31.1 C
Bhubaneswar
Friday, March 29, 2024
Homeଓଡିଶାହାତୀ ଆକ୍ରମଣରେ ଚାଷୀ ମୃତ

ହାତୀ ଆକ୍ରମଣରେ ଚାଷୀ ମୃତ

ଅନୁଗୋଳ : ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ କଡରେ ଥିବା ମୂଷାପାପୁଲି ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ହେଉଛନ୍ତି ପାଣ୍ଡବ ସାହୁ ।

ସୂଚନା ଅନୁଯାୟୀ, ବୁଧବାର ରାତିରେ ବଡ଼କେରଜାଙ୍ଗ ପଟରୁ କିଛି ହାତୀ ଗାଁ ମୁଣ୍ଡକୁ ପଶି ଆସିଥିଲେ । ପାଣ୍ଡବ ଆଜି ଭୋର ସମୟରେ ବିଲକୁ କାମ କରିବାକୁ ଯାଉଥିଲେ । ତେବେ ବାଟରେ ହାତୀ ଥିବା କଥା ସେ ଜାଣି ପାରି ନଥିଲେ । ଫଳରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀ ତା’ଶୁଣ୍ଢରେ ପାଣ୍ଡବଙ୍କୁ ଟେକି କଚାଡି ଦେଇଥିଲା,ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବହୁ ସମୟ ପର୍ଯ୍ୟନ୍ତ ଘଟଣା ସ୍ଥଳରେ କୌଣସି ବନବିଭାଗର କର୍ମଚାରୀ ପହଁଚି ନଥିବାରୁ ଘଟଣା ସ୍ଥଳରେ ଚାପା ଉତେଜ୍ଜନା ଲାଗିରହିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking