26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଜ୍ଞାନବାପୀ ମସ୍‌ଜିଦ ମାମଲା ; ବାରାଣସୀ ଅଦାଲତରେ ଶୁଣାଣି ୨୬କୁ ଘୁଞ୍ଚିଲା

ଜ୍ଞାନବାପୀ ମସ୍‌ଜିଦ ମାମଲା ; ବାରାଣସୀ ଅଦାଲତରେ ଶୁଣାଣି ୨୬କୁ ଘୁଞ୍ଚିଲା

ବାରାଣସୀ : ବାରାଣସୀର ଜିଲ୍ଲା ଅଦାଲତ ଜ୍ଞାନବାପୀ ମସ୍‌ଜିଦ ମାମଲାର ଶୁଣାଣିକୁ ଆସନ୍ତା ୨୬କୁ ସ୍ଥଗିତ ରଖିଛନ୍ତି । ଏହି ପ୍ରସଙ୍ଗରେ ଆଗତ ସାନି ପିଟିସନ୍‌ର ଶୁଣାଣି କରାଯିବ ବୋଲି ବିଚାରପତି କହିଛନ୍ତି । ମସ୍‌ଜିଦ ପରିସରରେ କରାଯାଇଥିବା ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ବେଆଇନ ବୋଲି ମସ୍‌ଜିଦ କମିଟି ପକ୍ଷରୁ ଆଗତ ପିଟିସନକୁ ପ୍ରଥମେ ଶୁଣାଣି କରାଯିବ । ସର୍ଭେ କାର୍ଯ୍ୟ ପ୍ରସଙ୍ଗରେ ୭ ଦିନ ମଧ୍ୟରେ ସତ୍ୟପାଠ ଜରିଆରେ ଜବାବ ଦାଖଲ କରିବାକୁ ଅଦାଲତ ଉଭୟପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କୌଣସି ପୂଜାର୍ଚ୍ଚନା ସ୍ଥଳୀର ସ୍ଥିତାବସ୍ଥାରେ ପରିବର୍ତ୍ତନ କରାଯାଇପାରିବନି ବୋଲି ୧୯୯୧ ମସିହାରେ ଗୃହୀତ ଆଇନକୁ ଉଲ୍ଲଂଘନ କରାଯାଇଛି ବୋଲି ମସ୍‌ଜିଦ କମିଟି ଅଭିଯୋଗ କରିଛି । ଜିଲ୍ଲା ଜଜ୍ ଏ.କେ.ବିଶ୍ୱେଶ ସୋମବାର ପୂର୍ବରୁ ଆଗତ ମାମଲାର ଶୁଣାଣି ଶେଷ କରିଥିବାବେଳେ ରାୟକୁ ସଂରକ୍ଷିତ ରଖିଥିଲେ । ମସ୍‌ଜିଦ ପରିସରରେ ଶିବଲିଙ୍ଗ ଠାବ କରାଯାଇଥିବାରୁ ସେଠାରେ ହିନ୍ଦୁ ସଂପ୍ରଦାୟ ଲୋକଙ୍କୁ ପୂଜାର୍ଚ୍ଚନା ଅନୁମତି ପ୍ରଦାନ କରିବାକୁ ହିନ୍ଦୁ ଗୋଷ୍ଠୀର ଓକିଲ ବିଷ୍ଣୁ ଜୈନ ଯୁକ୍ତି ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking