36.7 C
Bhubaneswar
Tuesday, April 16, 2024
Homeଓଡିଶାହାତୀ ଆକ୍ରମଣରେ ଦୁଇ ମୃତ

ହାତୀ ଆକ୍ରମଣରେ ଦୁଇ ମୃତ

ସମ୍ବଲପୁର : ମଙ୍ଗଳବାର ରାତିରେ ଏକ ଜଙ୍ଗଲୀ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଆହତ ହୋଇଛନ୍ତି । ଘଟଣାଟି ଘଟିଛି, ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଧାମା ଫରେଷ୍ଟ୍ ରେଞ୍ଚ୍ ଅଧୀନ କୋଲଗାଁ ଠାରେ । ମୃତବ୍ୟକ୍ତିମାନେ ହେଉଛନ୍ତି ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କେଶପାଲି ଗ୍ରାମପଞ୍ଚାୟତର ସରପଞ୍ଚ ଉମାକାନ୍ତ ମିର୍ଦାଙ୍କ ୬୫ ବର୍ଷୀୟ ମାଆ ଊର୍ମିଳା ଓ ୧୨ ବର୍ଷୀୟ ଭାଣିଜୀ ରଶ୍ମିତା ।
ସୂଚନା ଅନୁଯାୟୀ, ସରପଞ୍ଚଙ୍କ ବାପା ମାଆ ଓ ଭାଣିଜୀ ତାଙ୍କ ମାଟିଗାରା ଦିଆଯାଇଥିବା ଇଟାକାନ୍ଥ ଘରର ଗୋଟିଏ ବଖରାରେ ଶୋଇଥିଲେ । ରାତି ପ୍ରାୟ ୨ଟା ବେଳେ ଗୋଟାଏ ଜଙ୍ଗଲୀ ହାତୀ ଆସି ସେ ଘରକୁ ଭାଙ୍ଗି ପକାଇଲା । ଫଳରେ ଘର ଭିତରେ ଶୋଇଥିବା ତିନିଜଣଙ୍କ ଉପରେ କାନ୍ଥ ଭାଙ୍ଗି ପଡ଼ିଥିଲା । ସାଇପଡ଼ିଶାମାନେ ତୁରନ୍ତ ତିନିଜଣଙ୍କୁ ଭଙ୍ଗାଘରୁ ଉଦ୍ଧାର କରି ଯୁଯୁମୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଊର୍ମିଳା ଓ ରଶ୍ମିତା ମୃତ ବୋଲି ସେଠାରେ ଡାକ୍ତର ଘୋଷଣା କରିଥିଲେ । ଗରୁତର ଆହତ ହୋଇ ଅସୁସ୍ଥ ହୋଇପଡ଼ିଥିବା ସରପଞ୍ଚଙ୍କ ବାପା କନ୍ଧ ମିର୍ଦାଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking