30.1 C
Bhubaneswar
Wednesday, April 24, 2024
Homeଓଡିଶା୨୦ ଏକର ଧାନ ଦଳିଦେଲେ ହାତୀପଲ

୨୦ ଏକର ଧାନ ଦଳିଦେଲେ ହାତୀପଲ

ଢ଼େଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅଧିନରେ ଥିବା ଭରତି ପାହାଡ ପାଦ ଦେଶରେ ଗତ ନଭେମ୍ବର ୩୦ ତାରିଖରୁ ୮ଟି ହାତୀ ବସବାସ କରୁଛନ୍ତି । ଏହି ଦଳରେ ଗୋଟିଏ ଦନ୍ତା, ୫ଟି ମାଇ ହାତୀ, ୨ଟି ଛୁଆ ହାତୀ ରହିଥିବା ଜଣାଯାଏ । ହାତୀ ଦଳ ଭରତୀ ପାହାଡ ଶାଳ ଜଙ୍ଗଲରେ ଦିନ ତମାମ ରହୁଥିବାବେଳେ ରାତି ହେଲେ ରେଣନ୍ଦାପାଟଣା ମୌଜାର ଧାନ ବିଲ ସବୁ ନଷ୍ଟ କରୁଛନ୍ତି । ଭରତି ପାହାଡ ଓ ରେଣନ୍ଦାପାଟଣା ମଧ୍ୟସ୍ଥଳରେ ରହିଛି ଧାନଘରଖୋଲ ହୁଡି । ଏହି ହୁଡିରେ ବାସ କରୁଛନ୍ତି ୨୦ଟି ଆଦିବାସୀ ପରିବାର । ଏହି ଗ୍ରାମର ନାମ ରହିଛି ବ୍ରହ୍ମାନନ୍ଦ କଲୋନୀ । କଲୋନୀ ବାସିନ୍ଦା କୁହନ୍ତି ହାତୀ ଜଙ୍ଗଲରେ ରହୁଥିବା ଯୋଗୁ ଗ୍ରାମର ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଛି । ଗ୍ରାମର ଶେଷ ମୁଣ୍ଡରେ ୨୦୧୮ ମସିହାରେ ବସାଯାଇଥିବା ସୌର ଚାଳିତ ପାଣି ଟାଙ୍କି ସହି ସଲାମତ ଚାଲୁଥିବାବେଳେ ସୌର ଆଲୋକର ବ୍ୟାଟେରି ବିଭାଗୀୟ କର୍ମକର୍ତ୍ତା ଖୋଲିନେଇ ଥିବାରୁ ସନ୍ଧ୍ୟା ପରେ ସୌର ଆଲୋକ ଆଦୌ ଜଳୁନାହିଁ । ଫଳରେ ଅନ୍ଧାରରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛୁ । ଗତ ଦୁଇ ଦିନ ହେଲା ହାତୀ ଦଳଟି ଗ୍ରାମର ପୂର୍ବ ପଟରୁ ଆସି ପଶ୍ଚିମ ପାଶ୍ୱର୍ରେ ଶାମଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛନ୍ତି । ବନ ବିଭାଗ ତରଫରୁ ତାଙ୍କୁ ଘଉଡାଇବାକୁ ଚେଷ୍ଟା ଜାରି ରହିଛି । କିନ୍ତୁ ୯ ଦିନ ହେଲାଣି ହାତୀ ଅଞ୍ଚଳ ଛାଡି ଯିବାର ନାଁ ଧରୁନାହାନ୍ତି । ଏନେଇ ବନଖଣ୍ଡ ଅଧିକାରୀ କବିତା ବିଶ୍ୱାଳ କୁହନ୍ତି ୯ଦିନ ହେଲା ୮ ହାତୀ ଭରତି ପାହାଡ ଅଞ୍ଚଳରେ ରହି ରେଣନ୍ଦପାଟଣା ମୌଜାରେ ୨୦ ଏକରରୁ ଅଧିକ ଫସଲ ନଷ୍ଟ କରିସାରିଲେଣି । ଆମେ ହାତୀ ସ୍କ୍ୱାର୍ଡ଼ ଦ୍ୱାରା ଘଉଡାଇବାକୁ ଚେଷ୍ଟା କରୁଛୁ । ଏନେଇ ବିଶେଷ ବିଚଳିତ ନହେବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking