30.1 C
Bhubaneswar
Thursday, April 25, 2024
Homeଓଡିଶାଅନୁଗୁଳଦନ୍ତା ଆକ୍ରମଣରେ ପୁଣି ଗଲା ବୃଦ୍ଧାଙ୍କ ଜୀବନ

ଦନ୍ତା ଆକ୍ରମଣରେ ପୁଣି ଗଲା ବୃଦ୍ଧାଙ୍କ ଜୀବନ

ଅନୁଗୁଳ : ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ଦନ୍ତା ଆକ୍ରମଣରେ ଆଜି ପୁଣି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି। ଆମ୍ବ ଗୋଟାଇବାକୁ ଯାଇଥିଲା ବେଳେ ଆଜି ସକାଳୁ ଏଭଳି ଅଘଟଣ ଘଟିଛି। ସୂଚନା ଅନୁଯାୟୀ, ବନ୍ତଳା ବନାଞ୍ଚଳ ଜାମୁଣ୍ଡା ଗ୍ରାମର ବୈଦେହୀ ପ୍ରଧାନ(୬୮) ଆଜି ସକାଳୁ ଆମ୍ବ ଗୋଟାଇବାକୁ ଗାଁ ନିକଟରେ ଥିବା ଆମ୍ବ ଗଛ ପାଖକୁ ଯାଇଥିଲେ।

ସେଠାରେ ଆମ୍ବ ଗୋଟାଉଥିବା ବେଳେ ତାଙ୍କୁ ଏକ ଦନ୍ତାହାତୀ ଆକ୍ରମଣ କରିଥିଲା।ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।ସେଠାରେ ବନ୍ତଳା ବନାଞ୍ଚଳ ଅଧିକାରୀ ନୀଳାଦ୍ରି ନାଥ ସାହୁ ଘଟଣାର ତଦନ୍ତ କରୁଛନ୍ତି। ତେବେ ବନ ବିଭାଗ ପକ୍ଷରୁ ବାରମ୍ବାର ହାତୀ ସମ୍ପର୍କରେ ସଚେତନତା ସୃଷ୍ଟି କଲେ ମଧ୍ୟ ଲୋକମାନେ ଆମ୍ବ ଗୋଟାଇବାକୁ ଯାଇ ମୃତ୍ୟୁମୁଖରେ ପଡୁଛନ୍ତି। ଏହା ମଧ୍ୟରେ ବନ୍ତଳା ବନାଞ୍ଚଳ ହାତୀ ଆକ୍ରମଣରେ ୧୧ଜଣଙ୍କ ଜୀବନ ଗଲାଣି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking