43.9 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗପାଠ ଅଷ୍ଟମ, କାମ କୌଣସି ଇଞ୍ଜିନିୟର ଠାରୁ ମଧ୍ୟ କମ ନୁହେଁ 

ପାଠ ଅଷ୍ଟମ, କାମ କୌଣସି ଇଞ୍ଜିନିୟର ଠାରୁ ମଧ୍ୟ କମ ନୁହେଁ 

ବୌଦ୍ଧ :  ପାଠ କହିଲେ ମାତ୍ର ଅଷ୍ଟମ ପର୍ଯ୍ୟନ୍ତ, କିନ୍ତୁ କାମ କୌଣସି ଇଞ୍ଜିନିୟର ଠାରୁ ମଧ୍ୟ କୌଣସି ଗୁଣରେ କମ ନୁହଁ । ବୌଦ୍ଧ ଜିଲାର ଆଦିବାସୀ ଅଧ୍ୟୁଷିତ ହରଭଙ୍ଗା ବ୍ଲକ ଅନ୍ତର୍ଗତ ଲୁଣୀବାହାଲ ପଂଚାୟତର ପ୍ରଶାନ୍ତ ବେହେରା । ମୋବାଇଲ ୟୁଟୁବରୁ ଭିଡିଓ ଦେଖି ଅନଲାଇନରେ ଜିନିଷ ମଗାଇ ପ୍ରସ୍ତୁତ କରିପାରିଛନ୍ତି ବ୍ୟାଟେରୀ ଚାଳିତ ସାଇକେଲ । ମାତ୍ର ୧୫ ହଜାର ଟଙ୍କା ଖର୍ଚ୍ଚରେ ସ୍କୁଟର ଭଳିଆ ସାଇକେଲରେ ସମସ୍ତ ସୁବିଧା ଉପଲବ୍ଧ କରିପାରିଛନ୍ତି  ପ୍ରଶାନ୍ତ ।  ଥରେ ଚାର୍ଜ କରିବାପରେ ପ୍ରାୟ ୫୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରୁଛି ଏହି ସାଇକେଲ । ଏଥିରେ ସେହି ସମସ୍ତ ସୁବିଧା ରହିଛି ଯାହାକି ୬୦ ରୁ ୭୦ ହଜାର ଟଙ୍କା ମୂଲ୍ୟରେ ମିଳୁଥିବା ସ୍କୁଟରରେ ରହିଛି । ଘାଟି ହେଉକି ପାହାଡିଆ ରାସ୍ତା, ଏହି ସାଇକେଲରେ ଲାଗିଥିବା ଏକ୍ସିଲିଟର ମୋଡିଲେ ଯେକୌଣସି  ସ୍କୁଟର ଭଳି  ଗତିରେ ସହଜରେ ଯାଇପାରୁଛି । ତା’ ଛଡା ରାତିରେ ମଧ୍ୟ ଚଳାଇବା ପାଇଁ ସାଇକେଲରେ ଲାଗିଛି ଲାଇଟ । ଚାବି ମୋଡିଲେ ଲାଇଟ ଜଳିବା ସହିତ ବାଜୁଛି ହର୍ଣ୍ଣ । ଏହା ବ୍ୟତୀତ ସାଇକେଲ ଆଗକୁ ଆଉ କେତେ କିଲୋମିଟର ଯାଇପାରିବ ଓ ସାଇକେଲର ଗତି ଜାଣିବା ପାଇଁ ସେଥିରେ ଲାଗିଛି ଡିଜିଟାଲ ମିଟର । ବେଟେରୀ ଚାଳିତ ସାଇକେଲ ପ୍ରସ୍ତୁତ ପାଇଁ ଗୋଟିଏ ୨୪ ଭୋଲଟ ବ୍ୟାଟେରୀ ଓ ଅନ୍ୟାନ୍ୟ ଉପକରଣ ପାଇଁ ଖର୍ଚ୍ଚ ହୋଇଛି ମାତ୍ର ୧୩ ରୁ ୧୫ ହଜାର ଟଙ୍କା । ମାତ୍ର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ହରଭଙ୍ଗା ବ୍ଲକ ଲୁଣିବାହାଲ ଗ୍ରାମର ପ୍ରଶାନ୍ତ ପ୍ରଥମେ ମୋବାଇଲ ୟୁଟୁବ ଦେଖି ବ୍ୟାଟେରୀ  ଚାଳିତ ସାଇକେଲ ନିର୍ମାଣ ପାଇଁ ସଂଳଳ୍ପ କରି ସେଥିରେ ସଫଳ ମଧ୍ୟ ହୋଇପାରିଲେ । ପ୍ରଶାନ୍ତଙ୍କ ଏହି ସଫଳତା ଏବେ ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ବଜାରରେ ବର୍ତମାନ ବ୍ୟାଟେରୀ ଚାଳିତ ସାଇକେଲ ଉପଲବ୍ଧ ହୋଇଥିଲେ ମଧ୍ୟ ପ୍ରଶାନ୍ତଙ୍କ ଦ୍ୱାରା ପ୍ରସ୍ତୁତ ସାଇକେଲ ତାହା ଠାରୁ କୌଣସି ଗୁଣରେ କମ ନୁହେଁ । ଗୋଟିଏ ପଟେ ପେଟ୍ରୋଲ ଦର ହୁ ହୁ ହୋଇ ବଢି ଚାଲିଥିବାବେଳେ ପ୍ରଶାନ୍ତଙ୍କ ଦ୍ୱାରା ପ୍ରସ୍ତୁତ ସାଇକେଲର ଚାହିଦା ମଧ୍ୟ ବଢିବାରେ ଲାଗିଛି । ନିଜର ପୁରୁଣା ସାଇକେଲକୁ ଅଳ୍ପ ଖର୍ଚ୍ଚରେ ବ୍ୟାଟେରୀ ଚାଳିତ ସାଇକେଲରେ ପରିଣତ କରିବାକୁ ପ୍ରଶାନ୍ତଙ୍କ ପାଖରେ ଲମ୍ବା ଧାଡି । ସବୁଠାରୁ ଗରୁତ୍ୱପୁର୍ଣ୍ଣ ହେଲା ଏହି ବ୍ୟାଟେରୀ ଚାଳିତ ସାଇକେଲ ଦ୍ୱାରା ପ୍ରଦୂଷଣ ହେବାର କୌଣସି ସମ୍ଭାବନା ମଧ୍ୟ ନାହିଁ । ତେଣୁ ସରକାରୀ ସାହାଯ୍ୟ ମିଳିପାରିଲେ ବହୁତ କିଛି କରିପାରିବେ ବୋଲି କହିଛନ୍ତି ପ୍ରଶାନ୍ତ ।  ପ୍ରଶାନ୍ତଙ୍କୁ ନେଇ ଗ୍ରାମବାସୀମାନେ ମଧ୍ୟ ଖୁବ ଆଶାବାଦୀ । କିଛି କରିବାର ନିଶା ପ୍ରଶାନ୍ତଙ୍କୁ ବ୍ୟାଟେରୀ ଚାଳିତ ସାଇକେଲ ପ୍ରସ୍ତୁତ କରିବାରେ ସଫଳ କରିଥିବାବେଳେ ପ୍ରୋତ୍ସାହନ ମିଳିଲେ ସେ ଅନେକ କିଛି କରିପାରିବେ ବୋଲି ଗ୍ରାମାବାସୀମାନେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking