27.1 C
Bhubaneswar
Thursday, April 25, 2024
Homeଓଡିଶାନନ୍ଦନକାନନରେ ପର୍ଯ୍ୟଟକଙ୍କୁ ପିଟି, ଲହୁ ଲୁହାଣ କଲେ ସଫାରୀ କର୍ମଚାରୀ

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ପିଟି, ଲହୁ ଲୁହାଣ କଲେ ସଫାରୀ କର୍ମଚାରୀ

ବାରାଙ୍ଗ : ନନ୍ଦନକାନନ ପରିସରରେ ପର୍ଯ୍ୟଟକଙ୍କୁ ମରଣାନ୍ତକ ଆକ୍ରମଣ । ସଫାରୀ କର୍ମଚାରୀ ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟି ଲହୁ ଲୁହାଣ କରିଥିବାର ଅଭିଯୋଗ ହୋଇଛି । ଏଥିରେ ୫ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଛତିଶଗଡ଼ରୁ ନନ୍ଦନକାନନକୁ ଆସିଥିବା ପ୍ରାୟ ୨୬ଜଣ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିବାବେଳେ ୫ ଜଣ ଗୁରୁତର ହୋଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ପର୍ଯ୍ୟଟକ ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସଫାରୀ କାଉଣ୍ଟରରେ ଯୁକ୍ତିତର୍କକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଛତିଶଗଡ଼ରୁ ଆସିଥିବା ସମସ୍ତ ପର୍ଯ୍ୟଟକ ସଫାରୀ ବୁଲିବାକୁ ଟିକେଟ କାଟିଥିଲେ ମଧ୍ୟ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କୁ ସଫାରୀ ଗାଡ଼ିରେ ବୁଲିବାକୁ ସୁଯୋଗ ମିଳିନଥିଲା ।  ଏହାକୁ ନେଇ ପର୍ଯ୍ୟଟକମାନେ ସଫାରୀ କାଉଣ୍ଟରରେ ପ୍ରତିବାଦ କରିବାରୁ ସଫାରୀ କର୍ମଚାରୀ ପର୍ଯ୍ୟଟକଙ୍କୁ ଠେଲାପେଲା କରିଥିଲେ । ଯାହାହାପରେ ଉତ୍ତେଜନା ବଢିବାରୁ ସଫାରୀ କର୍ମଚାରୀ ସ୍ଥାନୀୟ ଅଞ୍ଚଳର ପ୍ରାୟ ୫୦ ଜଣ ଲୋକଙ୍କୁ ଡାକି ପର୍ଯ୍ୟଟକଙ୍କୁ ମାଡ଼ ମାରିଥିଲେ। ଏମିତିକି ସଫାରୀ କାଉଣ୍ଟର ନିକଟରେ ଥିବା ଷ୍ଟିଲ ରଡ୍‌କୁ ଓପାଡ଼ି ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଯାହାକୁ ନେଇ ପର୍ଯ୍ୟଟକ ନନ୍ଦନକାନନ ଥାନାରେ ଏତଲା ଦେଇଥିଲେ । ଏହାପରେ ପୋଲିସ କିଛି ଆକ୍ରମଣକାରୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking