇଛି ଖୁସି ଖବର । ଲାଇଭ ହିନ୍ଦୁସ୍ତାନର ଏକ ରିପୋର୍ଟ ଅନୁଯାୟୀ, ଏମ୍ପୋଲୟୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫ୍ଓ) ଏହାର ଗ୍ରାହକଙ୍କୁ ପ୍ରଥମ କିସ୍ତି ସୁଧର ୮.୫% ପ୍ରଦାନ କରିବାର ସୂଚନା ମିଳିଛି । ସେପ୍ଟେମ୍ବରରେ ଇପିଏଫଓ କେନ୍ଦ୍ରୀୟ ବୋର୍ଡ କହିଛି ଯେ, ଏହା ୩୧ ମାର୍ଚ୍ଚ ୨୦୨୦ରେ ଶେଷ ହୋଇଥିବା ବର୍ଷ ପାଇଁ ଏହାର ଗ୍ରାହକଙ୍କୁ ୮.୫% ସୁଧ ଦେବ । ସୁଧ ହାରକୁ ୮.୧୫% ଏବଂ ୦.୩୫% ରେ ବିଭକ୍ତ କରାଯାଇଛି । ସରକାରଙ୍କ ଦ୍ୱାରା ପରିଚାଳିତ ଏହି ପାଣ୍ଠି ଦୀପାବଳି ସୁଦ୍ଧା ଏହାର ଗ୍ରାହକମାନଙ୍କୁ ୮.୧୫% ସୁଧ ଦେଇପାରେ । ଅବଶିଷ୍ଟ ୦.୩୫% ଡିସେମ୍ବର ସୁଦ୍ଧା ଦେବାର ସମ୍ଭାବନା ରହିଛି । କରୋନା ମହାମାରୀ ପାଇଁ ମାର୍ଚ୍ଚ ମାସରେ ଅବସର ପାଣ୍ଠି ବେଶ କ୍ଷତିଗ୍ରସ୍ତ ହୋଇଥିଲା । ଏହି ପରିସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି । ଏହାକୁ ଦୃଷ୍ଟିରେ ରଖି ସୁଧ ହାର ସମ୍ବନ୍ଧୀୟ ଏଜେଣ୍ଡା କେନ୍ଦ୍ରୀୟ ବୋର୍ଡ ଦ୍ୱାରା ସମୀକ୍ଷା କରାଯାଇଥିଲା । ସୁଧ ହାରକୁ ସମାନ ରଖିବା ପାଇଁ ଶ୍ରମ ମନ୍ତ୍ରଣାଳୟ ଦ୍ୱାରା କେନ୍ଦ୍ର ସରକାରଙ୍କୁ କୁହାଯାଇଥିଲା । ୮.୫% ସୁଧ ଆୟରୁ ୮.୧୫ ପ୍ରତିଶତ ଏବଂ ଇଟିଏଫ ( ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡ ) ବିକ୍ରୟରୁ ୦.୩୫% ପୁଞ୍ଜି ଲାଭ ୩୧ ଡିସେମ୍ବର ୨୦୨୦ ସୁଦ୍ଧା ଗ୍ରାହକଙ୍କୁ ଦିଆଯିବ ବୋଲି କୁହାଯାଇଥିଲା ।
କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ଦ୍ୱାରା ଘୋଷିତ ଏହି ୮.୫% ସୁଧ ହାର ସାଧାରଣ ଲୋକଙ୍କୁ ନିଶ୍ଚିତ ଭାବରେ ଉତ୍ସାହିତ କରିବ ବୋଲି ଆଶା କରାଯାଇଛି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ମଧ୍ୟ । କିନ୍ତୁ ଅନ୍ୟପଟେ ଏହା ଘରୋଇ ପିଏଫ୍ ଟ୍ରଷ୍ଟଗୁଡିକ ପାଇଁ ଏହି କରୋନା ମହାମାରୀ ସମୟରେ ଏକ ବଡ଼ ଚ୍ୟାଲେଞ୍ଜ ଅଟେ । ଡେଲୋଏଟ ଇଣ୍ଡିଆର ପାର୍ଟନର କହିଛନ୍ତି ଯେ, ଘରୋଇ ପିଏଫ ଟ୍ରଷ୍ଟଗୁଡ଼ିକ କୋଭିଡ୍ ସମୟକୁ ଦୃଷ୍ଟିରେ ରଖି ଏହି ସୁଧ ହାରକୁ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ରିଟର୍ଣ୍ଣ ସୃଷ୍ଟି କରିବାରେ ସକ୍ଷମ ହୋଇନଥିବେ । କରୋନା ମହାମାରୀ ସମୟରେ ଇପିଏଫଓ କୋଭିଡ଼ -୧୯ ସମ୍ବନ୍ଧୀୟ ଅଗ୍ରଗତି ଓ ରୋଗ ବାବଦୀୟ ଦାବିକୁ ଟ୍ରାକ କରିବା ପାଇଁ ଅଟୋ ମୋଡ଼ ପ୍ରବର୍ତ୍ତନ କରିଥିଲା । ଏହି ଦୁଇଟି ବର୍ଗରେ ସମାଧାନ ଚକ୍ରକୁ ୨୦ ଦିନ ପରିବର୍ତ୍ତେ ୩ଦିନକୁ ହ୍ରାସ କରାଯାଇଥିଲା ।
ମାର୍ଚ୍ଚ ୨୫ ପରେ ପ୍ରାୟ ୩୮,୭୧,୬୬୪ କର୍ମଚାରୀ ୪୪,୦୫୪.୭୨ କୋଟି ଟଙ୍କାର ଇପିଫ ଫଣ୍ଡ କ୍ଲେମ୍ କରିଛନ୍ତି ବୋଲି କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି । ଏଥିସହ କେନ୍ଦ୍ର ସରକାର କର୍ମଚାରୀଙ୍କ ଡିପୋଜିଟ ଲିଙ୍କଡ ଇନସୁରାନ୍ସ ସ୍କିମ (ଋଊଖଓ), ୧୯୭୬ ର ଅନୁଚ୍ଛେଦ ୨୨ (୩) ଅଧୀନରେ ଦିଆଯିବାକୁ ଥିବା ସର୍ବାଧିକ ରାଶିକୁ ୬ ଲକ୍ଷ ରୁ ୭ ଲକ୍ଷକୁ ବୃଦ୍ଧି କରିଛନ୍ତି । ଏହି ନୂଆ ସଂଶୋଧନ କର୍ମଚାରଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ଘଟଣାରେ ପରିବାର ସଦସ୍ୟଙ୍କୁ ସହାୟତା ପ୍ରଦାନ କରିବ ।

LEAVE A REPLY

Please enter your comment!
Please enter your name here