27.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗଥମୁନି ହାତୀ ଉପଦ୍ରବ, ନଷ୍ଟ କରୁଛନ୍ତି ଏକର ଏକର ପାଚିଲା ଧାନ ଫସଲ

ଥମୁନି ହାତୀ ଉପଦ୍ରବ, ନଷ୍ଟ କରୁଛନ୍ତି ଏକର ଏକର ପାଚିଲା ଧାନ ଫସଲ

ତେଲକୋଇ : ତେଲକୋଇ ରେଞ୍ଜ ଅଧିନସ୍ଥ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଥମୁନି ହାତୀ ପଲଙ୍କ ଉପଦ୍ରବ ।ଅମଳ ସମୟରେ ପାଚିଲା ଧାନ ଫସଲକୁ ଖାଇବା ସହ ମାଡିଦଳି ନଷ୍ଟ କରୁଛନ୍ତି । ଫଳରେ ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି ।ଭିମକାଣ୍ଡ ପଞ୍ଚାୟତ କାଣ୍ଡପଶି ଗାଁରେ ଗତକାଲି ବିଳମ୍ବିତ ରାତିରେ ହାତୀପଲ ପଶି ଏକର ଏକର ପାଚିଲା ଧାନ ଫସଲ ନଷ୍ଟ କରି ଦେଇଛନ୍ତି ।ଗାଁର ତପନ ଦେହୁରୀ,ଯୁଗଳ ମହାକୁଡ଼,କିର୍ତିନ ମହାକୁଡ,ରଙ୍ଗା ମହାକୁଡ଼, ପ୍ରମୋଦ ମହାକୁଡ଼,ଶିବ ମହାକୁଡ଼,ମୁକୁନ୍ଦ ମହାକୁଡ଼ ଙ୍କୁର ଜମିରେ ଧାନ ଫସଲକୁ ନଷ୍ଟ କରିଛନ୍ତି ।ବନ ବିଭାଗ ହାତୀ ଘଉଡାଇବାରେ ବିଫଳ ହୋଇଥିବା ବେଳେ ଲୋକଙ୍କ ଫସଲକୁ ସୁରକ୍ଷା ଦେବାରେ ମଧ୍ୟ ଅସଫଳ ଥିବା ଚାଷୀ ଅଭିଯୋଗ କରିଛନ୍ତି । ହାତୀପଲ ଫସଲ ନଷ୍ଟ କରୁଥିବା ବେଳେ ବନ କର୍ମଚାରୀ ଙ୍କୁ ଜଣାଇଲେ ମଧ୍ୟ ଘଟଣାସ୍ଥଳକୁ ବନ ବିଭାଗ କର୍ମଚାରୀ ଆସୁ ନଥିବା ପ୍ରକାଶ କରିଛନ୍ତି ଚାଷୀ । ଧାର କରଜ କରି ଚାଷ କରିଥିବା ଫସଲ ସବୁ ହାତୀ ଙ୍କ ଯୋଗୁଁ ଉଜୁଡି ଯାଉଥିବାରୁ କେମିତି ୠଣ ପରିଶୋଧ କରିବେ ସେନେଇ ଚାଷୀ ଏବେ ଚିନ୍ତାରେ ପଡିଯାଇଛି । କ୍ଷତିଗ୍ରସ୍ତ ଚାଷୀ ଙ୍କୂ ବନ ବିଭାଗ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking