27.1 C
Bhubaneswar
Thursday, April 25, 2024
Homeଓଡିଶାହାତୀଦାନ୍ତ ଉଦ୍ଧାର

ହାତୀଦାନ୍ତ ଉଦ୍ଧାର

ମୟୂରଭଞ୍ଜ : ହାତୀଦାନ୍ତ ଉଦ୍ଧାର କରିଛି ବନବିଭାଗ । ଉଦ୍ଧାର ୨ଖଣ୍ଡ ହାତୀଦାନ୍ତ ଓଜନ ୨ଶହଗ୍ରାମ ବୋଲି ବନବିଭାଗ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି। ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାସଗୋବିନ୍ଦପୁର ରେଞ୍ଜ, ମୋରଡ଼ା ଅଞ୍ଚଳରେ ବର୍ଷତମାମ ଶିମିଳିପାଳ ଏବଂ ଝାଡଖଣ୍ଡ ହାତୀପଲର ଆତଙ୍କ ଲାଗିରହିଛି। ତେବେ ୨୭ତାରିଖ ରାତିରେ ୬୦ରୁ ଉର୍ଦ୍ଧ୍ବ ଝାଡଖଣ୍ଡି ହାତୀପଲ ପୋଡ଼ଶୀ ପଶ୍ଚିମବଙ୍ଗ ଦେଇ ଓଡ଼ିଶା ସୀମାନ୍ତକୁ ପ୍ରବେଶ କରିଥିଲା । ଏହି ଝାଡଖଣ୍ଡି ହାତୀପଲ ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ମୋରଡ଼ା ଥାନା ଅଧିନ ଭାତଛାତର ଜଙ୍ଗଲ ମଧ୍ୟରେ ଥିବା ପିଚରାସ୍ତାକୁ ରାତିରେ ପାରି ହେଉଥିବା ବେଳେ ପିଚ ଉପରେ ଦନ୍ତାହାତୀର ଦାନ୍ତ ବାଜିବାରୁ ଦାନ୍ତରୁ ୨ଖଣ୍ଡ ଭାଙ୍ଗି ରାସ୍ତା ଉପରେ ପଡିଯାଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ରହି ହାତୀପଲ ଉପରେ ନଜର ରଖିଥିବା ସ୍ଥାନୀୟ ବନବିଭାଗର ରେଞ୍ଜର ଏବଂ କର୍ମଚାରୀମାନେ ଭାଙ୍ଗି ପଡିଥିବା ୨ଖଣ୍ଡ ଦାନ୍ତ ଉଦ୍ଧାର କରିଥିଲେ। ଏହାର ଓଜନ ୨ଶହଗ୍ରାମ ହୋଇଥିଲା ବେଳେ ଗୋଟିଏ ଖଣ୍ଡ ୧୮୦ଗ୍ରାମ ଓ ଅନ୍ୟ ଖଣ୍ଡଟି ୨୦ଗ୍ରାମ ବୋଲି ବନବିଭାଗ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking