30.1 C
Bhubaneswar
Wednesday, April 24, 2024
Homeଓଡିଶାରସାୟନିକ ଦୁର୍ଘଟଣା ପାଇଁ ପାରାଦ୍ୱୀପରେ ଉଦଘାଟିତ ହେଲା ଆପାତ-କାଳୀନ ସହାୟକ କେନ୍ଦ୍ର

ରସାୟନିକ ଦୁର୍ଘଟଣା ପାଇଁ ପାରାଦ୍ୱୀପରେ ଉଦଘାଟିତ ହେଲା ଆପାତ-କାଳୀନ ସହାୟକ କେନ୍ଦ୍ର

ପାରାଦ୍ୱୀପ, (ପ୍ରତାପ କୁମାର ସିଂହ) : ଶିଳ୍ପ ସହର ପାରାଦ୍ୱୀପରେ ଅନେକ ଗୁଡିଏ ରସାୟନିକ ଶିଳ୍ପ ରହିଅଛି । ଭବିଷ୍ୟତରେ କୌଣସି ପ୍ରକାରର ରସାୟନିକ ଦୁର୍ଘଟଣା ପାଇଁ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଆପାତକାଳିନ ସହାୟକ କେନ୍ଦ୍ର ବୁଧବାର ଦିନ ଉଦଘାଟିତ ହୋଇଯାଇଅଛି । ଏହି କେନ୍ଦ୍ରକୁ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉଦଘାଟନ କରି ପାରାଦ୍ୱୀପ ଶିଳ୍ପାଂଚଳରେ ରସାୟନିକ ଦୁର୍ଘଟଣାରେ ଶିକାର ହେଉଥିବା ଲୋକମାନଙ୍କ ପାଇଁ ଏହି କେନ୍ଦ୍ର ସହାୟକ ହୋଇପାରିବ ବୋଲି କହିଥିଲେ । ଓଡିଶା ରାଜ୍ୟରେ ପ୍ରଥମ କରି ଏହି କେନ୍ଦ୍ର ପାରାଦ୍ୱୀପ ଠାରେ ନିର୍ମାଣ କରାଯାଇଛି । ଓଡିଶାରେ ୩୫ଟି ବିପଦପୂର୍ଣ୍ଣ ମୁଖ୍ୟ ଦୁର୍ଘଟଣା ଫ୍ୟାକ୍ଟ୍ରି ମଧ୍ୟରୁ ପାରାଦ୍ୱୀପରେ ୮ଟି ଶିଳ୍ପ ଅବସ୍ଥିତ । ଉକ୍ତ ୮ଟି ଶିଳ୍ପାଂଚଳ ଅଧିନରେ ୨୦ଟି ବରଫକଳ, ୩ଟି ଚିଙ୍ଗୁଡି ପ୍ରକି୍ରୟାକରଣ ଫ୍ୟାକ୍ଟ୍ରି ଅବସ୍ଥିତ । ଯେଉଁମାନେ ତାଙ୍କର ପ୍ରକି୍ର୍ରୟାକରଣରେ ଆମୋନିଆ ଗ୍ୟାସ ବ୍ୟବହାର କରିଥାନ୍ତି । ଛୋଟଛୋଟ ଫ୍ୟାକ୍ଟ୍ରି ଗୁଡିକରେ ରସାୟନିକ ଦୁର୍ଘଟଣା ଘଟିଲେ ଏହି ଆପାତକାଳିନ ସହାୟକ କେନ୍ଦ୍ର ମାଧ୍ୟମରେ ସମସ୍ତ ପ୍ରକାର ସହାୟତା ମିଳିପାରିବ । ଏହି କେନ୍ଦ୍ର ନିର୍ମାଣ ପାଇଁ ୨୦୧୯ ମସିହାରେ ବିପର୍ଯ୍ୟୟ ପ୍ରଶମନ ଗୃ୍ରପ୍ ବୈଠକରେ ପରିକଳ୍ପନା କରାଯାଇଥିଲା । ପାରାଦ୍ୱୀପ ଇଫକୋ ସଂସ୍ଥା ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ କରିଥିବାବେଳେ ଦୁର୍ଘଟଣା ସମୟରେ ଯୋଗଯୋଗ ରକ୍ଷା ପାଇଁ ସମସ୍ତ ସରଞ୍ଜାମ ପିପିଏଲ ଯୋଗାଇ ଦେଇଛନ୍ତି ଏବଂ ରସାୟନିକ ଦୁର୍ଘଟଣା ସମୟରେ ମୁକାବିଲା କରିବା ପାଇଁ ଆବଶ୍ୟକ ହେଉଥିବା ସରଞ୍ଜାମ ଆଇଓସିଏଲ ଯୋଗାଇ ଦେଇଛନ୍ତି । ଏହି ଉଦଘାଟନୀ ଅବସରରେ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଡଃ.କାହ୍ନୁଚରଣ ଧିର, ଫ୍ୟାକ୍ଟ୍ରି ଆଣ୍ଡ ବଏଲର ସହକାରୀ ନିର୍ଦେଶକ ଚନ୍ଦ୍ରକାନ୍ତ ଦଳେଇ ସମେତ ପିପିଏଲ, ଇଫ୍କୋ, ଆଇଓସିଏଲ, ଆଦାନୀ, ଆର୍ସେଲର ମିତଲ ନିପନ୍ ଷ୍ଟିଲ ଲିମିଟେଡର ମୁଖ୍ୟ ଓ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking