26.1 C
Bhubaneswar
Friday, March 29, 2024
Homeଅପରାଧସଫ୍ଟୱେର ଇଞ୍ଜିନିୟର ଝିଅର କାରନାମା....

ସଫ୍ଟୱେର ଇଞ୍ଜିନିୟର ଝିଅର କାରନାମା….

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜଣେ ସଫ୍ଟ ୱେର ଇଞ୍ଜିନିୟରଙ୍କର ଅଜବ କାଣ୍ଡ । ଦିନକୁ ଦିନ ଏଭଳି ଅଜବ କାରନାମା ଲୋକଙ୍କ ପାଖରେ ଦେଖିବାକୁ ମିଳୁଛି । କେବେ ପୁଅ ବାପାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ନିଜ ଆତ୍ମହତ୍ୟା କରୁଛି ତ କେବେ ମାଆ ପୁଅକୁ ହତ୍ୟା କରି ନିଜେ ଆତ୍ମହତ୍ୟା କରୁଥିବା ଭଳି ଘଟଣା ଦେଖିବାକୁ ମିଳିଛି । ତେବେ ଏଭଳି ଏକ ଘଟଣା ମଧ୍ୟ ଦେଖିବାକୁ ମିଳିଛି ବେଙ୍ଗାଲୁର ସହରରେ । ମା’ ଓ ଭାଇ ଙ୍କୁ ଆକ୍ରମଣ କରିବା ପରେ ବୁଲିବାକୁ ଯାଇଛି ଝିଅ ।
ମା’ଙ୍କୁ ହତ୍ୟା କରିବା ସହ ସାନ ଭାଇକୁ ରକ୍ତାକ୍ତ ଅବସ୍ଥାରେ ଛାଡ଼ି ଆଣ୍ଡାମାନ୍ ବୁଲିବାକୁ ପଳାଇଛନ୍ତି ଯୁବତୀ । ପରେ ପୁଲିସ ତାଙ୍କୁ ଧରିବା ପରେ ତାଙ୍କର ପର୍ଦ୍ଦାଫାସ କରିଛି । ଅମୃତା ଚନ୍ଦ୍ରଶେଖର ନାମକ ଏହି ଯୁବତୀଙ୍କୁ ପୁଲିସ୍ ପୋର୍ଟ ବ୍ଲେୟାରରୁ ଗିରଫ କରିଛି । ଗତ ସୋମବାର ସେ ମା’ ଓ ସାନ ଭାଇ ହରିଶଙ୍କୁ ଆକ୍ରମଣ କରିଥିଲେ । ଆହତ ହରିଶ ସମ୍ପର୍କୀୟଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ ।
ଅମୃତା ଏପରି ହତ୍ୟା କରିବା ଆଗରୁ ସେ ୫ ଦିନିଆ ଆଣ୍ଡାମାନ୍ ପ୍ଲାନ୍ କରିଥିଲେ । ମା’ ଓ ଭାଇଙ୍କୁ ଆକ୍ରମଣ କରିବା ପରେ ତାଙ୍କ ସାଙ୍ଗ ଶ୍ରୀଧର ରାଓ ନାମକ ଜଣେ ଯୁବକଙ୍କ ସହ ବାଇକରେ ଏୟାରପୋର୍ଟ ଯାଇଥିଲେ । ଏୟାରପୋର୍ଟରୁ ଆଣ୍ଡାମାନ ଯାଇଥିଲେ । ଏହାପରେ ବେଙ୍ଗାଲୁରୁ ପୁଲିସ୍ ଟିମ୍ ପୋର୍ଟ ବ୍ଲେୟାର ଯାଇଥିଲା । ସେଠାରେ ସ୍ଥାନୀୟ ପୁଲିସ୍ ସହାୟତାରେ ଏହି ଯୋଡ଼ିଙ୍କୁ ଧରିଥିଲା । ତେବେ ପୁଲିସ୍ ହତ୍ୟା ପଛର କାରଣ ଜାଣିପାରିନାହିଁ । ଅମୃତା ପରିବାରର ଋଣକୁ ନେଇ ଚିନ୍ତି ଥିବା କିଛି ସୂତ୍ର କହୁଥିଲେ ହେଁ ଏହା ପ୍ରମାଣିତ ହୋଇପାରିନି । ସେହିଭଳି ତାଙ୍କ ବନ୍ଧୁ ଶ୍ରୀଧର ଏହି ହତ୍ୟା ଯୋଜନାରେ ଥିଲେ କି ନା ଜଣାପଡ଼ିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking