31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଏନକାଉଣ୍ଟର ରେ ୨ ଆତଙ୍କବାଦୀ ନିହତ

ଏନକାଉଣ୍ଟର ରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ପୁଣି ସୁରକ୍ଷା ବଳକୁ ବଡ ଧରଣର ସଫଳତା ମିଳିଛି । କୁଲଗାମ ଜିଲ୍ଲାରେ ସର୍ଚ୍ଚ ଅପରେସନ ବେଳେ ଦୁଇ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି ଭାରତୀୟ ସେନା । ମୃତକ ୨ ଜଣ ଆତଙ୍କୀ ଲସ୍କର-ଏ-ତୋଏବା ସଂଗଠନର ବୋଲି ଜଣାପଡିଛି । ପୋଲିସ କହିବା ମୁତାବକ, କୁଲଗାମର ନୌପୋରା-ଖେରପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିରହିଥିବା ନେଇ ଗୁପ୍ତ ସୂଚନା ମିଳିଥିଲା । ଏହା ପରେ ସଂପୃକ୍ତ ଅଞ୍ଚଳକୁ ସିଲ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିଲା । ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ । ପାଲଟା ଆକ୍ରମଣରେ ଦୁଇ ଜଣ ଆତଙ୍କୀ ନିହତ ହୋଇଛନ୍ତି ।ପୂର୍ବରୁ ମଧ୍ୟ ଗୁଇନ୍ଦା ରିପୋର୍ଟ ମୁତାବକ ୧୫୦ରୁ ଉର୍ଦ୍ଧ୍ବ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବାକୁ ସୁଯୋଗ ଖୋଜୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking