35.1 C
Bhubaneswar
Tuesday, April 23, 2024
Homeଓଡିଶାବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଥମୁନି ହାତୀ ଉପଦ୍ରବ

ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଥମୁନି ହାତୀ ଉପଦ୍ରବ

ତେଲକୋଇ : ତେଲକୋଇ ରେଞ ଅଧିନସ୍ଥ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଥମିବାର ନାଁ ଧରୁନି । କେତେବେଳେ ଧାନ ଫସଲ ନଷ୍ଟ କରୁଛନ୍ତି ତ ଆଉ କେତେବେଳେ ଲୋକଙ୍କ ଘର ଭାଙ୍ଗି ପକାଉଛନ୍ତି ।ଯାହାକୁ ନେଇ ସେ ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡିଛନ୍ତି ।ଗତକାଲି ବିଳମ୍ବିତ ରାତିରେ ରାଇସୁଆଁ ଗାଁରେ ୧୩ ଟିକିଆ ବଣୁଆ ହାତୀପଲ ଗାଁ ଭିତରେ ପଶି ନରୋତମ ମହାନ୍ତ ଓ ଦୟା ମୁଣ୍ଡା ଙ୍କର ଘର ଭାଙ୍ଗି ଧାନ ଚାଉଳ ଖାଇବା ସହ ମକା ଫସଲକୁ ଦଳିମକଚି ନଷ୍ଟ କରିଦେଇଛନ୍ତି । ତା ସହିତ ଗାଁରେ ଥିବା ଏକର ଏକର ଧାନ ଫସଲ ମଧ୍ୟ ଖାଇବା ସହ ମାଡିଦଳି ନଷ୍ଟକରିଦେଇଛନ୍ତି । ବାରମ୍ବାର ବିଭିନ୍ନ ଗାଁରେ ହାତୀପଲ ପଶି ଧନ ଜୀବନ ଓ ଫସଲ ନଷ୍ଟ କରୁଥିଲେ ମଧ୍ୟ ହାତୀପଲଙ୍କୁ ଘଉଡାଇବା ରେ ବନ ବିଭାଗ ବିଫଳ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking