28.1 C
Bhubaneswar
Thursday, March 28, 2024
Homeଓଡିଶାସେପ୍ଟେମ୍ବରରୁ ଖୋଲିବ ପ୍ରାଥମିକ ସ୍କୁଲ!

ସେପ୍ଟେମ୍ବରରୁ ଖୋଲିବ ପ୍ରାଥମିକ ସ୍କୁଲ!

ପ୍ରଥମ ପର୍ଯ୍ୟାୟରେ ୪ର୍ଥରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଅନୁମତି
ଭୁବନେଶ୍ୱର:  ଆସନ୍ତା ସେପ୍ଟେମ୍ବରରୁ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ପିଲାଙ୍କ ଶ୍ରେଣୀ ଶିକ୍ଷା ଆରମ୍ଭ ହେବ । ଏନେଇ ବିଭାଗ ପକ୍ଷରୁ ଗାଇଡଲାଇନ୍ ପ୍ରସ୍ତୁତ କରାଯାଉଛି । ସ୍ୱତନ୍ତ୍ର ଏସ୍‌ଓପି ପ୍ରସ୍ତୁତ ଶେଷ ହେବା ପରେ ପ୍ରାଥମିକ ଶିକ୍ଷାଦାନ ସ୍କୁଲରେ ଆରମ୍ଭ ହେବ । ତେବେ ପ୍ରଥମ ପର୍ଯ୍ୟାୟରେ କେବଳ ୪ର୍ଥରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଶିକ୍ଷା ଲାଗି ବ୍ୟବସ୍ଥା କରାଯିବ । ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଶିକ୍ଷାଦାନ ବିଳମ୍ବ ହେବ ବୋଲି ଜଣାପଡ଼ିଛି । ରାଜ୍ୟରେ କରୋନା ପ୍ରକୋପ କମିବା ପରେ ଶ୍ରେଣୀ ଶିକ୍ଷାଦାନ ଆରମ୍ଭ ହୋଇଛି । ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଏବଂ ପରେ ନବମ ଶ୍ରେଣୀ ପିଲାଙ୍କ କ୍ଲାସ୍ ଆରମ୍ଭ ହୋଇଛି ।

ଏହାରି ଭିତରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଶ୍ରେଣୀ ଶିକ୍ଷାଦାନ ଆରମ୍ଭ କରିବାକୁ ବିଭାଗ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ଲାଗି କସରତ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କେବଳ ୪ର୍ଥରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ସ୍କୁଲ ଆସିବାକୁ ଅନୁମତି ମିଳିବ । ମାତ୍ର ଆଗକୁ ତୃତୀୟ ଲହର ଭୟ ସୃଷ୍ଟି ହୋଇଥିବାରୁ ପିଲାମାନେ କିପରି ସୁରକ୍ଷିତ ଭାବେ ଶ୍ରେଣୀ ଶିକ୍ଷା ଗ୍ରହଣ କରିବେ ସେଥିଲାଗି ମଧ୍ୟ ବ୍ୟବସ୍ଥା କରିବାକୁ ଯୋଜନା ରହିଛି । ସେପ୍ଟେମ୍ବରରୁ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ଶ୍ରେଣୀ ଶିକ୍ଷାଦାନ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଥିଲେ ହେଁ ନିର୍ଦ୍ଦିଷ୍ଟ ତାରିଖ ସ୍ପଷ୍ଟ ହୋଇନାହିଁ । ସେହିପରି ଗଣାିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଯଦି ସ୍କୁଲ ଖୋଲେ ତେବେ ଅଭିଭାବକଙ୍କ ଅନୁମତି ପତ୍ର ବାଧ୍ୟତାମୂଳକ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking