27.1 C
Bhubaneswar
Saturday, November 23, 2024
Homeଓଡିଶାଅଘୋଷିତ ବିଦ୍ୟୁତ କାଟ ରାଜ୍ୟ ସରକାରଙ୍କର ଅପାରଗତାର ଆଉ ଏକ ନମୂନା: କଂଗ୍ରେସ

ଅଘୋଷିତ ବିଦ୍ୟୁତ କାଟ ରାଜ୍ୟ ସରକାରଙ୍କର ଅପାରଗତାର ଆଉ ଏକ ନମୂନା: କଂଗ୍ରେସ

ଓଡ଼ିଶାର ବିଦ୍ୟୁତ ଗ୍ରାହକଙ୍କ ରକ୍ତ ଶୋସୁଛି ବିତରକ କମ୍ପାନୀ ରାଜ୍ୟ ସରକାରଙ୍କ ସହଯୋଗରେ

ଓଡ଼ିଶାର ବିଦ୍ୟୁତ ଗ୍ରାହକଙ୍କୁ କେବେ ମିଳିବ ନିରବଚ୍ଛିନ୍ନ ବିଦ୍ୟୁତ ସେବା
ଭୁବନେଶ୍ୱର – ଓଡ଼ିଶା ଭାରତ ବର୍ଷର ପ୍ରଥମ ରାଜ୍ୟ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବାରେ । ଏହି ସଂସ୍କାରର ମୂଲ ଲକ୍ଷ୍ୟଥିଲା ଓଡ଼ିଶାର ବିଦ୍ୟୁତ ଉତ୍ପାଦନକୁ ବୃଦ୍ଧି କରିବା ସହିତ ଉପଭୋକ୍ତା ମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ନିରବଛିନ୍ନ ଭାବରେ ଗୁଣାତ୍ମକ ବିଦ୍ୟୁତ ଶକ୍ତି ଯୋଗାଇବା । ତତ୍‌ସହିତ ସବୁଜ ଶକ୍ତିର ଅଧିକ ଉତ୍ପାଦନ କରିବା । ଓଡ଼ିଶାରେ ଯେତିକି ବିଦ୍ୟୁତ ଉତ୍ପାଦନ ହେଉଛି ତାର ଅର୍ଦ୍ଧାଧିକ ଓଏଚପିସି ଦ୍ୱାରା ପରିଚାଳିତ ଜଳ ବିଦ୍ୟୁତ ପ୍ରକଳ୍ପରୁ ଉତ୍ପାଦିତ ହୋଇଥାଏ । କୋଇଲା କ୍ଷେତ୍ରରୁ ରାଜ୍ୟ ସରକାରଙ୍କ ନିଜସ୍ୱ ତାପଜ ବିଦ୍ୟୁତ ଶକ୍ତି କେନ୍ଦ୍ର ଯାହା ଓପିଜିସି ଦ୍ୱାରା ପରିଚାଳିତ ସେଥିରୁ ପାଖାପାଖି ୧୭୪୦ ମେଗାୱାଟ ମିଳିବା କଥା । ଓପିଜିସିର ଏହି ତାପଜ ବିଦ୍ୟୁତ ଶକ୍ତି କେନ୍ଦ୍ର ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାର ବନହରିପାଲର ଥିବା ୬ଟି ୟୁନିଟରୁ ମିଳିଥାଏ । ସ୍ୱାଧୀନ ବିଦ୍ୟୁତ ଶିଳ୍ପ (ଓଦ୍ଭୟସକ୍ଟ୍ରରଦ୍ଭୟରଦ୍ଭଗ୍ଧ ଚକ୍ଟଙ୍ଗରକ୍ସ ଚକ୍ଷବଦ୍ଭଗ୍ଧ) ମାନଙ୍କ ଠାରୁ ବିଦ୍ୟୁତ ଶକ୍ତି କ୍ରୟ ଚୁକ୍ତିନାମା (ପିପିଏ) ବଳରେ ଏବଂ କେନ୍ଦ୍ରୀୟ ଅଂଶରୁ ରାଜ୍ୟକୁ ବିଦ୍ୟୁତ ଶକ୍ତି ମଧ୍ୟ ମିଳିଥାଏ । ଗତ କିଛିବର୍ଷ ଧରି ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷକ ୧୨ମାସ ତମାମ ବିଭିନ୍ନ ଆଳରେ ସହରାଂଚଳ ଠାରୁ ଆରମ୍ଭ କରି ଗ୍ରାମାଚଂଳରେ ଘଂଟା ଘଂଟା ଧରି ବିଦ୍ୟୁତ କାଟ ହେଉଛି । କିନ୍ତୁ ରାଜ୍ୟ ସରକାର ଓ ରାଜ୍ୟ ପ୍ରଶାସନ ବାରମ୍ବାର କହୁଛନ୍ତି ଯେ ଓଡ଼ିଶା ଏକ ବିଦ୍ୟୁତ ବଳକା ରାଜ୍ୟ । ପ୍ରକୃତ ସ୍ଥିତି ପ୍ରତି ବର୍ଷ ଖରାଦିନରେ ସାଧାରଣତ ମାର୍ଚ୍ଚ ମାସ ମଧ୍ୟ ଭାଗରୁ ଅପ୍ରେଲ, ମେ ଓ ଜୁନ ମାସରେ ସାରା ରାଜ୍ୟ ଯେତେବେଳେ ପ୍ରବଳ ଖରାରେ ଭାଜି ହେଉଥାଏ ସେତେବେଳ ଘଂଟା ଘଂଟା ଧରି ବିଜୁଳି ନଥାଏ । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ଉପସଭାପତି ତଥା ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି ଯେ ଆଉ କେତେବର୍ଷ ପରେ ଓଡ଼ିଶାର ବିଦ୍ୟୁତ ଗ୍ରାହକଙ୍କୁ ନିରବଛିନ୍ନ ଭାବରେ ବିଦ୍ୟୁତ ସେବା ଯୋଗାଇ ଦେଇପାରିବେ ବୋଲି ସରକାର ପ୍ରକାଶ କରିବେକି । ରାଜ୍ୟରେ ଜଳ ବିଦ୍ୟୁତ ପ୍ରକଳ୍ଗପରୁ ୨୦୯୯.୮ ମେଗା ୱାଟର ବିଦ୍ୟୁତ ଶକ୍ତି ଉତ୍ପାଦନ ହେବା କଥା କିନ୍ତୁ ବିଭିନ୍ନ ପ୍ରକଳ୍ପରୁ କିଛି କିଛି ୟୁନିଟର ଆରଏମୟୁ ଅପରେସନ କାମ ଏହି ସମୟରେ ଚାଲିଥିବା ହେତୁ ଆବଶ୍ୟକ ପରିମାଣର ଜଳ ବିଦ୍ୟୁତ ଶକ୍ତି ଉତ୍ପାଦନ ହେଉ ନାହିଁ । ରାଜ୍ୟ ସରକାର କହିବେକି ଏହି ଆରଏମୟୁ କାର୍ଯ୍ୟ କାହିଁକି ଅପ୍ରେଲ, ମେ ମାସରେ କରାଯାଉଛି ଯେଉଁ ସମୟରେ କି ବିଦ୍ୟୁତ ଶକ୍ତି ଚାହିଦାର ଆବଶ୍ୟକତା ରହିଛି । ରାଜ୍ୟ ସରକାରଙ୍କୁ ଉପହାସ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ବିଦ୍ୟୁତ ଶକ୍ତି କ୍ଷେତ୍ରରେ ଓଡ଼ିଶା ବଳକା ନା ଜଳକା ରାଜ୍ୟ । ଦୀର୍ଘ ୨୨ ବର୍ଷ ଭିତରେ ରାଜ୍ୟ ସରକାର ଗୋଟିଏ ବି ନୂତନ ଜଳ ବିଦ୍ୟୁତ ପ୍ରକଳ୍ପ ନିଜସ୍ୱ ଯୋଜନାରେ କରି ନାହାନ୍ତି । ଯଦିଚ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ଅଛି ଆମେ ପାଖାପାଖି ଆହୁରି ୭୦୦ ରୁ ଅଧିକ ମେଗାୱାଟର ଜଳ ବିଦ୍ୟୁତ ଶକ୍ତି ଉତ୍ପାଦନ କରିପାରିବୁ । କିନ୍ତୁ ଆଜିପର୍ଯ୍ୟନ୍ତ ଏ ସରକାର ସେଥିପ୍ରତି ସାମାନ୍ୟତମ ଧ୍ୟାନ ଦେଲେ ନାହିଁ । ସବୁଠାରୁ ଶସ୍ତାର ବିଦ୍ୟୁତ ଉତ୍ପାଦନ ହେଉଥିଲେ ମଧ୍ୟ ରାଜ୍ୟରେ ଗ୍ରାହକମାନଙ୍କୁ ବିତରକ କମ୍ପାନୀମାନେ ଶୋଷଣ କରୁଛନ୍ତି । ଓଡ଼ିଶାର ପ୍ରତି ୟୁନିଟ ପିଛା ବିଜୁଳି ଦର ଭାରତ ବର୍ଷର୍ର ସବୁ ରାଜ୍ୟମାନଙ୍କ ଠାରୁ ଅଧିକ କାହିଁକି । ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ରାଜ୍ୟ ସରକାର, ଗ୍ରୀଡ଼କୋ ଓ ଓଇଆରସି ଭିତରେ ଥିବା ଗୁପ୍ତ ବୁଝାମଣା ଯୋଗୁଁ ଆଜି ପ୍ରକୃତରେ ରାଜ୍ୟ ବିଦ୍ୟୁତ ସଂକଟ ଦେଖାଦେଇଛି । ରାଜ୍ୟର ସ୍ୱାର୍ଥପ୍ରତି ଗୁରୁତ୍ୱାରୋପ ନକରି ଶିଳ୍ପପତି ବା ବ୍ୟବସାୟୀ ମାନଙ୍କର ସ୍ୱାର୍ଥ ରକ୍ଷାକରିବା ପାଇଁ ଓଇଆରସି, ଗ୍ରୀଡ଼କୋ ଓ ରାଜ୍ୟ ସରକାର ଓଡ଼ିଶାର ସମସ୍ତ ବିଦ୍ୟୁତ ଗ୍ରାହକଙ୍କ ସ୍ୱାର୍ଥକୁ ଜଳାଞ୍ଜଳିି ଦେଇଛନ୍ତି । ଗ୍ରୀଡ଼କୋ ଓ ବେଦାନ୍ତ କମ୍ପାନୀ ମଧ୍ୟରେ ୨୦୧୨ ମସିହାରେ ଏକ ବିଦ୍ୟୁତ କ୍ରୟ ଚୁକ୍ତିନାମା ହୋଇଥିଲା । ଏହି ଚୁକ୍ତିନାମାର ନୀୟମାବଳି ଅନୁସାରେ ବେଦାନ୍ତ କମ୍ପାନୀର ୪ଟି ୟୁନିଟ ମଧ୍ୟରୁ ୨ୟ ୟୁନିଟରୁ ଯାହାକିଛି ବିଦ୍ୟୁତ ଉତ୍ପାଦନ ହେବ ତାହାର ୩୦% ଗ୍ରୀଡ଼କୋକୁ ପୂର୍ବ ନିର୍ଦ୍ଧାରିତ ଧାର୍ଯ୍ୟ ଦରରେ ଦେବ । ଓଡ଼ିଶା ସରକାର ବେଦାନ୍ତ କମ୍ପାନୀର ନିଜସ୍ୱ ପାୱାରପ୍ଲାଂଟ ସ୍ଥାପନ କରିବାପାଇଁ ଜମି, ପାଣି ଓ କୋଇଲା ନିରବଚ୍ଛିନ୍ନ ଭାବରେ ଯୋଗାଇ ଦେଉଛନ୍ତି । କିନ୍ତୁ ୨୦୨୧ ମସିହାରେ ବେଦାନ୍ତ କମ୍ପାନୀ ଓଇଆରସିରେ ନିଜର ଦାବି ଉପସ୍ଥାପନ କରି ଯେଉଁ ପୂର୍ବ ବିଦ୍ୟୁତକ୍ରୟ ଚୁକ୍ତିନାମା ହୋଇଥିଲା ତାହା ପାଳନ କରିବାରେ ଅସମର୍ଥ ବୋଲି ଦର୍ଶାଇଥିଲା । କାରଣ ତାର ନିଜସ୍ୱ ଶିଳ୍ପ ପାଇଁ ବିଦ୍ୟୁତର ଆବଶ୍ୟକତା ରହିଛି ଏବଂ ଯେହେତୁ ଗ୍ରୀଡ଼କୋ ପାଖରେ ରାଜ୍ୟର ଆବଶ୍ୟକତା ଠାରୁ ଅଧିକ ବିଦ୍ୟୁତ ଶକ୍ତି ରହିଛି ତେଣୁ ଏହାର ଆବଶ୍ୟକତା କେଉଁଠି ବୋଲି କହିଛି । ଓଇଆରସି ୨୦୨୧ ମସିହାରେ ତାଙ୍କ ନିଷ୍କତିରେ ବେଦାନ୍ତ ଓ ଗ୍ରୀଡ଼କୋକୁ ଯେଉଁ ୩୦% ବିଦ୍ୟୁତ ଯୋଗାଇ ଦେବାକଥା ତାହା ଦେବ ନାହିଁ ବୋଲି ନିଷ୍ପତି ଶୁଣାଇଲେ । ତଦ୍ୱାରା ରାଜ୍ୟ ସରକାର ୧୮୦ ମେଗାୱାଟର ବିଦ୍ୟୁତ ହରାଇଲେ ୨୦୨୨ ମସିହା ଜାନୁଆରୀ ମାସ ପାଖରୁ ଗ୍ରୀଡ଼କୋ ବେଦାନ୍ତ ପାଖରୁ ବିଦ୍ୟୁତ ଚୁକ୍ତି ମୁତାବକ ପାଇଲା ନାହିଁ । ଓଇଆରସିର ନିଷ୍ପତି ବିରୋଧରେ ଗ୍ରୀଡ଼କୋ କିମ୍ବା ରାଜ୍ୟ ସରକାର ବା ରାଜ୍ୟ ପ୍ରଶାସନ ଥରୁଟିଏ ମୁହଁ ଖୋଲିଲେ ନାହିଁ ବା ବେଦାନ୍ତକୁ ପାଣି ଓ କୋଇଲା ଯୋଗାଇବାର ବନ୍ଦ ମଧ୍ୟ କରିନାହାନ୍ତି । ଓଇଆରସିର ନିଷ୍ପତି ସର୍ବମାନ୍ୟ ନୁହେଁ । ଏ ବାବଦରେ ରାଜ୍ୟ ସରକାର ପୁନଃ ବିଚାର କରିବାପାଇଁ ମଧ୍ୟ ଅପିଲ କରିନାହାନ୍ତି । ଏଥିରୁ ରାଜ୍ୟବାସୀ ବୁଝିନେବା ଉଚିତ ଏ ସରକାର ରାଜ୍ୟର ବିଦ୍ୟୁତ ଉପଭୋକ୍ତାମାନଙ୍କର ସ୍ୱାର୍ଥ ରକ୍ଷା କରିବାପାଇଁ ନା କେବଳ କମ୍ପାନୀ ପ୍ରୀତି ପାଇଁ ତତ୍ପର । ତାହା ସ୍ପଷ୍ଟ ହେଉ । ଠିକ୍ ସେହିଭଳି ଭାବରେ ରାଜ୍ୟର ବିତରକ କମ୍ପାନୀମାନେ ବିଭିନ୍ନ ବାଟରେ ରାଜ୍ୟର ବିଦ୍ୟୁତ ଗ୍ରାହକଙ୍କୁ ବିଦ୍ୟୁତ ବିଲରେ ଲୁଟ କରୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ସାରା ରାଜ୍ୟରେ ବର୍ଷ ବର୍ଷ ଧରି ବିତରକ କମ୍ପାନୀମାନେ ଶହ ଶହ କୋଟି ଟଙ୍କାର ମିଟରରେଂଟ ଆଦାୟ କରିଚାଲିଛନ୍ତି । ନିୟମ ଅନୁସାରେ ନୂଆ ମିଟରଟି ଲାଗିବାଠାରୁ ୩୬ ରୁ ୪୪ ମାସ ଭିତରେ ମିଟରରେଂଟଟି ସାଧାରଣ ଉପଭୋକ୍ତାଙ୍କ ଠାରୁ ଏକ କିଲୋୱାଟ ପିଛା ୨୦ଟଙ୍କା ହିସାବରେ ଆଦାୟ କରିବାକଥା । କିନ୍ତୁ ଏବେ ସାରା ରାଜ୍ୟରେ ବର୍ଷ ବର୍ଷ ଧରି ମିଟର ରେଂଟ ଆଦାୟ ହେଉଛି । ଏ ଅର୍ଥ କାହା ପକେଟକୁ ଯାଉଛି । ଠିକ ସେହିଭଳି ଭାବରେ ପ୍ରତ୍ୟେକ ବିଲରେ ମାସିକିଆ ସ୍ଥାୟୀ ଦେୟ ପ୍ରତ୍ୟେକ ଗ୍ରାହକଙ୍କ ଠାରୁ ପ୍ରତି କିଲୋୱାଟ ହିସାବରେ ୨୦ ଟଙ୍କା ହିସବାରେ ଆଦାୟ ହେଉଛି । ଉଦାହରଣ ସ୍ୱରୂପ ଯଦି ଜଣେ ଗ୍ରାହକ ୫ କିଲୋୱାଟର ବିଜୁଳି ଆବଶ୍ୟକତାର ଫର୍ମ ପୂରଣ କରିଥିବ ତାହାଲେ ତାଙ୍କୁ ୧୦୦ ଟଙ୍କା ମାସିକ ସ୍ଥାୟୀ ଦେୟ ଦେବାକୁ ହେବ । କିନ୍ତୁ ବାଣିଜ୍ୟକ ଗ୍ରାହକମାନଙ୍କ କ୍ଷେତ୍ରରେ ଏହା ପ୍ରତି କିଲୋ ୱାଟ ୧୫୦ ଟଙ୍କା ହିସାବରେ ତାହା ସହିତ ସାମାନ୍ୟ ବାଣିଜ୍ୟକ ଗ୍ରାହକଙ୍କ ଠାରୁ ୨୫୦ ଟଙ୍କା ଏକ ଗ୍ରାହକ ସେବା ଦେୟ ଆଦାୟ ହେଉଛି । ଖାଲି ସେତିକି ନୁହେଁ ଆମ ରାଜ୍ୟରେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଖର୍ଚ୍ଚ ହେଉଥିବା ପରିବାର ୯୪୫ ଟଙ୍କା ବିଦ୍ୟୁତ ବିଲ ଦେଉଥିଲା ବେଳେ ଆନ୍ଧ୍ରରେ ଏହା ୬୨୦ ଟଙ୍କା, ପଞ୍ଜାବରେ ୬୭୨ ଟଙ୍କା, ଛତିଶଗଡ଼ରେ ୮୬୧ ଟଙ୍କା ଯଦି ରାଜ୍ୟରେ ସବୁଠାରୁ ଶସ୍ତାଦରରେ ବିଜୁଳି ଉତ୍ପାଦନ ହେଉଛି ତାହାହେଲେ କାହିଁକି ଅଧିକ ଦାମରେ ବିଜୁଳି ଦର ଆଦାୟ କରାଯାଉଛି । ଏହା ସରକାରଙ୍କର ଓଡ଼ିଶାର ଜନସାଧାରଣଙ୍କୁ ପୁରସ୍କାର କି? ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ କହିଲେ ଯଦି ଟାଟା ପାୱାର ଗ୍ରାହକ ମାନଙ୍କ ଠାରୁ ଯେଉଁ ଅଧିକ ବିଦ୍ୟୁତ ଦେୟ ବିଭିନ୍ନ ଆଳରେ ଆଦାୟ କରୁଛି ତାହା ଯଦି ଆସନ୍ତା ୧୫ ଦିନ ମଧ୍ୟରେ ବନ୍ଦ ନକରେ ଟାଟାପାୱାରର ଅଫିସକୁ ସାରା ରାଜ୍ୟରେ ବନ୍ଦ କରିଦିଆଯିବ ଏବଂ ଓଡ଼ିଶା ସରକାର ଓ ଗ୍ରୀଡ଼କୋ ଯଦି ଓଇଆରସିର ବେଦାନ୍ତ ଠାରୁ ରାଜ୍ୟ ପାଉଥିବା ବିଦ୍ୟୁତ ଶକ୍ତିର ଅଂଶଧନ ବିରୋଧରେ ଦେଇଥିବା ରାୟକୁ ଯଦି ଚ୍ୟାଲେଞ୍ଜ ନକରନ୍ତି ତାହାଲେ କଂଗ୍ରେସ ଦଳ ଓଇଆରସି ଅଫିସ ଓ ଗ୍ରୀଡ଼କୋ ଅଫିସ ଘେରାଉ କରିବା ସହିତ ସାରା ରାଜ୍ୟରେ ଏ ଦୁର୍ନୀତିର ପର୍ଦାଫାସ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking