27.1 C
Bhubaneswar
Thursday, April 25, 2024
Homeଓଡିଶାଝାରଖଣ୍ଡ ହାତୀପଲର ତାଣ୍ଡବ,ବ୍ୟାପକ ଫସଲ ନଷ୍ଟ ସହିତ ଭାଙ୍ଗିଲେ ୩ ଘର 

ଝାରଖଣ୍ଡ ହାତୀପଲର ତାଣ୍ଡବ,ବ୍ୟାପକ ଫସଲ ନଷ୍ଟ ସହିତ ଭାଙ୍ଗିଲେ ୩ ଘର 

ମୟୂରଭଞ୍ଜ(ଘାସିରାମ ବେହେରା)-ଦୀର୍ଘ ୬ ମାସର ବ୍ୟବଧାନ ପରେ ପୁଣି ଲେଉଠିଲେ ଝାରଖଣ୍ଡି ହାତୀପଲ। ପଶିଆସି ଥିବା ହାତୀପଲରେ ୧୭ରୁ ଉର୍ଦ୍ଧ୍ବ ହାତୀ  ଥିବା ଜଣାପଡିଛି  । କରଞ୍ଜିଆ ବନଖଣ୍ଡର କୁଜିଆମ ଜଙ୍ଗଲକୁ ଦୁଇଦିନ ତଳେ  ସୀମାନ୍ତ ଝାରଖଣ୍ଡ ରାଜ୍ୟରୁ ଆସି   ଓଡିଶା ସୀମାରେ ପ୍ରବେଶ କରିଥିଲେ ୧୭ଟି ହାତୀ । ହାତୀପଲ ବର୍ଷର ବିଭିନ୍ନ ସମୟରେ ଆସୁଥିବା ବେଳେ ଏବେ ଦୀର୍ଘ ୬ ମାସ ପରେ ଆସିଛନ୍ତି ଏଇ ଅଞ୍ଚଳକୁ  ।  ଶୁକୃଳି ବ୍ଳକ ଅନ୍ତର୍ଗତ କୁଜିଆମ ଜଙ୍ଗଲରେ ହାତୀପଲ ଦୁଇ ଦିନହବ ରହୁଥୁବା ବେଳେ ଆଜି ପୁଣି ପୋଡଶୀ ଝାରଖଣ୍ଡ ସୀମାରେ ଡେରା ପକାଇଥିବା ସୂଚନା। ଏଇ ହାତୀପଲରେ ପୁରୁଷ ହାତୀ ୪ଟି ଥିବା ବେଳେ ମାଈହାତୀ ୮ଟି ସାଙ୍ଗକୁ ଛୁଆହାତୀ ୫ଟି  ଥିବା କରଞ୍ଜିଆ ରେଞ୍ଜ ଅଫିସର ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଶୁକୃଳି  ବ୍ଳକର ଓସ୍କିପାଳ ଗାଁରେ ଦୁଇଜଣଙ୍କ ଘର ଭାଙ୍ଗିବା ସହିତ ଧାନଚାଉଳ ଖାଇଦେଇଛନ୍ତି। ସେହିପରି ରରୁଆଁ ବ୍ଳକରେ ଜଣକର ଘର ଭାଙ୍ଗିବା ସହିତ ରରୁଆଁ ବଜାରରେ ଥିବା ସରକାରୀବିଦ୍ୟାଳୟରେ ହାତୀପଲ ପଶି ବ୍ୟାପକ  କ୍ଷୟକ୍ଷତି କରିଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ କୁଜିଆମ ଗ୍ରାମ ନିକଟ ଧାନ ବିଲରେ ଧାନ ଖାଉଥିବା ବେଳେ କିଛି ଯୁବକ ହାତୀପଲକୁ ପଥର ମାରୁଥିବାର ଦେଖିବାକୁ ମିଲିଥିଲା । ହେଲେ ସେଠାରେ ବନବିଭାଗ କର୍ମଚାରୀ କିମ୍ବା ସୁରକ୍ଷାକର୍ମୀ ନ ଥିବାରୁ ଲୋକେ ହାତୀକୁ  ଟେକା ପଥର ମାରି ଘଉଡେଇବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ହାତୀପଲ ପଶି ଆସିଲେ ବନବିଭାଗ ତାର ଗତିବିଧି ଉପରେ ତୀକ୍ଷଣ ନଜର ରଖିଥାଏ ବୋଲି କହିଆସୁଥିବା ବେଳେଏହି ଘଟଣା ଏକ ନମୁନା ସହିତ ପ୍ରମାଣ ବୋଲି କୁହାଯାଇ ପାରିବ। ତେବେ ଏ ଅଞ୍ଚଳରେ ହାତୀ ଘଉଡାଇବା ପାଇଁ କେତେ ସରକାରୀ ଅର୍ଥ ଖର୍ଚ୍ଚ କରାଯାଉଛି ଏବଂ କେତେ କର୍ମଚାରୀ ନିୟୋଜିତ କରାଯାଇଛି ତାହା ତଦନ୍ତ ସାପେକ୍ଷ। ସେହିପରି କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking