26.1 C
Bhubaneswar
Friday, March 29, 2024
Homeଖେଳଦ୍ୱିତୀୟ ଟି-୨୦ : ୧ ରନ୍‌ରେ ଜିତିଲା ଇଂଲଣ୍ଡ

ଦ୍ୱିତୀୟ ଟି-୨୦ : ୧ ରନ୍‌ରେ ଜିତିଲା ଇଂଲଣ୍ଡ

ବାର୍ବାଡୋସ: ଚଳିତ ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କରିଛି ଭ୍ରମଣକାରୀ ଇଂଲଣ୍ଡ ଟିମ୍ । ଶନିବାର ପ୍ରଥମ ଟି-୨୦ରେ ଦଳ ବୃହତ୍ ୯ ୱିକେଟ୍ ବ୍ୟବଧାନରେ ପରାସ୍ତ ହୋଇଥିଲେ ହେଁ ରବିବାର ଏକ କଡ଼ା ମୁକାବିଲାରେ ଦଳ ୧ ରନ୍‌ରେ ବିଜୟୀ ହୋଇଛି । ଫଳସ୍ୱରୂପ ଏହି ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୧ରେ ବରାବର ରହିଛି । ପ୍ରଥମେ ବ୍ୟାଟିଂ ପାଇ ଇଂଲଣ୍ଡ ୮ ୱିକେଟ୍ ବିନିମୟରେ ୧୭୧ ରନ୍ କରିଥିଲା । ଦଳ ପକ୍ଷରୁ ଓପନର ଜେସନ୍ ରୟ ୬ଟି ଚୌକା ଓ ୨ଟି ଛକା ଜରିଆରେ ୪୫, ମୋଇନ୍ ଅଲୀ ୩ଟି ଚୌକା ଓ ଗୋଟିଏ ଛକା ସହ ୩୧, କ୍ରିସ୍ ଜୋର୍ଡାନ୍ ୨ଟି ଚୌକା ଓ ଗୋଟିଏ ଛକା ସହ ୨୭ ଏବଂ ଅନ୍ୟତମ ଓପନର ଟମ୍ ବାଣ୍ଟନ୍ ୩ଟି ଚୌକା ଓ ଗୋଟିଏ ଛକା ସହ ୨୫ ରନ୍ କରିଥିଲେ ।

ଇଣ୍ଡିଜ୍ ପକ୍ଷରୁ ଜେସନ୍ ହୋଲଡର୍ ଓ ଫାବିଆନ୍ ଆଲେନ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ପରେ ବ୍ୟାଟିଂରେ ଇଣ୍ଡିଜ୍ ୨୦ ଓଭର୍‌ରେ ୮ ୱିକେଟ୍ ହରାଇ ୧୭୦ ରନ୍ କରିବା ଫଳରେ ଅଳ୍ପକେ ସିରିଜ୍ ଅଗ୍ରଣୀକୁ ଦ୍ୱିଗୁଣିତ କରିବାରୁ ବଞ୍ଚିତ ହୋଇଥିଲା । ଦଳ ପକ୍ଷରୁ ରୋମାରିଓ ଶେଫର୍ଡ ୨୮ଟି ବଲ୍ ଖେଳି ଗୋଟିଏ ଚୌକା ଓ ୫ଟି ଛକା ସହ ଏବଂ ଦଶ ନମ୍ବର ବ୍ୟାଟ୍ସମ୍ୟାନ୍ ଆକିଲ୍ ହୋସେନ୍ ୩ଟି ଚୌକା ଓ ୪ଟି ଛକା ଜରିଆରେ ୪୪ ରନ୍ ଲେଖାଏଁ କରିଥିଲେ । ଏହାଛଡ଼ା ନିକୋଲାସ୍ ପୂରନ୍ ୩ଟି ଚୌକା ଓ ଗୋଟିଏ ଛକା ସହ ୨୪ ଏବଂ ଡାରେନ୍ ବ୍ରାଭୋ ଗୋଟିଏ ଲେଖାଏଁ ଚୌକା ଓ ଛକା ଜରିଆରେ ୨୩ ରନ୍ କରିଥିଲେ ।

ଶେଫର୍ଡ ଓ ହୋସେନ୍‌ଙ୍କ ମଧ୍ୟରେ ନବମ ୱିକେଟ୍‌ରେ ଅବିଭାଜିତ ୭୨ ରନ୍‌ର ପାର୍ଟନରଶିପ୍ ହୋଇଥିଲା । କିନ୍ତୁ ସେମାନଙ୍କ ଏହି ସାହସିକ ଭାଗୀଦାରୀ ଇଣ୍ଡିଜ୍‌କୁ ବିଜୟ ଦେବାରେ ବିଫଳ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ମୋଇନ୍ ସର୍ବାଧିକ ୩ଟି ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି । ଏହାଛଡ଼ା ଦଳର ଅନ୍ୟତମ ସ୍ପିନର୍ ଆଦିଲ୍ ରଶିଦ୍ ମଧ୍ୟ ୨ଟି ୱିକେଟ୍ ନେଇଛନ୍ତି । ସିରିଜ୍‌ର ତୃତୀୟ ମ୍ୟାଚ୍ ଆସନ୍ତା ବୁଧବାର ଏଠଶରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking