30.1 C
Bhubaneswar
Wednesday, April 24, 2024
Homeଓଡିଶାଜୁଲାଇ ୧ରୁ ଖୋଲିବ ଇଞ୍ଜିନିୟରିଂ ଓ ପ୍ରଫେସନାଲ କଲେଜ

ଜୁଲାଇ ୧ରୁ ଖୋଲିବ ଇଞ୍ଜିନିୟରିଂ ଓ ପ୍ରଫେସନାଲ କଲେଜ

ନୂଆଦିଲ୍ଲୀ: ଜୁଲାଇ ୧ରୁ ଖୋଲିବ ଇଞ୍ଜିନିୟରିଂ ଓ ପ୍ରଫେସନାଲ କଲେଜ । ଏନେଇ ଆଜି ଏଆଇସିଟିଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ଅଗଷ୍ଟ ୧ରୁ ଆରମ୍ଭ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି । କରୋନା କାରଣରୁ କୌଣସି ପରୀକ୍ଷା ହୋଇପାରିନଥିବା ବେଳେ ଶେଷ ସେମିଷ୍ଟାରକୁ ବାଦ ଦେଲେ ଅନ୍ୟ ପରୀକ୍ଷା ମଧ୍ୟ ହେବ ନାହିଁ ବୋଲି ଏଆଇସିଟିଇ କହିଛି । ଏହା ବ୍ୟତୀତ ପୂର୍ବ ଇଣ୍ଟରନାଲ ପରୀକ୍ଷା ପ୍ରଦର୍ଶନକୁ ଦେଖି କ୍ଲାସ ପ୍ରମୋସନ ଦିଆଯିବା ସହ ଚଳିତ ବର୍ଷ ବୈଷୟିକ ଶିକ୍ଷାନୁଷ୍ଠାନକୁ ଫି ବୃଦ୍ଧି ନକରିବାକୁ ମଧ୍ୟ କୁହାଯାଇଛି । ଏବେ ‘ଏଆଇସିଟିଇ’ ତା’ର ଅନୁମୋଦିତ କଲେଜ ଏବଂ ପୃଥକ୍ ‘ପିଜିଡିଏମ୍’ ଓ ‘ପିଜିସିଏମ୍’ ପ୍ରତିଷ୍ଠାନମାନଙ୍କ ପାଇଁ ଏକାଡେମିକ୍ କ୍ୟାଲେଣ୍ଡର୍ ଓ ଗାଇଡ ଲାଇନ ଜାରି କରିଛି । ମୁକ୍ତ ଏବଂ ପତ୍ରମାଧ୍ୟମ ଶିକ୍ଷାର୍ଥୀମାନେ ଅଗଷ୍ଟ ୧୫ ତାରିଖ ଠାରୁ ନାମ ଲେଖାଇ ପାରିବେ ବୋଲି ‘ଏଆଇସିଟିଇ’ କହିଛି। ଯଦି ଜୁଲାଇ ପର୍ଯ୍ୟନ୍ତ ପରିସ୍ଥିତି ସ୍ୱାଭାବିକ ନ ହୁଏ ନୂଆ ସେମିଷ୍ଟର୍ ନିମନ୍ତେ ଅନ ଲାଇନ କ୍ଲାସ୍ ବ୍ୟବସ୍ଥା କରାଯିବ ବୋଲି ଏଆଇସିଟିଇ କହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking