30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶପୋଲିସ-ଶିକାରୀ ଗୁଳିବିନିମୟ : ୩ ପୋଲିସ ସହିଦ

ପୋଲିସ-ଶିକାରୀ ଗୁଳିବିନିମୟ : ୩ ପୋଲିସ ସହିଦ

ଭୋପାଳ: ମଧ୍ୟ ପ୍ରଦେଶର ଗୁନାରେ ବଡ ଅଘଟଣ । ଶିକାରୀଙ୍କ ଆକ୍ରମଣରେ ୩ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି। ଏନକାଉଣ୍ଟରରେ ଜଣେ ଏସଆଇ ରାଜ କୁମାର ଜାଦବ,କନେଷ୍ଟବଳ ନୀରଜ ଭାର୍ଗବ ଓ ଶାନ୍ତାରାମ ସହିଦ ହୋଇଛନ୍ତି । ସୂଚନା ଅନୁସାରେ, ମଧ୍ୟପ୍ରଦେଶର ଗୁନାରେ ଶିକାରୀମାନେ କୃଷ୍ଣସାର ମୃଗ ଶୀକାର କରୁଥିବା ନେଇ ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ପରେ ସେହି ସ୍ଥାନରେ ପୋଲିସ ଟିମ ଚଢାଉ କରିଥିଲା ।

ପରେ ଶିକାରୀମାନେ ପୋଲିସ ଉପରକୁ ଗୁଳିମାଡ କରିଥିଲେ । ପୋଲିସ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା । ଏଥିରେ ଜଣ ପୋଲିସ ଏସଆଇ ରାଜ କୁମାର ଯାଦବ, କନେଷ୍ଟବଳ ନୀରଜ ଭାର୍ଗବ ଓ ଶାନ୍ତାରାମ ସହିଦ ହୋଇଥିଲେ । ଘଟଣାସ୍ଥଳରେ ଗୁନା ଏସପି ରାଜୀବ ମିଶ୍ରା ଓ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରୁ ଚାରୋଟି କୃଷ୍ଣସାର ମୃଗଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking