30.1 C
Bhubaneswar
Tuesday, May 28, 2024
Homeଓଡିଶାପୁରୀରେ ଏନ୍‌କାଉଣ୍ଟର

ପୁରୀରେ ଏନ୍‌କାଉଣ୍ଟର

ପୁରୀ : ପୁରୀରେ ଆଜି ହୋଇଛି ଏନ୍‌କାଉଣ୍ଟର। ଏଥିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁ ବାରିକ। ତା’ ଗୋଡ଼ରେ ଗୁଳି ବାଜିଛି। ତାକୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି ଦିନ ତଳେ ଜଣେ ମହିଳାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲା ସନ୍ତୁ। ପୁରୀ ସିଟି ଡିଏସ୍‌ପିଙ୍କ ସୂଚନା ଅନୁଯାୟୀ, ସନ୍ତୁ ବାରିକ ପୁରୀ-ବ୍ରହ୍ମଗିରି ରାସ୍ତା ଗିରଳ ଜଙ୍ଗଲରେ ଲୁଚିଥିଲା। ପୁଲିସ୍ ଏ ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା। ଏହା ପରେ ପୁଲିସ୍‌ର ଏକ ଟିମ୍ ସେଠାରେ ଚଢ଼ାଉ କରିଥିଲା। ପୁଲିସ୍‌ର ଚଢ଼ାଉ ବେଳେ ଖସି ଯିବାକୁ ଉଦ୍ୟମ କରିଥିଲା ସନ୍ତୁ। ସେତେବେଳେ ପୁଲିସ୍ ସହିତ ତା’ର ଗୁଳି ବିନିମୟ ହୋଇଥିଲା। ପୁଲିସ୍ ଗୁଳିରେ ସେ ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking