26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଏବେ ଝାଳରୁ ସୃଷ୍ଟି ହେବ ବିଦ୍ୟୁତ୍, ବୈଜ୍ଞାନିକ ପ୍ରସ୍ତୁତ କଲେ ଅଦ୍ଭୁଦ ଡିଭାଇସ୍

ଏବେ ଝାଳରୁ ସୃଷ୍ଟି ହେବ ବିଦ୍ୟୁତ୍, ବୈଜ୍ଞାନିକ ପ୍ରସ୍ତୁତ କଲେ ଅଦ୍ଭୁଦ ଡିଭାଇସ୍

ନୂଆଦିଲ୍ଲୀ : ଗରମ ବା ବ୍ୟାୟାମ କରିବାରୁ ଝାଳ ବାହାରିଲେ ଲୋକେ ଅସ୍ତବ୍ୟସ୍ତ ହୋଇପଡନ୍ତି । କିନ୍ତୁ ଏହି ଝାଳରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହୋଇପାରିବ ବୋଲି ଆପଣ କେବେ ଭାବିଛନ୍ତି କି? କିନ୍ତୁ ଆମେରିକାର ବୈଜ୍ଞାନିକମାନେ ଏପରି ଏକ ଯନ୍ତ୍ର ପ୍ରସ୍ତୁତ କରିଛନ୍ତି, ଯାହାକୁ ପିନ୍ଧି ଆପଣ ଝାଳକୁ ବିଜୁଳି ଶକ୍ତି ଉତ୍ପାଦନ କରିପାରିବେ । ଏପରି ଅଦ୍ଭୁତ ମେସିନ୍ ବିଷୟରେ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । କାହିଁକି ନା ଏହି ଏହି ଡିଭାଇସରେ ବିଜୁଳି ଶକ୍ତି ଉତ୍ପାଦନ କରିବା ପାଇଁ ଆପଣଙ୍କୁ କୌଣସି ଶାରୀରିକ କାର୍ଯ୍ୟକଳାପ କରିବାକୁ ପଡ଼ିବ ନାହିଁ ।

ରିପୋର୍ଟ ଅନୁସାରେ, ଇଞ୍ଜିନିୟରଙ୍କୁ ପ୍ରଥମେ ଝାଳରୁ ବିଜୁଳି ଉତ୍ପାଦନ କରିବା ବିଷୟରେ ଜଣାଥିଲା । ସେମାନେ ଏଥିପାଇଁ ଏକ ଡିଭାଇସ୍ ପ୍ରସ୍ତୁତ କରିଥିଲେ । କିନ୍ତୁ ସେମାନେ ବର୍ତ୍ତମାନ ସୁଦ୍ଧା ସେଥିରେ ମଣିଷର ପ୍ରାକୃତିକ ଝାଳର ଟେଷ୍ଟ କରିନଥିଲେ । କିନ୍ତୁ ନୂଆ ଡିଭାଇସ୍ ସମସ୍ତଙ୍କୁ ଚକିତ କରିଦେଇଛି, କାରଣ କମ୍ ବିଜୁଳି ଉତ୍ପାଦନ ପାଇଁ ନୂଆ ଡିଭାଇସକୁ ଲୋକଙ୍କର ବେଶି ଝାଳର ଆବଶ୍ୟକ ନାହିଁ । ଏଥିରେ ଲୋକଙ୍କ ପ୍ରାକୃତିକ ଝାଳରେ ସଫଳ ପରୀକ୍ଷଣ ହୋଇଛି ।

ତେବେ ଏହି ଉପକରଣଟି ଅଙ୍ଗୁଳି ସହିତ ସଂଲଗ୍ନ ହୋଇପାରିବ । ତା’ ପରେ ଅଙ୍ଗୁଳିର ଆର୍ଦ୍ରତାକୁ କାବୁ କରିଥାଏ ଏବଂ ଏଥିରୁ ବିଦ୍ୟୁତ୍ ଉତ୍ପାଦନ ହୋଇଥାଏ । କାରଣ ଅଙ୍ଗୁଳିରୁ ବହୁ ଝାଳ ବାହାରିଥାଏ । ଏହି ଝାଳକୁ ସ୍ମାର୍ଟ ମ୍ୟାଟରିଆଲ ସାମଗ୍ରୀ ଜରିଆରେ ଏକାଠି କରାଯାଇଥାଏ । ପରେ ପରିଚାଳକଙ୍କ ଦ୍ୱାରା ଏହାକୁ ପ୍ରୋସେସ୍ କରାଯାଇଥାଏ ।ଏହି ପ୍ରୋଟୋଟାଇପ୍ ଡିଭାଇସ୍ରୁ କମ୍ ଶକ୍ତି ବିଶିଷ୍ଟ ଜେନେରେଟ୍ କରିପାରିବ । ଏହା ତିନି ସପ୍ତାହ ପର୍ଯ୍ୟନ୍ତ ହାତରେ ପିନ୍ଧିବା ପରେ ଏକ ସ୍ମାର୍ଟଫୋନକୁ ଚାର୍ଜ କରିବା ପାଇଁ ବିଜୁଳି ଉତ୍ପନ୍ନ କରାଯାଇପାରିବ । ଏହି ଡିଭାଇସକୁ ଆଙ୍ଗୁଳିରେ ପିନ୍ଧି ଆପଣ ଶୋଇପାରିବେ ଓ ଟାଇପିଂ କରାପାରିବେ । କିଛି ନକଲେ ବି ଏହି ଡିଭାଇସ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବ । ଏହି ଡିଭାଇସରେ ଶକ୍ତିକୁ ଷ୍ଟୋର କରିବା ପାଇଁ ଏକ ଛୋଟ ବ୍ୟାଟେରୀ ବି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking