30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଉତ୍ତରାଖଣ୍ଡର ଚାଷୀମାନଙ୍କୁ ଫ୍ରିରେ ଉପଲବ୍ଧ ହେବ ବିଜୁଳି : କେଜ୍ରିୱାଲ

ଉତ୍ତରାଖଣ୍ଡର ଚାଷୀମାନଙ୍କୁ ଫ୍ରିରେ ଉପଲବ୍ଧ ହେବ ବିଜୁଳି : କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଡେରାଡୁନ୍‌ରେ ଘୋଷଣା କରିଛନ୍ତି ଯେ, ଉତ୍ତରାଖଣ୍ଡର ଚାଷୀମାନଙ୍କୁ ଫ୍ରିରେ ଉପଲବ୍ଧ ହେବ ବିଜୁଳି । କୌଣସି ପାୱାର କଟ୍ ନୁହେଁ ଏବଂ ତା ସହ ପୁରୁଣା ବିଲ ମଧ୍ୟ ଛାଡ଼ କରାଯିବ । ଆଗକୁ ଉତ୍ତରାଖଣ୍ଡରେ ଆସୁଛି ବିଧାନସଭା ନିର୍ବାଚନ । ତେବେ ଏହାକୁ ଲକ୍ଷ କରି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ବାହାରିପଡ଼ିଥିଲେ ଉତ୍ତରାଖଣ୍ଡ ଅଭିମୁଖେ । ଏକ ପ୍ରେସ୍ କନ୍‌ଫରେନ୍ସକୁ ସମ୍ବୋଧିତ କରି କେଜ୍ରିୱାଲ ତାଙ୍କ ବିରୋଧି ଦଳକୁ ନିଶାନା କରି କହଛନ୍ତି ଯେ, “ଭଗବାନ ଉତ୍ତରାଖଣ୍ଡକୁ ସବୁ ଦେଇଛନ୍ତି ହେଲେ ଉତ୍ତରାଖଣ୍ଡର ରୁଲିଂ ନେତାମାନେ ଏବଂ ପାର୍ଟି ଏହାର ସମସ୍ତ ସୁବିଧା ସବୁକୁ ବରବାଦ କରିସାରିଲାଣି । ଉତ୍ତରାଖଣ୍ଡରେ ଦୁଇଟି ପାର୍ଟି ଅଛନ୍ତି । ଯେପରି ଏକ ଚକିର ଦୁଇଟି ପଟ୍ଟା ଥାଏ, ସେହିପରି ଉତ୍ତରାଖଣ୍ଡର ଜନତା ଏହି ଦୁଇ ପାର୍ଟି ମଧ୍ୟରେ ୨୦ ବର୍ଷରୁ ପେଶି ହୋଇ ଚାଲିଛି । ୭୦ ବର୍ଷର ଇତିହାସରେ ଏହା ପ୍ରଥମ ଥର ହୋଇଛି ଯେ ସଠାରେ ଥିବା ପାର୍ଟିର ନେତା ନିଜେ କହିଛନ୍ତି ଯେ ଆମ ସିଏମ୍ ବେକାର । ଏପଟେ ଉତ୍ତରାଖଣ୍ଡର ବିପକ୍ଷ ପାର୍ଟି ପାଖରେ କୌଣସି ନେତା ହି ନାହାନ୍ତି ଲଢ଼ିବାକୁ ।

ଏହି ଦୁଇଟି ପାର୍ଟି ମଧ୍ୟରୁ କାହାକୁ ଉତ୍ତରାଖଣ୍ଡର ଜନତାଙ୍କ ପାଇଁ ଚିନ୍ତା ଅଛି? ଉତ୍ତରାଖଣ୍ଡର ଉନ୍ନତି ବିଷୟରେ କିଏ ଚିନ୍ତା କରିବ? ଦୁଇଟି ପାର୍ଟି ମଧ୍ୟରୁ କାହାକୁ ଭି ଚିନ୍ତା ନାହିଁ । ଦୁଇଟି ଯାକ ପାର୍ଟି କେବଳ କୁର୍ସି ପାଇଁ ଲଢ଼େଇ କରୁଛନ୍ତି” ବୋଲି କେଜ୍ରିୱାଲ କହିଛନ୍ତି ।
ବିଜୁଳିକୁ ନେଇ କେଜ୍ରିୱାଲ କହିଛନ୍ତି ଯେ, ଉତ୍ତରାଖଣ୍ଡ ନିଜେ ବିଜୁଳି ଉତ୍ପାଦନ କରୁଛି । ଉତ୍ତରାଖଣ୍ଡରୁ ଅନ୍ୟ ରାଜ୍ୟକୁ ବିଜୁଳି ପଠାଯାଉଛି । ହେଲେ ବି ଉତ୍ତରାଖଣ୍ଡର ନିବାସୀମାନଙ୍କ ପାଇଁ ବିଜୁଳି କ’ଣ ପାଇଁ ଏତେ ମହଙ୍ଗା ହେଉଛି । ଉତ୍ତରାଖଣ୍ଡ ସରକାର କେବେ ଏଠାକାର ଜନତାକୁ ଫ୍ରିରେ ବିଜୁଳି ଦେବା ବିଷୟରେ ଚିନ୍ତା କରିଛନ୍ତି? ନା ତାଙ୍କ ପାଖରେ ଟାଇମ୍ ନାହିଁ, ସେ କେବଳ ସର୍ତ୍ତା ପାଇଁ ଲଢ଼େଇ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଦିଲ୍ଲୀ ଭଳି ଉତ୍ତରାଖଣ୍ଡରେ ବି ଯଦି ଆମ ସରକାର ଆସେ, ତାହା ହେଲେ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ସବୁ ପରିବାରକୁ ଫ୍ରିରେ ଦିଆଯିବ । ପୁରୁଣା ବିଲ ମଧ୍ୟ ଛାଡ଼ କରାଯିବ ଏବଂ କୌଣସି ପାୱାର କଟ୍ ମଧ୍ୟ ହେବନାହିଁ । ୨୪ ଘଣ୍ଟା ବିଜୁଳି ଦିଆଯିବ । ଉତ୍ତରାଖଣ୍ଡର ଚାଷୀ ମାନଙ୍କୁ ଫ୍ରିରେ ବିଜୁଳି ଦିଆଯିବ । ଦିଲ୍ଲୀରେ ସବୁ ପରିବାରକୁ ୨୦୦ ୟୁନିଟ୍‌ର ବିଜୁଳି ଫ୍ରିରେ ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking