ହାତୀ ଚଲାପଥ ନଷ୍ଟ; ନ୍ୟାସନାଲ ଗ୍ରୀନ ଟ୍ରିବୁନାଲର କାରଣ ଦର୍ଶାଅ ନୋଟିସ

କେନ୍ଦୁଝର: ହାତୀ ସୁରକ୍ଷା ପାଇଁ ଅନେକ ଆଇନ ରହିଥିବା ବେଳେ ବର୍ତମାନ ଏହା କେବଳ କାଗଜ କଲମ ରେ ସୀମିତ । ୨୦୧୬ ମସିହାରେ ହାତୀଙ୍କ ସୁରକ୍ଷା ପାଇଁ ସରକାର ଙ୍କ ଦ୍ଵାରା ଘୋଷଣା କରାଯାଇଥିବା ୧୪ ଟି କରିଡର କୁ ନଷ୍ଟ ନ କରିବା ପାଇଁ ନିର୍ଦେଶ ସତ୍ୱେ ଜାତୀୟ ରାଜପଥ ନିର୍ମାଣ କରାଯାଉଥିବା ସମୟରେ ପୁଣି ହାତୀ ଚଲାପଥକୁ ନଷ୍ଟ କରାଯାଉଥିବା ଘଟଣାକୁ ନେଇ ପ୍ରଶ୍ନ ଉଠାଇଲେ ଗ୍ରୀନ ଟ୍ରିବୁନାଲ।

ଏ ହେଉଛି ଗ୍ରୀନ ଟ୍ରିବୁନାଲଙ୍କ ଆଦେଶ ନାମା। ଯେଉଁଥିରେ ମୁମ୍ବାଇ କୋଲକତା ଜାତୀୟ ରାଜପଥ ସମ୍ପ୍ରସାରଣରେ ହାତୀ ଚଲାପଥ କୁ ନେଇ ହୋଇଥିବା ଅନିୟମିତତାକୁ ନେଇ ପ୍ରଶ୍ନ ଉଠା ଯାଇଛି । ରାଜ୍ୟରେ ୧୪ ଟି ସରକାରଙ୍କ ଘୋଷିତ ହାତୀ ଚଲାପଥ ଥିବା ବେଳେ କେନ୍ଦୁଝରରେ ୨ଟି ରହିଛି । ଗୋଟିଏ ହେଲା କାରୋ– କରମପଦା ଓ ଅନ୍ୟଟି ତେଲକୋଇ – ପାଲଲହଡା । ୨୦୧୧ ମସିହାରେ ମୋଟ ୨୩ ଟି କରିଡର ଚିହ୍ନଟ କରାଯାଇଥିବା ବେଳେ ୧୪ଟିକୁ ମାନ୍ୟତା ମିଳିଥିଲା । ଆଉ ଆଇନ ମୁତାବକ ଏସବୁ ଅଂଚଳରେ ଗଛ କଟା , ଜଙ୍ଗଲ ନଷ୍ଟ , ରାସ୍ତା ନିର୍ମାଣ ଓ ରେଳପଥ ଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା । ସେଥି ମଧ୍ୟରୁ କେନ୍ଦୁଝର ଜିଲ୍ଲା ତେଲକୋଈ ପାଲଲହାଡ଼ା କରିଡରରେ ଆଇନକୁ ଖୋଲା ଖୋଲି ଉଲଂଘନ କରାଯାଇ ନିର୍ମାଣ କାର୍ଯ୍ୟ କରାଯାଉଥିବା ନେଇ ଓଡିଶା ବନ୍ୟ ପ୍ରାଣୀ ସଂଘଠନ ପକ୍ଷରୁ ଗ୍ରୀନ ଟ୍ରିବୁନାଲ ରେ ଆବେଦନ କରାଯାଇଥିଲା । ଯେଉଁଥିରେ ୬ ଫୁଟ ଉଚରେ ରାସ୍ତା ନିର୍ମାଣ କାରଣରୁ ଏହି ଚଲା ପଥ ନଷ୍ଟ ହେଉଛି ବୋଲି ଦର୍ଶା ଯିବା ପରେ ଏହାକୁ ନେଇ ଗ୍ରୀନ ଟ୍ରିବୁନାଲ କାରଣ ଦର୍ଶାଇବାକୁ କେନ୍ଦୁଝର DFO ଙ୍କୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here