27.8 C
Bhubaneswar
Thursday, April 18, 2024
HomeUncategorizedଚନ୍ଦକା ଗଲା ନରହନ୍ତା ଦନ୍ତା

ଚନ୍ଦକା ଗଲା ନରହନ୍ତା ଦନ୍ତା

ଭୁବନେଶ୍ୱର : ପିପିଲିରେ ଚାରି ଚାରି ଜଣଙ୍କୁ ଦଳିଚକଟି ଜୀବନ ନେଇଥିବା ନରହନ୍ତା ଦନ୍ତା ସୋମବାର ରାତିରେ ଚନ୍ଦକା ଜଙ୍ଗଲକୁ ଫେରି ଯାଇଛି। ରବିବାର ରାତିରେ ପିପିଲିରୁ ଫେରିଥିବା ଉକ୍ତ ଦନ୍ତା ହାତୀ ଆଜି ଦିନମତମାମ୍‍ ପାତ୍ରପଡ଼ା ମେଡିସିନାଲ୍‍ ଗାର୍ଡେନ୍‍ରେ ରହିବା ପରେ ସନ୍ଧ୍ୟାରେ କଳିଙ୍ଗନଗର, ଘାଟିକିଆ ଓ ନୂଆଗାଁ ଦେଇ ଚନ୍ଦକା ଜଙ୍ଗଲକୁ ଫେରି ଯାଇଛି। ଦିନ ସାରା ବନ ବିଭାଗକୁ ନାକେଦମ୍‍ କରିଥିବା ଦନ୍ତା ଶେଷରେ କିଛି କ୍ଷୟକ୍ଷତି ନକରି ଜଙ୍ଗଲକୁ ଫେରି ଯାଇଥିବାରୁ ବନ ବିଭାଗ ଆଶ୍ୱସ୍ତ ହୋଇଛି। ତେବେ ଆଜି ଭୋର୍‍ ସମୟରେ ଫୁଲେଶ୍ୱରୀ ବସ୍ତିର ଗାଙ୍ଗୀ ମୁଣ୍ଡା ନାମକ ଜଣେ ମହିଳା ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି। ପ୍ରାଣଭୟରେ ଦୌଡ଼ିବାବେଳେ ପଡ଼ିଯାଇ ସେ ସାମାନ୍ୟ ଆହତ ହୋଇଛନ୍ତି।
ସେହିଭଳି ମେଡିସିନାଲ୍‍ ଗାର୍ଡେନ୍‍ ଭିତର ଦେଇ ଯାଇଥିବା ଲାଇନ୍‍ କଟାଯାଇଥିଲା। ପ୍ରାୟ ସାଢ଼େ ଚାରିଟାବେଳେ ହାତୀଟି ବାହାରକୁ ବାହାରିଥିଲା। ବନ ବିଭାଗ ବାଣ ଫୁଟାଇ ତାକୁ ଘାଟିକିଆ ଗହୀର ମୁହାଁ କରାଇଥିଲେ। ମେଡିସିନାଲ୍‍ ଗାର୍ଡେନ୍‍ରୁ ବାହାରି ସେ ଘାଟିକିଆ ଦହଲ ଦେଇ ବିପୁଲ୍‍ ଗାର୍ଡେନ୍‍ ଆପାର୍ଟମେଣ୍ଟ ଦିଗରେ ଯାଇଥିଲା। ହାତୀ ଦେଖିବା ପାଇଁ କଳିଙ୍ଗନଗର ରାସ୍ତା ସାରା ହଜାର ହଜାର ସଂଖ୍ୟାରେ ଲୋକ ଭିଡ଼ ଜମାଇଥିଲେ। ବନ ବିଭାଗ ଘାଟିକିଆ କଳିଙ୍ଗନଗର ରାସ୍ତାକୁ ବନ୍ଦ କରି ଦେଇଥିଲା। ବିପୁଲ୍‍ ଗାର୍ଡେନ୍‍ ନିକଟରୁ ହାତୀଟି ଟାଟା ଆର୍ୟାନ୍‍ ଆପାର୍ଟମେଣ୍ଟ ନିକଟ ଦେଇ ଶଙ୍କରପୁର-ନୂଆଗାଁ ଦିଗରେ ଚାଲିଥିଲା। ଫୁଲେଶ୍ୱରୀ ବସ୍ତିରୁ ନୂଆଗାଁ ପର୍ଯ୍ୟନ୍ତ ଯିବାକୁ ପ୍ରାୟ ଦେଢ଼ ଘଣ୍ଟା ଲାଗିଯାଇଥିଲା। ଲୋକଙ୍କ ହୋ-ହଲ୍ଲା ପାଇଁ ବାରମ୍ବାର ଦନ୍ତାଟି ଆକ୍ରମଣ ଉଦ୍ଦେଶ୍ୟରେ ପଛକୁ ଫେରି ଗୋଡ଼ାଉଥିଲା। ତେବେ ଶେଷକୁ ବନ ବିଭାଗ ତାକୁ ନୂଆଗାଁ ଗହୀରରୁ ପାଇକରାପୁର ଗହୀରକୁ ପଠାଇବାରେ ସଫଳ ହୋଇଥିଲା। ସେଠାରୁ ତାକୁ ଦେଉଳିଆ ମୁଣ୍ଡିଆ କିମ୍ବା ଦାସପୁର ଦେଇ ଚନ୍ଦକା ଜଙ୍ଗଲକୁ ପଠାଇ ଦିଆଯିବାକୁ ବନ ବିଭାଗ କର୍ମଚାରୀମାନେ ଜଗି ରହିଥିଲେ। ରାଜଧାନୀରେ ଦନ୍ତାକୁ ଜଗିବା ପାଇଁ କଟକ, ଫୁଲନଖରା, ମଞ୍ଚେଶ୍ବର ଓ ଭୁବନେଶ୍ବର ଓ ଚନ୍ଦକା ବନ ବିଭାଗ ଅଧିକାରୀଙ୍କୁ ମିଶାଇ ୧୦୦ଜଣ କର୍ମଚାରୀ ନିଯୁକ୍ତ ହୋଇଥିଲେ। ତିନି ସହକାରୀ ବନ ଅଧୀକ୍ଷକ ପ୍ରଶାନ୍ତ କୁମାର ପଣ୍ଡା, ମହମ୍ମଦ ଜମିଲ ଓ ବିଜୟ ପରିଡ଼ାଙ୍କ ନେତୃତ୍ବରେ ବନ କର୍ମଚାରୀ ଦନ୍ତା ଘଉଡ଼ାଇବା ସହ ହାତୀ ଆକ୍ରମଣରୁ ଲୋକଙ୍କୁ ରକ୍ଷା ଲାଗି ସବୁପ୍ରକାର ଉଦ୍ୟମ କରିଥି‌େ‌ଲ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking