29.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗପଡାଙ୍ଗ ଗାଁରେ ହାତୀପଲଙ୍କ ଉପଦ୍ରବ; ନଷ୍ଟ କଲେ ଏକର ଏକର ଧାନ ଫସଲ

ପଡାଙ୍ଗ ଗାଁରେ ହାତୀପଲଙ୍କ ଉପଦ୍ରବ; ନଷ୍ଟ କଲେ ଏକର ଏକର ଧାନ ଫସଲ

ତେଲକୋଇ: ତେଲକୋଇ ରେଞ୍ଜ ଅଧୀନସ୍ଥ ପଡାଙ୍ଗ ଗାଁରେ ହାତୀପଲଙ୍କ ଉପଦ୍ରବ । ୭ ଟିକିଆ ହାତୀପଲ ଗତକାଲି ବିଳମ୍ବିତ ରାତିରେ ଗାଁରେ ପଶି ଏକର ଏକର ଧାନଫସଲ ଖାଇବା ସହ ଦଳି ମକଚି ନଷ୍ଟ କରିଛନ୍ତି । ଦୁଇ ଦିନ ହେବ ହାତୀପଲ ପଡାଙ୍ଗ ଗାଁ ରେ ଉପଦ୍ରବ ଚଳାଇଛନ୍ତି । ଚାଷୀଙ୍କ ଧାନ ଫସଲକୁ ନଷ୍ଟ କରୁଛନ୍ତି । ଚାଷୀ ଧାରକରଜ ଓ ଋଣ କରି ଚାଷ କରିଥିବା ଫସଲ ଏବେ ହାତୀଙ୍କ ଯୋଗୁଁ ନଷ୍ଟ ହେବାକୁ ବସିଲାଣି । ଯାହାକୁ ନେଇ ଚାଷୀମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି । ଏନେଇ ତେଲକୋଇ ଵନବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ଚାଷୀଙ୍କୁ ନଷ୍ଟ ହୋଇଥିବା ଫସଲର ସହାୟତା ଦେବା ତ ଦ୍ବରର କଥା ହାତପଲଙ୍କୁ ଘଉଡାଇବା ପାଇଁ କୋୖଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଚାଷୀ ଅଭିଯୋଗ କରିଛନ୍ତି ଏବଂ କ୍ଷତିପୂରଣ ଯୋଗାଇ ଦେଵାପାଇଁ ଦାବି ରଖିଛନ୍ତି । ପଡାଙ୍ଗ ଗାଁ ପାଖ ଜଙ୍ଗଲରେ ହାତୀପଲ ବୁଲୁଥିବାରୁ ଲୋକେ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking