26.1 C
Bhubaneswar
Friday, March 29, 2024
Homeଓଡିଶାପରଲୋକରେ ବିଶିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ସନାତନ ରଥ

ପରଲୋକରେ ବିଶିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ସନାତନ ରଥ

ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ ନ୍ୟୁରୋ ସର୍ଜନ ଡାକ୍ତର ସନାତନ ରଥ । ଆଜି ସକାଳେ କଟକସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ତେବେ ଜଣେ ନ୍ୟୁରୋସର୍ଜନ ଭାବେ ସେ ଅନେକ ସୁନାମ ଅର୍ଜନ କରିଥିଲେ । ଖାଲି ଦେଶ ନୁହେଁ ବରଂ ବିଦେଶରେ ବି ସେ ସେତିକି ପରିଚିତ ଥିଲେ । ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ତାଙ୍କ ବିୟୋଗରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି । ଡାକ୍ତର ରଥ ଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
ରିପୋର୍ଟ ଅନୁଯାୟୀ, ଡା.ରଥ ୧୯୩୪ ମସିହା ଜୁଲାଇ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ୧୯୫୭ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଏମ୍ବିବିଏସ୍ ଡିଗ୍ରି ହାସଲ କରିଥିଲେ। ୧୯୬୨ରେ ପାଟ୍ନା ବିଶ୍ୱବିଦ୍ୟାଳୟର ସର୍ଜରି ବିଭାଗରୁ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ। ଏହାପରେ ୧୯୬୫ରେ ସେ ଭେଲୋର୍ ମେଡିକାଲ୍ କଲେଜରୁ ନ୍ୟୁରୋସର୍ଜରିରେ ସ୍ନାତକୋତ୍ତର କରିିଥିଲେ। ୧୯୬୫ ମସିହାରେ କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜରେ ସେ ସହକାରୀ ପ୍ରଫେସର୍ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ୧୯୯୧ ମସିହାରେ ଡକ୍ଟର ରଥ ଡିଏମ୍ଇଟିର ନିର୍ଦ୍ଦେଶକ ଭାବେ ଅବସର ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking