34.1 C
Bhubaneswar
Thursday, April 25, 2024
Homeଓଡିଶା୧୧କେଭି ବିଦ୍ୟୁତ ଆଘାତରେ ମୃତ୍ୟୁ

୧୧କେଭି ବିଦ୍ୟୁତ ଆଘାତରେ ମୃତ୍ୟୁ

ମୟୂରଭଞ୍ଜ : ବିଦ୍ୟୁତ ବିଭାଗର ଅସହଯୋଗ ପାଇଁ ଗଲା ନୀରିହ ଲୋକର ଜୀବନ । ହିତାଧିକାରୀଙ୍କ ଅସୁବିଧାକୁ ବେଖାତିର କରି ମରଣଯନ୍ତା ପାଲଟିଛି ସ୍ଥାନୀୟ ବିଦ୍ୟୁତ ବିଭାଗ । ହିତାଧିକାରୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ବି ମରାମତି କରି ବିଭାଗୀୟ ସେବା ସ୍ୱାଭାବିକ କରିବା ବଦଳରେ ବେଖାତିର କରୁଥିବା ଘଟଣାକୁ ନେଇ ବିଭିନ୍ନ ସମୟରେ ହାତାହାତି ହେଉଛନ୍ତି ସାଧାରଣ ଲୋକ ଓ ବିଦ୍ୟୁତ ବିଭାଗ କର୍ମଚାରୀ । ଆଉ କେତେବେଳେ ଆଇନଗତ ସମସ୍ୟାରେ ଫସୁଛନ୍ତି ତ ପୁଣି କେତେବେଳେ ବିଦ୍ୟୁତ ଆଘାତରେ ଜୀବନ ଯାଉଛି । ଏଭଳି ସ୍ଥିତିରେ ସୁଧାର ଆଣିବା ଉଦ୍ଦେଶ୍ୟରେ ହିତାଧିକାରୀଙ୍କ ଅଭିଯୋଗ ୨୪ଘଣ୍ଟା ମଧ୍ୟରେ ସମାଧାନ କରିବାକୁ ବିଭାଗର ନିର୍ଦ୍ଧେଶ ରହିଥଲେ ମଧ୍ୟ ମାନୁ ନାହାନ୍ତି ସ୍ଥାନୀୟ କର୍ମଚାରୀ । ଯାହାର କରୁଣ ପରିଣାମ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପଥରା ଗ୍ରାମରେ । ଖୁଣ୍ଟରେ ଚଢି ବି.ପି.ଏଲ ସଂଯୋଗ ସଜାଡୁଥିବା ସମୟରେ ୧୧କେଭି ତାର ଲାଗି ଘଟଣାସ୍ଥଳରେ ରାଜମିସ୍ତ୍ରୀ ମୃତ । ମୃତକ ଵୈଶିଙ୍ଗା ଥାନା ପଥରା ଗ୍ରାମର ବୈଦ୍ୟନାଥ ସରେନ(୪୦)। ପଡିଶା ଘରକୁ ହୋଇଥିବା ବି.ପି.ଏଲ ବିଦ୍ୟୁତ ସଂଯୋଗରେ ବିଭ୍ରାଟ ଯୋଗୁଁ ବାରମ୍ବାର ଅସୁବିଧା ହେଉଥିବାରୁ କରେଣ୍ଟ ଆସୁନଥିଲା କିନ୍ତୁ ହିତାଧିକାରୀଙ୍କ ପକ୍ଷରୁ ବିଦ୍ୟୁତ ଦେୟ ଦାଖଲ ହେଉଥିଲା । ସମସ୍ୟା ସମ୍ପର୍କରେ ସ୍ଥାନୀୟ ବିଦ୍ୟୁତ କର୍ମଚାରୀଙ୍କୁ ଜଣାଇଥିଲେ ମଧ୍ୟ ସଜାଡ଼ିବା ଦୂରର କଥା ଆସି ନ ଥିଲେ । ବିଭାଗର ବେଖାତିରରେ ଅସନ୍ତୁଷ୍ଟ ଵୈଦ୍ୟନାଥ ନିଜେ ବିଦ୍ୟୁତଖୁଣ୍ଟରେ ଚଢି ଆଜି ସକାଳେ ସଜାଡୁଥିଲେ । ତେବେ ବି.ପି.ଏଲ ବିଦ୍ୟୁତଖୁଣ୍ଟ ଉପରେ ୧୧କେଭି ବିଦ୍ୟୁତ ତାର ଥିବାରୁ ,ସେହି ତାରରେ ଲାଗି ଵୈଦ୍ୟନାଥର ମୃତ୍ୟୁ ହୋଇଯାଇଛି । ପରିବାର ଲୋକେ ଵୈଦ୍ୟନାଥକୁ ବେତନଟୀ ଡାକ୍ତରଖାନା ଆଣିଥିଲେ ମଧ୍ୟ ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ତେବେ ଏହି ଅଭାବନୀୟ ଘଟଣା ବିଦ୍ୟୁତ ବିଭାଗର ଅସହଯୋଗ ଓ ବେପରୁଆ ମନୋଭାବରୁ ଘଟିଥିବା ଅଭିଯୋଗ କରି ଦାୟିତ୍ବରେ ଥିବା ସ୍ଥାନୀୟ ବିଭାଗୀୟ କର୍ମଚାରୀଙ୍କୁ ଗ୍ରାମବାସୀ ଦାୟିକରି ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରାଯିବା ସହିତ ମୃତକର ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking