34.1 C
Bhubaneswar
Thursday, April 25, 2024
Homeଓଡିଶାରାଜ୍ୟରେ ପ୍ରଥମ ଏଣ୍ଡୋସ୍କୋପିକ୍ ବେଲୁନ୍ ୟୁଷ୍ଟୋସାନ୍ ଟ୍ୟୁବୋପ୍ଲାଷ୍ଟି ପ୍ରକ୍ରିୟାରେ ଚିକିତ୍ସା ସମ୍ ହସ୍ପିଟାଲ୍‌ରେ

ରାଜ୍ୟରେ ପ୍ରଥମ ଏଣ୍ଡୋସ୍କୋପିକ୍ ବେଲୁନ୍ ୟୁଷ୍ଟୋସାନ୍ ଟ୍ୟୁବୋପ୍ଲାଷ୍ଟି ପ୍ରକ୍ରିୟାରେ ଚିକିତ୍ସା ସମ୍ ହସ୍ପିଟାଲ୍‌ରେ

ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ୟୁନିଭର୍ସିଟି) ପରିଚାଳିତ
ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେନ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏଣ୍ଡୋସ୍କୋପିକ୍ ବେଲୁନ୍ ୟୁ୍‌ଷ୍ଟେସାନ୍ ଟ୍ୟୁବୋପ୍ଲାଷ୍ଟି
ପ୍ରକ୍ରିୟାରେ କର୍ଣ୍ଣନଳୀରେ ଉପୁଜୁଥିବା ବ୍ୟାଧିର ଚିକିତ୍ସା କରାଯାଇଛି ।
କର୍ଣ୍ଣ, ନାସା ଓ ଗଳା ଏବଂ ସ୍କଲ୍ ବେସ୍ ସର୍ଜରୀ ବିଶେଷଜ୍ଞ ଡଃ ରାଧାମାଧବ ସାହୁ ସଫଳତାର ସହ ଏହିଭଳି ୬ଟି
ପ୍ରକ୍ରିୟାରେ ଚିକିତ୍ସା କରିଥିବା ସୋଆ ପ୍ରେସ୍ ବିଜ୍ଞପ୍ତିରେ ଜଣାଯାଇଛି ।
କର୍ଣ୍ଣନଳୀ ଯାହାକି କାନର ମଝି ଭାଗକୁ ରୋଗର ରକ୍ଷା କରିଥାଏ, ନାକ ଏବଂ କାନର ମଝି ଭାଗକୁ ସଂଯୋଗ କରିଥାଏ ।
ଯୁବପିଢ଼ିଙ୍କ ମଧ୍ୟରେ ୫ ପ୍ରତିଶତଙ୍କ ଠାରେ ଏହି ଇଟିଡି ବ୍ୟାଧି ଦେଖାଯାଇଥାଏ । ଏହାଦ୍ୱାରା କର୍ଣ୍ଣନଳୀ ଠିକ୍ ଭାବେ କାର୍ଯ୍ୟ
କରି ନଥାଏ । ଏହା ପ୍ରାୟତଃ ବନ୍ଦ ଥାଏ କିନ୍ତୁ ମଣିଷ ଖାଇବା ଖାଦ୍ୟ ଗ୍ରହଣ କରିବା ସମୟରେ କିମ୍ବା ଚୋବାଇବା
ସମୟରେ ଖୋଲିଯାଇଥାଏ ।
ଏହି ବ୍ୟାଧିର ଲକ୍ଷ୍ୟଣ ହେଲା କାନର ଯନ୍ତ୍ରଣା, ଠିକ୍ ଭାବେ ଶୁଭାଯାଉ ନଥିବା, କାନ ତାବ୍‌ଦା ହୋଇଯିବା । ଏହା ଦ୍ୱାରା
କାନର ପରଦା ଫାଟିଯାଇଥାଏ, କାନର ମଧ୍ୟଭାଗ ନଷ୍ଟ ହୋଇଯାଇଥାଏ ଏବଂ କାନକୁ ଶୁଭିବା କମିଯାଇଥାଏ ।
ବେଲୁନ୍ ୟୁଷ୍ଟେସାନ୍ ଟ୍ୟୁବୋପ୍ଲାଷ୍ଟି ପ୍ରକ୍ରିୟା ଏକ ନୂତନ ପ୍ରକ୍ରିୟା ଯାହାକି ଖୁବ୍ କମ୍ ଖର୍ଚ୍ଚରେ ଏବଂ କମ୍ ସମୟରେ
ରୋଗୀଙ୍କୁ ଏଭଳି ବ୍ୟାଧିରୁ ମୁକ୍ତି ଦେଇଥାଏ ।
ଏହି ବେଲୁନ୍ ୟୁଷ୍ଟେସାନ୍ ଟ୍ୟୁବୋପ୍ଲାଷ୍ଟି ପ୍ରକ୍ରିୟାରେ ଏକ ବେଲୁନ୍‌କୁ ଟ୍ୟୁବ୍ ସହ ସଂଯୋଗ କରି ନାକ ବାଟ ଦେଇ
ଏଣ୍ଡୋସ୍କୋପିକ୍ ପଦ୍ଧତିରେ କର୍ଣ୍ଣନଳୀ ମଧ୍ୟକୁ ପ୍ରବେଶ କରାଯାଇଥାଏ । ଏହି ପ୍ରକ୍ରିୟାରେ କୌଣସି ଟିଷୁ ବାହାର କରାଯାଇ
ନଥାଏ କିମ୍ବା ଇଞ୍ଜେକ୍‌ସନ ମଧ୍ୟ ଦିଆଯାଇ ନଥାଏ । ବେଲୁନ୍ ୟୁଷ୍ଟେସାନ୍ ଟ୍ୟୁବୋପ୍ଲାଷ୍ଟି ପ୍ରକ୍ରିୟାରେ ଯୁକ୍ତରାଷ୍ଟ୍ର ଆମେରିକା
ଏବଂ ୟୁରୋପ୍‌ରେ ଏବେ ବହୁଳ ଭାବେ ପ୍ରୟୋଗ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking