31.1 C
Bhubaneswar
Tuesday, April 23, 2024
Homeଓଡିଶାମୁଣ୍ଡଳୀ ମହାନଦୀ ପାଣିରେ ଫସିଛି ହାତୀ

ମୁଣ୍ଡଳୀ ମହାନଦୀ ପାଣିରେ ଫସିଛି ହାତୀ

ଆଠଗଡ଼ : କଟକ ମୁଣ୍ଡଳୀରେ ମହାନଦୀ ପାଣିରେ ଫସିଛି ହାତୀ । ନଦୀପାର ହେଉଥିବା ଘଟିଛି ଏହି ଅଭାବନୀୟ ଘଟଣା । ମହାନଦୀରେ ୭ଟି ହାତୀ ଭାସିଯାଇଥିବା ସୂଚନା ମିଳିଛି । ଗୋଟିଏ ହାତୀ ଛୁଆ ମୁଣ୍ଡଳୀ ବ୍ରିଜ ନିକଟରେ ଲାଖି ରହିଥିବା ଦେଖିବାକୁ ମିଳିଥିବା ବେଳେ ଆଉ ୬ଟି ହାତୀ ମହାନଦୀରେ ଭାସି ଭାସି ଯାଇ ଆଠଗଡ଼ ରେଞ୍ଜର ନୂଆଶାସନ୍ ଗାଁ ନିକଟରେ ଲାଗିଥିବା ଜଣାପଡିଛି। ଫେରିବାକୁ ଉଦ୍ୟମ କରୁଥିଲେ ବି ହାତୀ ପାଣିରୁ ବାହାରି ପାରୁନାହିଁ ।

ଅଗ୍ନିଶମ ଓ ବନ ବିଭାଗ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏକ ରସିରେ ଟାୟାର ବାନ୍ଧି ହାତୀକୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି । କିନ୍ତୁ ଖବର ଲେଖା ହେବା ପର୍ଯ୍ୟନ୍ତ  ହାତୀଟିକୁ ଉଦ୍ଧାର କରାଯାଇପାରି ନାହିଁ । ହାତୀକୁ ଦେଖିବାକୁ ଘଟଣାସ୍ଥଳରେ ଓ ବ୍ୟାରେଜ ଉପରେ ଜନଗହଳି ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking